1. କୃଷି ଖବର

କମୁନି ଗରମ : ଚାରି ଜିଲ୍ଲାରେ ଗ୍ରୀଷ୍ମ ଲହରି, ଖରାକୁ ନ ବାହାରିବାକୁ ପରାମର୍ଶ

ଅସହ୍ୟ ହେଉଛି ତାତି । ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଜାରି ରହିଥିଲେ ବି ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି ।

Sudesna Nayak
Sudesna Nayak
heat wave in odisha

heat wave in odisha

ଅସହ୍ୟ ହେଉଛି ତାତି । ରାଜ୍ୟର କିଛି ସ୍ଥାନରେ ମେଘୁଆ ପାଗ ଜାରି ରହିଥିଲେ ବି ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ସନ୍ତୁଳି ହେଉଛନ୍ତି । ରବିବାର (Sunday) ଦିନ ରାଜ୍ୟର ୧୩ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା । ସେହିଭଳି ପଶ୍ଚିମ ଓଡ଼ିଶାର ୫ଟି ସହରର ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଉପରେ ରହିବା ସହ ପଶ୍ଚିମ ଓଡ଼ିଶା ତତଲା କଡ଼େଇରେ ସିଝୁଛି ।

ସୂଚନା ଅନୁୟାୟୀ, ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ଠାରେ ୪୪.୬ ଡିଗ୍ରି ରେକର୍ଡ ହୋଇଛି । ସେହିପରି ସୋନପୁରରେ ୪୪.୫ ଡିଗ୍ରି, ବଲାଙ୍ଗୀର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାରେ ୪୪.୩ ଓ ନୂଆପଡ଼ାରେ ୪୪ ଡିଗ୍ରି ଦିନ ତାପମାତ୍ରା ରହିଥିଲା ।

ଅନ୍ୟପଟେ ଆଜି ସୋମବାର (Monday)ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା । କିନ୍ତୁ ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ଉପକୂଳବାସୀଙ୍କୁ ଅତିଷ୍ଟ କରିଥିଲା। ଆସନ୍ତା ୨ ଦିନ ପାଇଁ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲା ନିମନ୍ତେ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ (Hit Wave Warning)ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ।

‌ପାଣିପାଗ କେନ୍ଦ୍ର (IMD)କହିଛି, ଆଜି ସୋମବାର (Monday) ଓ ୭ ତାରିଖ ପାଇଁ ବଲାଙ୍ଗୀର ଜିଲ୍ଲା, ବୌଦ୍ଧ ଜିଲ୍ଲା, ସୋନପୁର ଜିଲ୍ଲା ଓ ବରଗଡ଼ ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରି (Heat waves) ପ୍ରବାହିତ ହେବାର ସମ୍ଭାବନା ରହିଛି । ଏଣୁ ଏହି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning)ଜାରି କରାଯାଇଛି । ଏହି ଦୁଇ ଦିନ ସିଧାସଳଖ ଖରାକୁ ନ ବାହାରିବାକୁ ଜନସାଧାରଣଙ୍କୁ ପାଣିପାଗ କେନ୍ଦ୍ର (IMD)ପରାମର୍ଶ ଦେଇଛି ।

ପ୍ରକାଶ ଥାଉ ଯେ, ଅନ୍ୟପଟେ ଆସନ୍ତାକାଲି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ । ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ ।

ତାତିଲା ଟିଟିଲାଗଡ ,୪୫ଡିଗ୍ରି ଉପରେ ତାପମାତ୍ରା

ତାତିରୁ ତ୍ରାହି ନାହିଁ,ସାରା ଓଡ଼ିଶା କଲବଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments