ଓଡ଼ିଶା (Odisha)ରେ 27 ତାରିଖରେ ବର୍ଷା (Rain)ବଢ଼ିପାରେ । ଆସନ୍ତା 27 ରୁ 3ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର ବିସ୍ତୃତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା (Rain) ହୋଇପାରେ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣରେ ବର୍ଷା (Rain) ପରିମାଣ ଅପେକ୍ଷାକୃତ ଅଧିକ ରହିବ ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ଓଡ଼ିଶା (Odisha)ରୁ ମୌସୁମୀ (Monsoon) ଶୀଘ୍ର ଯିବା ସମ୍ଭାବନା ନାହିଁ । ସାଧାରଣତଃ ଓଡ଼ିଶା (Odisha)ରୁ ମୌସୁମୀ (Monsoon) ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର (October)ଦ୍ୱିତୀୟ ସପ୍ତାହ । ମାତ୍ର ଗତ ଦୁଇ ବର୍ଷ ହେବ ଏଥିରେ 10 ଦିନ ବିଳମ୍ବ ହେଉଛି ।
ଚଳିତ ବର୍ଷ ମଧ୍ଯ ମୌସୁମୀ (Monsoon) ଆଗୁଆ ପ୍ରତ୍ୟାବର୍ତ୍ତନ ସମ୍ଭାବନା ଦେଖାଯାଉନି । ସେପ୍ଟେମ୍ବର (September) ଓ ଅକ୍ଟୋବର (October) ମାସରେ ଉପକୂଳ ଓଡ଼ିଶା (Odisha)ରେ ଅଧିକ ବର୍ଷା (Rain)ହୋଇପାରେ ।
ପ୍ରକାଶ ଥାଉ ଯେ, ଆଗାମୀ 2 ସପ୍ତାହ ପର୍ଯ୍ୟନ୍ତ ଓଡ଼ିଶା (Odisha) ଉପକୂଳରେ ଲଘୁଚାପ (low pressure) ସମ୍ଭାବନା ନାହିଁ । ଯଦିଓ 30 ତାରିଖବେଳକୁ ତାମିଲନାଡ଼ୁ ଉପକୂଳରେ ଏକ ଲଘୁଚାପ (low pressure) ହୋଇପାରେ । କିନ୍ତୁ ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା କମ ଅଟେ ।
Share your comments