
weather update in odisha monsoon will return from some parts of the country
ଆସନ୍ତା 2 ଦିନ ରାଜ୍ୟରେ ହାଲୁକା ବର୍ଷା (Rain)ହେବ । ଆସନ୍ତା 2 ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (Rain)ସମ୍ଭାବନା ଅଛି । ତେବେ 14 ଓ 15 ତାରିଖ 2 ଦିନ ରାଜ୍ୟରେ ପାଗ ଶୁଖିଲା ରହିବ ।
ଅନ୍ୟପଟେ ରାଜ୍ୟରେ ଏବେ ଶୀତୁଆ ଅନୁଭବ ହେବା ସହ କୁହୁଡ଼ି ମଧ୍ୟ ପଡ଼ିଲାଣି । ଆଜି ବୁଧବାର (Wednesday)ରାଜଧାନୀରେ ଚଳିତ ବର୍ଷର ପ୍ରଥମ ଘନକୁହୁଡ଼ି ପଡ଼ିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ୧୨ ତାରିଖରେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ଘଡଘଡି ସହ ବର୍ଷା (Rain) ହୋଇପାରେ ।
ପ୍ରକାଶ ଥାଉ ଯେ, ଆଜି ବୁଧବାର (Wednesday) ସକାଳୁ ରାଜ୍ୟରେ ଘନକୁହୁଡ଼ି ପଡ଼ିଥିଲା । ୧୩ ତାରିଖରେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହୁପର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, କନ୍ଧମାଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା (Rain) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
Share your comments