
Weather update in odisha Yellow warning to 9 districts
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା (Rain) । ରାଜଧାନୀ ଭୁବନେଶ୍ବର (Bhubaneswar) ସମେତ ସୋନପୁର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ସମ୍ବଲପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ବାରିପଦା ଜିଲ୍ଲା, ଚାନ୍ଦବାଲି ଜିଲ୍ଲା ଏବଂ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା (Rain) ହୋଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲା, ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା (Rain) ହୋଇପାରେ । ଏଥିପାଇଁ ୯ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ (Yellow Alert) ଜାରି କରାଯାଇଛି ।
ସେହିପରି, ବାଲେଶ୍ଵର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, କେନ୍ଦୁଝର ଜିଲ୍ଲା,ମୟୁରଭଞ୍ଜ ଜିଲ୍ଲା ଏବଂ ଢେଙ୍କାନାଳ ଜିଲ୍ଲାକୁ ସତର୍କତା କରିଛି ପାଣିପାଗ ବିଜ୍ଞାନ ବିଭାଗ (IMD)।
ପ୍ରକାଶ ଥାଉ ଯେ, ସେହିପରି ଆସନ୍ତା ୨୬ ଯାଏଁ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ରହିବା ସହ ବର୍ଷା (Rain) ହୋଇପାରେ । ୨୪ ତାରିଖ ଏବଂ ୨୫ ତାରିଖରେ ରାଜ୍ୟର ଅନେକ ସ୍ଥାନରେ କୁହୁଡି (Fog) ଦେଖାଦେବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିବା ପରେ ଚାଷୀମାନେ (Framers)ଛାନିଆ ହୋଇ ଯାଇଛନ୍ତି । ବର୍ଷାରେ କ୍ଷତି ଆଶଙ୍କାରେ ତରବରିଆ ଭାବେ ଧାନ ଅମଳରେ ଲାଗି ପଡ଼ିଛନ୍ତି ।
ଶନିବାର ପୁଣି ଛେଚିବ ବର୍ଷା : ଚିନ୍ତାରେ ଚାଷୀ
ଆଜି ଠୁ ବର୍ଷା ; ଫସଲ କ୍ଷତି ଆଶଙ୍କାରେ ଚିନ୍ତାରେ ଚାଷୀ, ଜାରି ହେଲା ଆଲର୍ଟ
Share your comments