1. ଅନ୍ୟାନ୍ୟ

ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦୦ ଟଙ୍କା ପରିବର୍ତ୍ତେ ମିଳିବ ୧୨୦୦

ଏଣିକି ଶ୍ରମିକଙ୍କ ପେନସନ ରାଶି ବଢ଼ାଇଲେ ନବୀନ ସରକାର....

Tanushree Mahapatra
Tanushree Mahapatra
naveen launches pension scheme, image source - pixeles

naveen launches pension scheme, image source - pixeles

ପୁଣି ଓଡ଼ିଶା ରାଜ୍ୟ ସରକାର ଦେଲେ ଖୁସି ଖବର । ବଢିଲା ନିର୍ମାଣ ଶ୍ରମିକଙ୍କ ପେନସନ ରାଶି । ଦୀର୍ଘ ଦିନର ଦାବି ଗତକାଲି ପୂରଣ କରିଛନ୍ତି ସରକାର l କିଛିଦିନ ତଳେ ରାଜ୍ୟ ସରକାରଙ୍କୁ ଶ୍ରମିକମାନେ ଅନୁରୋଧ କରିଥିଲେ, ଯାହା ଦୁଃଖ ଶୁଣିଲେ ସରକାର ।

ଗତକାଲି ଏ ନେଇ ସନ୍ଧ୍ୟାରେ ସରକାର ବଡ଼ ଘୋଷଣା କରିଛନ୍ତି । ଯାହା ଦ୍ୱାରା ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ଥିବା ସମସ୍ତ ପଞ୍ଜୀକୃତ ନିର୍ମାଣ ଶ୍ରମିକ ଉପକୃତ ହେବେ ।

ଏହି ଖବର ଆସିବା ପରେ ଶ୍ରମିକଙ୍କ ମୁହଁରେ ହସ ଖେଳିଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ୬୦ ବର୍ଷରୁ ଅଧିକ ବୟସର ନିର୍ମାଣ ଶ୍ରମିକ ୫୦୦ ଟଙ୍କା ପରିବର୍ତ୍ତେ ଏଥର ପାଇବେ ୧୦୦୦ ଟଙ୍କା । କେବଳ ସେତିକି ନୁହେଁ ୮୦ ବର୍ଷରୁ ଅଧିକ ଥିବା ଶ୍ରମିକ, ୭୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୨୦୦ ଟଙ୍କା ।

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି ଗତକାଲି ସନ୍ଧ୍ୟାରେ ।  ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି ଯାହା ରାଶିକୁ ପୁଣି ଥରେ ଗତକାଲି ବଢ଼ାଇଦିଆଯାଇଛି ।

ସୂଚନାଯୋଗ୍ୟ ଯେ 5-T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ସମୟରେ ଜିଲ୍ଲା ଗସ୍ତ ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବାରମ୍ବାର । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ଗତକାଲି ।

ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ୬୦ ବର୍ଷ ବୟସ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକ ମାନେ ଏଣିକି ୫୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ମାସିକ ପେନ୍‌ସନ ପାଇବେ ବୋଲି କୁହାଯାଇଛି । ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ ଥିବା ନିର୍ମାଣ ଶ୍ରମିକ ମାନେ ୭୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କା ପାଇବେ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଚ୍ଛିଲା ଭାବେ ଲାଗୁ କରାଯିବ ଯାହାର ଫାଇଦା ଶ୍ରମିକଙ୍କୁ ମିଳିବ । ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡ଼ିଶା କୋଠାବଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବେ । ଏ ନେଇ ସୂଚନା ଜାରି କରିଛନ୍ତି ଓଡ଼ିଶା ରାଜ୍ୟ ସରକାର l

Free Seeds: କେନ୍ଦ୍ର ସରକାର ଦେବେ ଏହି ଜିନିଷ ସମ୍ପୂର୍ଣ୍ଣ ମାଗଣା...

Loan for Business: ଜାଣନ୍ତୁ କିପରି କରିବେ ଆବେଦନ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments