ରଥଯାତ୍ରାରେ ବିଶେଷ ବର୍ଷା (RAIN)ନାହିଁ । ମୌସୁମୀ (Monsoon)ପ୍ରଭାବରୁ ଝିପିଝିପି ବର୍ଷା (RAIN) ହୋଇପାରେ । କିନ୍ତୁ ବଡ଼ ବର୍ଷା ନାହିଁ । ଏଥର ରଥଯାତ୍ରା (Ratha Yatra)ରେ ପ୍ରବଳ ଜନସମାଗମ ହେବ । ବର୍ଷା (RAIN)ସମ୍ଭାବନା କମ୍ ଥିବାରୁ ଭୀଷଣ ଗରମ ଓ ଗୁଳୁଗୁଳି ଭକ୍ତଙ୍କୁ ଅସ୍ତବ୍ୟସ୍ତ କରିବ ।
ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଭଲ ବର୍ଷା (RAIN) ନାହିଁ । କାଁ ଭାଁ କିଛି ସ୍ଥାନରେ ବର୍ଷା (RAIN) ହୋଇପାରେ । ରଥଯାତ୍ରା (Ratha Yatra)ରେ ମୌସୁମୀ ପ୍ରଭାବରୁ ସାମାନ୍ୟ ବର୍ଷା (RAIN) ହୋଇପାରେ । କିନ୍ତୁ ଲଗାଣ ବର୍ଷା (RAIN) ହେବାର ସମ୍ଭାବନା ନାହିଁ । ଉତ୍ତର ଓଡିଶାରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୪ ତାରିଖରେ ଲଘୁଚାପର ରୂପ ନେଇପାରେ । କିନ୍ତୁ ଏହା ପ୍ରଭାବୀ ହେବନି । ଏହା ପ୍ରଭାବରେ ଭାରି ବର୍ଷା ସମ୍ଭାବନା କମ୍ । ହଁ, ଲଗାଣ ବର୍ଷା (RAIN)ହୋଇପାରେ ବୋଲି ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି ।
ତେବେ ଆସନ୍ତା ୩୦ ତାରିଖରୁ ୩ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN) ହେବାର ସମ୍ଭାବନା ଅଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।
୩୦ ତାରିଖରେ ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN) ହୋଇପାରେ । ୧ ତାରିଖରେ କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଓ କଟକ ଜିଲ୍ଲାରେ ଅଧିକ ବର୍ଷା (RAIN) ଅଛି ।
୨ ତାରିଖ ଓ ୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଭଲ ବର୍ଷା (RAIN)ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ (IMD) ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ବିସ୍ତୃତ ଓଡ଼ିଶାରେ ଭଲ ବର୍ଷା ନାହିଁ । ଏପରିକି ୪ ତାରିଖରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ବଡ ବର୍ଷା (RAIN)ସମ୍ଭାବନା କମ୍ ବୋଲି ଡ. ସାହୁ କହିଛନ୍ତି ।
ପ୍ରକାଶ ଥାଉ ଯେ, ବୁଧବାର (Wednesday)ବାଲେଶ୍ୱର, ଚାନ୍ଦବାଲି, କଟକ, ପାରାଦୀପ, ଗୋପାଳପୁର, ପୁରୀ, ଅନୁଗୁଳ, ଝାରସୁଗୁଡା, କେନ୍ଦୁଝର, ଭଳି ଅଧିକାଂଶ ଜିଲ୍ଲା ଶୁଖିଲା ପଡିଥିଲା । ରାଜଧାନୀ ସମେତ ଆହୁରି କିଛି ସ୍ଥାନରେ ଦିନବେଳା ଟାଣ ଖରା ହୋଇଥିଲା । ତେବେ ପାରଳାଖେମୁଣ୍ଡିରେ ୪୫ମିଲିମିଟର ଓ ବରଗଡ଼ରେ ୨୭.୬ ମିଲିମିଟର ବର୍ଷା (RAIN)ରେକର୍ଡ ହୋଇଛି ।
Share your comments