ରାଜ୍ୟରେ ଭୀଷଣ ଖରା (Hot)ଜାରି ରହିଛି । ଆସନ୍ତା ୪ ରୁ ୫ ଦିନ ଯାଏଁ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିବ । ଫଳରେ ଗରମ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରି କହିଛନ୍ତି ।
ସୂଚନା ଅନୁଯାୟୀ, ରବିବାର ଦିନ (Sunday)୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବାରିପଦା ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ହୀରାକୁଦ, ତାଳଚେର, ବଲାଙ୍ଗୀର ଜିଲ୍ଲାଓ ବୌଦ୍ଧ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ଅଛି ।
ଏହି ଅନୁସାରେ ଟିଟିଲାଗଡ, ସୋନପୁର, ଅନୁଗୁଳ ଓ ଭବାନୀପାଟଣାରେ ତାପମାତ୍ରା ଅଧିକ ରହିଛି । ଏହି ୪ ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ଅଛି । ସିଝିବେ ଆଭ୍ୟନ୍ତରୀଣ ଓଡ଼ିଶାବାସୀ । ଆଗାମୀ ଦିନରେ ରାଜ୍ୟରେ ତାତି (Hot) ଜାରି ରହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବ ।
ପ୍ରକାଶ ଥାଉ ଯେ, ମାଲକାନଗିରିରେ ୩୮.୫, ଫୁଲବାଣୀରେ ୩୮.୪ ଓ ଭୁବନେଶ୍ୱରର ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ ହୋଇଛି । ତେବେ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ପାଣିପାଗରେ ସେଭଳି କୌଣସି ପରିବର୍ତ୍ତନ ହେବ ନାହିଁ । କୌଣସି ସ୍ଥାନରେ ବର୍ଷା (RAIN)ସମ୍ଭାବନା ନାହିଁ ବୋଲି ବିଭାଗ ପୂର୍ବାନୁମାନ କରିଛି ।
ଅସ୍ତବ୍ୟସ୍ତ କରିବ ତାତି : ୩ ଡିଗ୍ରୀ ଯାଏଁ ବଢିବ ପାରଦ,ସୂଚନା ଦେଲା ପାଣିପାଗ ବିଭାଗ
Share your comments