1. କୃଷି ଖବର

ଆଜି ଠୁ ବର୍ଷା ; ଫସଲ କ୍ଷତି ଆଶଙ୍କାରେ ଚିନ୍ତାରେ ଚାଷୀ, ଜାରି ହେଲା ଆଲର୍ଟ

ରାଜ୍ୟରେ ଶୁକ୍ରବାର (Friday) ଠାରୁ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ଆଶଙ୍କା ରହିଛି ।

Sudesna Nayak
Sudesna Nayak
odisha weather Report Rain in odisha

odisha weather Report Rain in odisha

ରାଜ୍ୟରେ ଶୁକ୍ରବାର (Friday) ଠାରୁ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ସମେତ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ଆଶଙ୍କା ରହିଛି ।

୨୪ ତାରିଖ ଯାଏଁ ବର୍ଷା (Rain) ଲାଗି ରହିବ । ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିବା ପରେ ଚାଷୀମାନେ (Framers)ଛାନିଆ ହୋଇ ଯାଇଛନ୍ତି । ବର୍ଷାରେ କ୍ଷତି ଆଶଙ୍କାରେ ତରବରିଆ ଭାବେ ଧାନ ଅମଳରେ ଲାଗି ପଡ଼ିଛନ୍ତି ।

 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମା ଝଡ଼ ପ୍ରଭାବରେ ୨୧ ତାରିଖରୁ ବର୍ଷା (Rain) ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ ।

୨୨ ତାରିଖ ଶନିବାର ଦିନ (Saturday)ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସମ୍ବଲପୁର ଜିଲ୍ଲା ଓ ଦେବଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣରେ ବର୍ଷା (Rain)ହୋଇପାରେ ।

୨୩ ତାରିଖରେ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା (Rain) ହୋଇପାରେ । ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ (Yellow Alert) ଜାରି କରିଛି ।

ସେହିଭଳି ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ, ଜିଲ୍ଲାରେ ମଧ୍ୟମ ପରିମାଣର ବର୍ଷା (Rain)ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟରେ ମେଘୁଆ ପାଗ ଓ ବର୍ଷା ଆଶଙ୍କା ଥିବାରୁ ରାତି ତାପମାତ୍ରା କମିବ ବୋଲି ମଧ୍ୟ କୁହାଯାଇଛି ।

ସେପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହ ଉତ୍ତର ଓଡ଼ିଶାରେ ୨୨ ତାରିଖରୁ ୨୫ ତାରିଖ ଯାଏଁ ପାଗ ମେଘୁଆ ରହିବ । ୨୩ ତାରିଖ ଓ ୨୪ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, ବାଲେଶ୍ୱର ଜିଲ୍ଲାରେ ମୋଟ ବର୍ଷା (Rain) ପରିମାଣ ୧୫ ରୁ ୨୦ ମିଲିମିଟର ରହିବ ।
ଭୁବନେଶ୍ୱର (Bhubaneswar)ଓ କଟକ (Cuttack) ସମେତ ବିଭିନ୍ନ ଉପକୂଳ ଜିଲ୍ଲା ଓ ଆଭ୍ୟନ୍ତରୀଣ ଉତ୍ତରରେ ୨୩ ତାରିଖ ଓ ୨୪ ତାରିଖରେ ହାଲୁକା ବର୍ଷା (Rain) ହୋଇପାରେ । ମୋଟ ବର୍ଷା ପରିମାଣ ପ୍ରାୟ ୫ ରୁ ୧୦ ମିଲିମିଟର ରହିବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ଓ ଖରାଟିଆ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

ପ୍ରକାଶ ଥାଉ ଯେ, ଗୁରୁବାର ରାତିରୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ରାତି ତାପମାତ୍ରା ବଢ଼ିଛି । ୨୩ ତାରିଖ ସୁଦ୍ଧା ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ସେଲସିୟସ ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ୨୨ ତାରିଖ ଓ ୨୩ ତାରିଖ ଦୁଇ ଦିନ ସମାନ ୩ ଡିଗ୍ରୀ ବଢ଼ିବ । ଉତ୍ତର ଓଡ଼ିଶାରେ ୨୨ ତାରିଖ ସୁଦ୍ଧା ପ୍ରାୟ ୪ ଡିଗ୍ରୀ ବଢ଼ିବ । ୨୫ ତାରିଖ ରାତିରୁ ରାତି ତାପମାତ୍ରା କମିବ । ୨୭ ତାରିଖ ସୁଦ୍ଧା ଦକ୍ଷିଣ ଉପକୂଳରେ ୩ ଡିଗ୍ରୀ କମିବ । ଅନ୍ୟ ଜିଲ୍ଲାରେ ୫ ରୁ ୬ ଡିଗ୍ରୀ କମିବ । କିଛି ସ୍ଥାନରେ ଶୀତ (Cold) ଲହରୀ ଫେରିପାରେ । ତେବେ ସାରା ରାଜ୍ୟକୁ ଶୀତ ପୁଣି ଫେରିବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ।

ଶୁକ୍ରବାର ଠୁ ଛେଚିବ ବର୍ଷା : କମିବ ଶୀତ

ସତର୍କ ଘଣ୍ଟି : ୪୮ ଘଣ୍ଟା ଢାଙ୍କିବ କୁହୁଡି ଚାଦର, ପୁଣି ଫେରିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments