1. କୃଷି ଖବର

ଆସୁଛି ବାତ୍ୟା : ୨୫ ତାରିଖ ସକାଳୁ ବର୍ଷା

ରାଜ୍ୟକୁ ପୁଣି ଏକ ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଆଶଙ୍କା । ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବୁଧବାର କିମ୍ବା କାଲି ଗୁରୁବାର ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ।

Sudesna Nayak
Sudesna Nayak
weather update in odisha cyclone formation likely over west central bay of bengal

weather update in odisha cyclone formation likely over west central bay of bengal

ରାଜ୍ୟକୁ ପୁଣି ଏକ ବାତ୍ୟା (cyclone)ଭୟ । ସମ୍ଭାବ୍ୟ ବାତ୍ୟା (cyclone)କୁ ନେଇ ବଢୁଛି ଆଶଙ୍କା । ଦକ୍ଷିଣ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ବୁଧବାର (wednesday)କିମ୍ବା କାଲି ଗୁରୁବାର (Thursday)ସକାଳ ସୁଦ୍ଧା ଲଘୁଚାପରେ ପରିଣତ ହେବ ।

ଆଇଏମଡିର ଆକଳନ ଅନୁଯାୟୀ, ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ଘୂର୍ଣ୍ଣିବଳୟର ତୀବ୍ରତା ବଢୁଛି । ତେଣୁ ଏହା କାଲି ଗୁରୁବାର (Thursday) ସୁଦ୍ଧା ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ହିଁ ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରି 22 ତାରିଖରେ ପଣ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ । ପରେ 23 ତାରିଖ କିମ୍ବା 24 ତାରିଖ ସକାଳେ ଏହା ବାତ୍ୟା (cyclone)ରେ ପରିଣତ ହୋଇପାରେ ।

ସୂଚନା ଅନୁଯାୟୀ, ଆସନ୍ତା 25 ତାରିଖରେ ବାତ୍ୟା (cyclone) ସ୍ଥଳଭାଗ ଛୁଇଁପାରେ । ବାତ୍ୟା (cyclone) ପ୍ରଭାବରେ 24 ତାରିଖ ଓ 25 ତାରିଖ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN)ହେବ । 24 ତାରିଖ ଅପରାହ୍ନ କିମ୍ବା ରାତିରୁ ବର୍ଷା (RAIN)ବଢ଼ିବ । ଏହି ବାତ୍ୟା (cyclone) ପ୍ରକୋପରେ ଘଣ୍ଟା ପ୍ରତି 100 କିମି ବେଗରେ ପବନ ହୋଇପାରେ ।

ପ୍ରକାଶ ଥାଉ ଯେ, ସମ୍ଭାବ୍ୟ ବାତ୍ୟା (cyclone) ନେଇ ଆଇଏମଡି (IMD)ସୂଚନା ଜାରି କରିବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି ।

୨୦ ତାରିଖରେ ଲଘୁଚାପ! ପ୍ରବଳ ବର୍ଷା ସମ୍ଭାବନା

krishi unnati sammelan 2022 : ସେଞ୍ଚୁରିଅନ ବିଶ୍ବ ବିଦ୍ୟାଳୟରେ କୃଷି ଉନ୍ନତି ସମ୍ମିଳନୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments