
weather report heavy rainfall on 18th july 2024 ,image source - www.pexels.com
ଆସୁଛି ଦୁଇଟି ଲଘୁଚାପ । ଯାହା ଫଳରେ ସାରା ରାଜ୍ୟରେ ବର୍ଷା (rain)ଲାଗି ରହିବ। ପାଣିପାଗ ବିଭାଗର ସୂଚନା ମୁତାବକ ଆଜି (TODAY) କୋରାପୁଟ ଜିଲ୍ଲା ,ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall) ହେବା ନେଇ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରିଛି ।
ସୂଚନା ଅନଯାୟୀ, ଦୁଇଟି ଲଘୁଚାପ ଆସୁଛି । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଯାହାର ପ୍ରଭାବରେ 6 ରୁ 7 ଦିନ ଯାଏଁ ସାରା ରାଜ୍ୟରେ ବର୍ଷା (rain) ଲାଗି ରହିବ ।
୧୯ ତାରିଖରେ କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା ,କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା,ଗଞ୍ଜାମ ଜିଲ୍ଲା ,ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (rain) ହେବ । ଏଥିସହିତ ୨୦ ତାରିଖରେ କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା,ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (rain) ହେବ ।
ପ୍ରକାଶ ଥାଉ ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ହିଁ ଆସନ୍ତା 2 ଦିନ ମଧ୍ୟରେ ଦିଲ୍ଲୀ, ପଞ୍ଜାବ, ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ,ମିଜୋରାମ, ତ୍ରିପୁରା,ରାଜସ୍ଥାନ, ଓଡିଶା (ODISHA),ତାମିଲନାଡୁ, ଇତ୍ୟାଦି ରାଜ୍ୟରେ ପ୍ରବଳ ବର୍ଷା (heavy rainfall) ହେବ ।
Share your comments