
Weather Update moderate Rain predicted in costal and south odisha for four days
ରାଜ୍ୟରେ ପୁଣି ଆସିଲା ଅଦିନିଆ ବର୍ଷା (Rain)। ବୁଧବାର (Wednesday) ଠାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ,ବଙ୍ଗୋପସାଗରରେ ଘନୀଭୂତ ବାତ୍ୟାର ଆଂଶିକ ପରୋକ୍ଷ ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି । ୨୩ ତାରିଖରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ବର୍ଷା (Rain) ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ବାତ୍ୟାର ଆଂଶିକ ପରୋକ୍ଷ ପ୍ରଭାବରେ ବିଶେଷ କରି ଉତ୍ତର ଉପକୂଳ ସମେତ ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, କୋରାପୁଟ, ଏବଂ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ସମ୍ଭାବନା ରହିଛି । ତେବେ କୌଣସି ଭାରି ବର୍ଷାର ସତର୍କ ସୂଚନା ଜାରି କରାଯାଇନାହିଁ ।
ଏହାସହ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଦିନର ସର୍ବାଧିକ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ପୁଣି ସ୍ବାଭାବିକ ଠାରୁ ୨ ରୁ ୩ ଡୀଗ୍ରୀ ଉଚ୍ଚା ରହିବା ନେଇ କେନ୍ଦ୍ର ପୂର୍ବାନୁମାନ କରିଛି ।
ବୁଧବାର ଦିନ
କୋରାପୁଟ ଜିଲ୍ଲା, ଗଜପତି ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, କଟକ ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲା ।
ଗୁରୁବାର ଦିନ
କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, କଟକ ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଅନୁଗୋଳ ଜିଲ୍ଲା, ନୟାଗଡ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ।
ଶୁକ୍ରବାର ଦିନ
ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, କଟକ ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ନୟାଗଡ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା ।
ଶନିବାର ଦିନ
କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଯାଜପୁର ଜିଲ୍ଲା, କଟକ ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା ।
କମିବନି ତାତି : ୪୦ ଡିଗ୍ରୀ ଉପରେ ରାଜ୍ୟର ୪ ସହର, ସୂଚନା ଦେଲା ପାଣିପାଗ ବିଭାଗ
Share your comments