1. କୃଷି ଖବର

ତାତିରୁ ତ୍ରାହି ନାହିଁ,ସାରା ଓଡ଼ିଶା କଲବଲ

ନିସ୍ତାର ନାହିଁ । ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା କଲବଲ । ପାରଦ ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଛି । ଗୁଳୁଗୁଳି ବି ନୟାନ୍ତ କରୁଛି । ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି । ରଜ ଆଗରୁ ମୌସୁମୀ (Monsoon) ଓଡ଼ିଶା ଆସିବା ସମ୍ଭାବନା କ୍ଷୀଣ । ଅର୍ଥାତ୍‌ ଏଭଳି ଅସହ୍ୟ ଗ୍ରୀଷ୍ମ ଜ୍ୱାଳା ଜାରି ରହିବ ରାଜ୍ୟରେ ।

Sudesna Nayak
Sudesna Nayak
Today ODISHA Weather news

Today ODISHA Weather news

ନିସ୍ତାର ନାହିଁ । ପଶ୍ଚିମରୁ ଉପକୂଳ, ଦକ୍ଷିଣରୁ ଉତ୍ତର, ସାରା ଓଡ଼ିଶା (ODISHA)କଲବଲ । ପାରଦ ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଛି । ଗୁଳୁଗୁଳି ବି ନୟାନ୍ତ କରୁଛି । ଏପଟେ ମୌସୁମୀ ଆଶା ଘୁଞ୍ଚିବାରେ ଲାଗିଛି । ରଜ ଆଗରୁ ମୌସୁମୀ (Monsoon) ଓଡ଼ିଶା ଆସିବା ସମ୍ଭାବନା କ୍ଷୀଣ । ଅର୍ଥାତ୍‌ ଏଭଳି ଅସହ୍ୟ ଗ୍ରୀଷ୍ମ ଜ୍ୱାଳା ଜାରି ରହିବ ରାଜ୍ୟରେ ।

ସୂଚନା ଅନୁଯାୟୀ, ରାଜ୍ୟର ୧୫ଟି ଜାଗାରେ ଗୁରୁବାର (Thursday)ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଏଥିରୁ ୯ଟି ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ପାର୍‌ କରିଥିଲା । ସୋନପୁରରେ ପାରଦ ୪୪.୮ ଡିଗ୍ରୀ ଛୁଇଁଥିବାବେଳେ ଟିଟିଲାଗଡ଼ ୪୪.୪, ବଲାଙ୍ଗିର ୪୪.୫, ଝାରସୁଗୁଡ଼ା ୪୩.୪, ସମ୍ବଲପୁର ୪୩.୮, ହୀରାକୁଦ ୪୩.୫, ଭବାନୀପାଟଣା ୪୩.୫, ବରଗଡ଼ ୪୩.୬, ମାଲକାନଗିରି ୪୩.୫ ଡିଗ୍ରୀରେ ଯେମିତି ଜଳିଥିଲା ।

ଉପକୂଳ ଓଡ଼ିଶାରେ ତାତି ୪୦ ଡିଗ୍ରୀ ତଳେ ଥିଲା । ମାତ୍ର ବାୟୁମଣ୍ଡଳରେ ଆର୍ଦ୍ରତା ଭରି ରହିଥିବାରୁ ଗୁଳୁଗୁଳି ପ୍ରକୋପରେ ନା ପଦାରେ ରହି ହେଉଛି ନା ଘରେ ଆଶ୍ୱସ୍ତି ମିଳୁଛି । ଛଟପଟ କରୁଛି ଗୁଳୁଗୁଳି ଯନ୍ତ୍ରଣା ।

ପାଣିପାଗ ବିଭାଗ (IMD)ର ଆକଳନ ହେଲା, ରାଜ୍ୟର ଅଧିକାଂଶ ସ୍ଥାନରେ ୨ ରୁ ୮ ତାରିଖ ଭିତରେ ତାପମାତ୍ରା ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ଅଧିକ ରହିପାରେ । ବିଶେଷ ବର୍ଷା (Rain)ସମ୍ଭାବନା ନାହିଁ । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା (Rain)ହୋଇପାରେ । ୧୫ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ କୌଣସି ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା କମ୍‌ । ଆଇଏମଡି (IMD) ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଅନୁଯାୟୀ ୩ରୁ ୯ ପର୍ଯ୍ୟନ୍ତ ଓଡ଼ିଶା (ODISHA)ରେ ତାପମାତ୍ରା ଅଧିକ ରହିବ । ୯ ରୁ ୧୫ ଭିତରେ ବି ରାଜ୍ୟରେ ଗରମ ଜାରି ରହିବ । ୧୦ ରୁ ୧୬ ତାରିଖ ଭିତରେ କିଛି କିଛି ବର୍ଷା (Rain)ହୋଇପାରେ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜୁନ୍‌ ଦ୍ୱିତୀୟ ସପ୍ତାହରେ ୧୦ରୁ ୧୨ ତାରିଖ ଭିତରେ କେନ୍ଦ୍ରୀୟ ଓଡ଼ିଶାରେ (ଉପକୂଳ ଓ ପଶ୍ଚିମ ଓଡ଼ିଶା ମଝିରେ) ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।ଫଳରେ ସେତେବେଳେ ଏ ଅଂଚଳରେ ତାତି କମିବ । ତେବେ ଓଡ଼ିଶାକୁ ଆସନ୍ତା ୧୦ ଦିନ ଭିତରେ ମୌସୁମୀ ଆସିବା ସମ୍ଭାବନା ନାହିଁ ।

ଆଭ୍ୟନ୍ତରୀଣ ଓଡ଼ିଶା (ODISHA)ର ବିଶେଷ କରି ବଲାଙ୍ଗିର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ସୋନପୁର, ଆଦି ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଗରମ ଚାଲୁ ରହିବ । ଜୁନ୍‌ ୪ କିମ୍ବା ୫ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଟପିପାରେ । ୬ ତାରିଖ ପରେ ତାତି (HOT) କିଛି ମାତ୍ରାରେ କମିବ । ଭୁବନେଶ୍ୱର (BHUBANESWAR)ସମେତ ଉପକୂଳରେ ଗରମ କମ୍‌ ରହିବ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଠାରେ ତାପମାତ୍ରା ୩୮ ଡିଗ୍ରୀ ଟପିବ ନାହିଁ ।

ପ୍ରକାଶ ଥାଉ ଯେ, କୃଷକ (FARMERS)ମାନଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତି, ଜଳସେଚନ ସୁବିଧା ଥିଲେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଧାନ ତଳି ପକାନ୍ତୁ । ମକା ମଧ୍ୟ ଲଗାନ୍ତୁ । ନଚେତ ବର୍ତ୍ତମାନ ଖରିଫ ବୁଣାବୁଣି ପାଇଁ ଉପଯୁକ୍ତ ନୁହେଁ ।

ଚାଷୀଙ୍କ ପାଇଁ ବଡ ଖୁସି ଖବର, ଚଳିତ ବର୍ଷ ଅଧିକ ବର୍ଷା

ଜୁନ୍‌ରେ ଓଡ଼ିଶାରେ ଅଧିକ ବର୍ଷା, ସୂଚନା ଦେଲେ ପାଣିପାଗ ବିଭାଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments