
weather update in odisha rain in odisha
ସେପ୍ଟେମ୍ବର 18 ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ (low pressure) ପ୍ରଭାବରେ ପ୍ରବଳ ଛେଚିବ (Rain)। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର ବିଭିନ୍ନ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳ ଛେଚିବ (Rain)ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସୂଚନା ଅନୁଯାୟୀ, ସେପ୍ଟେମ୍ବର 18 ତାରିଖରେ କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ପୁରୀ ଓ ଜଗତସିଂହପୁରରରେ ଅଧିକ ବର୍ଷା (Rain) ହୋଇପାରେ ।
ସେପ୍ଟେମ୍ବର 19 ତାରିଖରେ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାରେ ପ୍ରବଳ ଛେଚିବ (Rain)।
ଚଳିତ ବର୍ଷ ରାଜ୍ୟକୁ ବିଳମ୍ବରେ ଆସିବ ଶୀତ (winter)। ଅକ୍ଟୋବର (October)ମାସରେ ରାଜ୍ୟରେ ସ୍ୱାବାଭିକ ଠାରୁ ଅଧିକ ବର୍ଷା (Rain) ହେବାର ସମ୍ଭାବନା ଥିବାରୁ ଶୀତ (winter)ବିଳମ୍ବରେ ଆସିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ପ୍ରକାଶ ଥାଉ ଯେ, ଅକ୍ଟୋବର (October)ଓ ନଭେମ୍ବର (November)ରେ ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ଅଧିକ ରହିବ । ଏଥି ଯୋଗୁ ଶୀତ ( winter)ଆଗମନ ଏ ବର୍ଷ ବିଳମ୍ବ ହେବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ । ବର୍ତ୍ତମାନ ବଡ଼ଧରଣର ବର୍ଷା (Rain)ନାହିଁ ।
Share your comments