1. କୃଷି ଖବର

ବିଶ୍ୱ ଶ୍ରମିକ ଦିବସ: ଶ୍ରମିକଙ୍କ ପାଇଁ ଦିନଟିଏ

ନିଜ ଅଧିକାର ପାଇଁ ଧର୍ମଘଟ କରିଥିଲେ...

Tanushree Mahapatra
Tanushree Mahapatra
world labour day 2024, image source - pexels

world labour day 2024, image source - pexels

ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ପାଇଁ ଦିନଟିଏ l ପ୍ରତିବର୍ଷ ଆଜି ଅର୍ଥାତ ମେ ୧ ତାରିଖରେ ଏହି ଶ୍ରମିକ ଦିବସ ପାଳିତ ହୋଇଥାଏ । ପ୍ରତି ଶ୍ରମିକ ମାନଙ୍କୁ ସମ୍ମାନୀତ କରିବା ଉଦ୍ଦେଶ୍ୟ ସହ ସେମାନଙ୍କ କାମକୁ ସମ୍ମାନ ଦେବା ପାଇଁ ଏହି ଶ୍ରମିକ ଦିବସ ପାଳିତ କରାଯାଇଥାଏ । ଏହା ଯେ କେବଳ ଶ୍ରମିକ ମାନଙ୍କ ପ୍ରତି ଏକ ସମ୍ମାନର ବିଷୟ ନୁହେଁ l ସେମାନଙ୍କର ଅଧିକାର ପ୍ରତି ଗୁରୁତ୍ୱ ଦେବା ଦରକାର ବୋଲି ଏହିଁ ଦିନ ପାଳିତ କରାଯାଇଥାଏ ।

କାହିଁକି ପାଳନ ହୋଇଥାଏ ବିଶ୍ୱ ଶ୍ରମିକ ଦିବସ ?

ଆମେରିକାରେ ୧୮୮୬ ମସିହାରେ ଏହି ଆନ୍ଦୋଳନ ଆରମ୍ଭ କରାଯାଇଥିଲା । ଏହି ଆନ୍ଦୋଳନରେ ଆମେରିକାର ଶ୍ରମିକମାନେ ରାସ୍ତା ଉପରକୁ ଆସି ଆନ୍ଦୋଳନ କରିଥିଲେ ନିଜ ସମ୍ମାନ ପାଇଁ । ଶ୍ରମିକମାନେ ନିଜ ଅଧିକାର ପାଇଁ ଧର୍ମଘଟ କରିଥିଲେ। ଏହି ଆନ୍ଦୋଳନର ମୁଖ୍ୟ କାରଣ ଥିଲା ଶ୍ରମିକମାନଙ୍କର କାର୍ଯ୍ୟ ସମୟ ସଠିକ ଭାବେ ନିର୍ଘଣ୍ଟ ହେବା । କାରଣ, ସେହି ସମୟରେ ଶ୍ରମିକମାନେ ଦିନରେ ପ୍ରାୟତଃ ୧୫ରୁ ଅଧିକ ଘଣ୍ଟା ଧରି କାମ କରୁଥିଲେ ଯାହା ତାଙ୍କ ପକ୍ଷେ ଅତି କଷ୍ଟକର ହୋଇପଡ଼ିଥିଲା । ତେବେ ଆନ୍ଦୋଳନ ସମୟରେ ପୋଲିସ କର୍ମଚାରୀ ଗୁଳି ଚଳାଇଥିଲା କର୍ମଚାରୀଙ୍କ ଉପରେ । ଏହି ସମୟରେ ଅନେକ ଶ୍ରମିକ ନିଜ ପ୍ରାଣ ମଧ୍ୟ ହରାଇଥିଲେ। ଏଥିରେ ଅନେକ ଶ୍ରମିକ ଆହତ ମଧ୍ୟ ହୋଇଥିଲେ  ।

ଏହି ଘଟଣାର ପ୍ରାୟ ତିନି ବର୍ଷ ପରେ, ଆନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀ ୧୮୮୯ରେ ଭେଟିଲା ଏହି ବିଷୟ ଉପରେ ଆଲୋଚନା କରିବା ପାଇଁ । ଏହି ବୈଠକରେ ଏକ ନିଷ୍ପତ୍ତି ହୋଇଥିଲା ଯେ ପ୍ରତ୍ୟେକ ଶ୍ରମିକଙ୍କୁ ଦିନକୁ ମାତ୍ର ୮ ଘଣ୍ଟା କାମ କରିବାକୁ ହେଵ। ଏଥି ସହିତ ସମ୍ମିଳନୀ ପରେ ୧ ମଇରେ ଶ୍ରମ ଦିବସ ପାଳନ କରିବାକୁ ନିଷ୍ପତ୍ତି ମଧ୍ୟ ନେଇଥିଲା । ଏହି ଦିନ ଶ୍ରମିକମାନଙ୍କୁ ମଧ୍ୟ ପ୍ରତିବର୍ଷ ଛୁଟି ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରେ ପରେ ଆମେରିକାର ଶ୍ରମିକମାନଙ୍କ ପରି ଅନ୍ୟ ଦେଶରେ ମଧ୍ୟ ୮ ଘଣ୍ଟା କାମ କରିବାର ନିୟମ ଲାଗୁ ହୋଇଯାଇଥିଲା ଏହି ନିଷ୍ପତ୍ତି ପରେ ଯାହା ଅତି ଖୁସିର ବିଷୟ ଥିଲା ।

ଅନେକ କଷ୍ଟର ସମ୍ମୁଖୀନ ହୋଇ ମଧ୍ୟ ଶ୍ରମିକ ମାନେ ସଫଳ ହୋଇଥିଲେ ଏହି ନିଷ୍ପତ୍ତି ପାଇଁ l ବର୍ତ୍ତମାନ ସମସ୍ତ ଦେଶ ଆଜିର ଦିନକୁ ଶ୍ରମିକ ଦିବସ ଭାବେ ପାଳନ କରିଆସୁଛନ୍ତି। ତେବେ ଏହି ଦିନକୁ ମୁଖ୍ୟ ପ୍ରଦାନ କରି ଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା ବିଶ୍ୱ ଶ୍ରମିକ ଦିବସ ପାଳନ କରିଛି ନିଜ ମୁଖ୍ୟ କାର୍ଯ୍ୟାଳୟରେ l ନିଜ ସମସ୍ତ କର୍ମଚାରୀଙ୍କ ସହିତ ସାମିଲ ହୋଇ ଦିନର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଛି l

ଅଧିକ ପଢ଼ନ୍ତୁ

Fish Farming: ମାଛଚାଷୀ କରନ୍ତୁ ଏହି କାର୍ଯ୍ୟ, ନଚେତ୍ ବିପୁଳ କ୍ଷତି

Da Hike: ୩ଟି କିସ୍ତିରେ ମିଳିବ ବକେୟା ଟଙ୍କା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments