
yellow warning issued for 16 district of odisha
ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ କାଳବୈଶାଖୀ (Thunderstorm)ସମ୍ଭାବନା ରହିଛି । ଏ ନେଇ ସତର୍କ କରାଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon) ବାୟୁ ଓଡ଼ିଶାରେ କେବେ ପହଞ୍ଚିବ ସେନେଇ କୌଣସି ପ୍ରକାରର ସ୍ପଷ୍ଟ ଚିତ୍ର ଏଯାବତ୍ ମିଳିପାରି ନାହିଁ । କିନ୍ତୁ ଆସନ୍ତା ୧୨ ପରେ ପହଞ୍ଚିବା ନେଇ ଆକଳନ କରାଯାଉଛି ।
ରାଜ୍ୟର ୧୬ଟି ଜିଲ୍ଲା ମଧ୍ୟରେ ଅନୁଗୋଳ ଜିଲ୍ଲା, ଢ଼େଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ ଗଜପତି ଜିଲ୍ଲା ସାମିଲ ଅଛି । ଏସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ (Thunderstorm)ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୧୬ ଟି ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।
ସେହିପରି ଏହି ସମୟରେ ଅନୁଗୁଳ ଜିଲ୍ଲା, ଢ଼େଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ବର ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା (RAIN) କିମ୍ବା ବଜ୍ରପାତ ସମ୍ଭାବନା ରହିଛି । ଓଡିଶାର ଅବଶିଷ୍ଟ ଜିଲ୍ଲାରେ ଶୁଖିଲା ପାଗ ହେବାର ସମ୍ଭାବନା ରହିବ ।
ପ୍ରକାଶ ଥାଉ ଯେ, ସେପଟେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଓଡ଼ିଶା (Odisha)ର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
ଆଉ ଦୁଇ ଦିନ ମୁଣ୍ତ ଫଟା ଖରା : ଅଟକି ରହିଛି ମୌସୁମୀ, ୮ ତାରିଖରେ ବର୍ଷା!
କମୁନି ଗରମ : ଚାରି ଜିଲ୍ଲାରେ ଗ୍ରୀଷ୍ମ ଲହରି, ଖରାକୁ ନ ବାହାରିବାକୁ ପରାମର୍ଶ
Share your comments