1. ସଫଳ କାହାଣୀ

ଚାଷ ଜମିରୁ ପ୍ରଫେସର ; କାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ,ପଢନ୍ତୁ...

ଚାଷ ଜମିରୁ ପ୍ରଫେସର । ଝାଟିମାଟି କୁଡ଼ିଆ ଘରୁ ଶିକ୍ଷାର ମନ୍ଦିର । ମାଟିର ପୁଅ ଏବେ ଜ୍ଞାନର ଆଲୋକ ବାଣ୍ଟୁଛନ୍ତି । ସଂଘର୍ଷ କରି ସ୍ୱପ୍ନ ପୂରଣ ହୋଇଛି । ସତରେ କହିବାକୁ ଗଲେ ସଫଳତାର କୌଣସି ନିର୍ଦ୍ଦିଷ୍ଟ ସଜ୍ଞା ନାହିଁ ।

Sudesna Nayak
Sudesna Nayak
from a Farmer to a cop then an assistant professor this is Aravind Perumals inspiring journey

from a Farmer to a cop then an assistant professor this is Aravind Perumals inspiring journey

ଚାଷ ଜମିରୁ ପ୍ରଫେସର । ଝାଟିମାଟି କୁଡ଼ିଆ ଘରୁ ଶିକ୍ଷାର ମନ୍ଦିର । ମାଟିର ପୁଅ ଏବେ ଜ୍ଞାନର ଆଲୋକ ବାଣ୍ଟୁଛନ୍ତି । ସଂଘର୍ଷ କରି ସ୍ୱପ୍ନ ପୂରଣ ହୋଇଛି । ସତରେ କହିବାକୁ ଗଲେ ସଫଳତାର କୌଣସି ନିର୍ଦ୍ଦିଷ୍ଟ ସଜ୍ଞା ନାହିଁ ।

କଠିନ ପରିଶ୍ରମ କରୁଥିବା ବ୍ୟକ୍ତି ଜୀବନରେ କେବେ ବିଫଳ ହୁଏ ନାହିଁ । ତେବେ ହୁଏତଃ ଏଥିପାଇଁ ଅନେକ ସମୟ ଲାଗିପାରେ, କିନ୍ତୁ ବ୍ୟର୍ଥ ଯାଏ ନାହିଁ ପରିଶ୍ରମ । ଦୁଃଖର ବାଦଲ ତଳୁ ଉଙ୍କିମାରେ ନୂଆ ସକାଳର ସୁରୂଜ । ତାମିଲନାଡୁ (Tamil Nadu)ର ଅରବିନ୍ଦ ପେରୁମାଲ (Aravind Perumal)ଙ୍କ କ୍ଷେତ୍ରରେ ଏପରି ହୋଇଛି ।

ତାମିଲନାଡୁର ମାଲାୟାଲାମେଡୁ ନିବାସୀ ଅରବିନ୍ଦ ପେରୁମାଲ (Aravind Perumal) । ସେ ପ୍ରଥମ ଜଣେ କୃଷକ (Farmer)ଥିଲେ । ପରିବାର ଚଳାଇବା ପାଇଁ କ୍ଷେତରେ ଦିନରାତି କାମ କରୁଥିଲେ । ହେଲେ ଚାଷ କରିବା ଭିତରେ ପାଠପଢ଼ା ଜାରି ରଖିଥିଲେ । ଏହା ପରେ ସେ କଠିନ ପରିଶ୍ରମ କରି ପୋଲିସ (police)ରେ ଚାକିରି ପାଇଲେ ।

୨୦୧୧ ମସିହାରେ ୩୪ ବର୍ଷ ବୟସରେ ଅରବିନ୍ଦ ପେରୁମାଲ ପୋଲିସ (police)ରେ ଯୋଗ ଦେଇଥିଲେ । ସେ ତିରୁନେଲଭେଲି ଜିଲ୍ଲାର ସୁଥାମଲ୍ଲୀ ପୋଲିସ ଷ୍ଟେସନରେ ୧୨ ବର୍ଷ କନଷ୍ଟେବଳ ଭାବରେ କାର୍ଯ୍ୟ କରିଛନ୍ତି । ତେବେ ଏତିକିରେ ଅଟକି ଯାଇନଥିଲେ, ଚାକରି ସହ ପାଠପଢ଼ା ଜାରି ରଖିଥିଲେ ।

ଅର୍ଥନୀତିରେ ପିଜି ଡିଗ୍ରୀ ହାସଲ କରିଥିଲେ । ସେ ପିଲାଦିନରୁ ଶିକ୍ଷକ ହେବାକୁ ଚାହୁଁଥିଲେ, କିନ୍ତୁ ଆର୍ଥିକ ସମସ୍ୟା ହେତୁ ତାଙ୍କୁ ତାମିଲନାଡୁ ପୋଲିସରେ ଯୋଗ ଦେବାକୁ ପଡ଼ିଥିଲା । ହେଲେ ଏତେ କଷ୍ଟ ଭିତରେ ସେ ସ୍ୱପ୍ନକୁ ମରିବାକୁ ଦେଇନଥିଲେ, ବରଂ ପୋଲିସରେ ଯୋଗଦେବା ପରେ ସେ ଉଚ୍ଚଶିକ୍ଷା ପାଇବାକୁ ଚେଷ୍ଟା ଜାରି ରଖିଥିଲେ ।

ଅରବିନ୍ଦ ନିଜେ ତାଙ୍କ ସଂଘର୍ଷ ଦିନର କାହାଣୀ ବର୍ଣ୍ଣନା କରିଛନ୍ତି । ଅରବିନ୍ଦ କୁହନ୍ତି, ଏଥିପାଇଁ ସେ ପ୍ରଥମେ ବିଭାଗର ଅନୁମତି ନେଇଥିଲେ । ୨୦୧୪ରେ ସେ ଗବେଷଣା କରିବା ଆରମ୍ଭ କଲେ । ସେ (Manonmaniam Sundaranar University)ଅର୍ଥନୀତିରେ ପିଏଚଡି କରିଛନ୍ତି ।

ପାଠପଢ଼ା ସମୟରେ ଚାଷ ଜମିରେ କାମ କରୁଥିଲେ । ସ୍ନାତକ ଏବଂ ସ୍ନାତକୋତ୍ତର ସମୟରେ ପାଠପଢ଼ା ସହ ପରିବାରକୁ ସହାୟତା କରିବା ପାଇଁ ସେ କ୍ଷେତରେ କାମ କରୁଥିଲେ । ପିଏଚଡି କରିବାକୁ ଚାହୁଁଥିଲେ ମଧ୍ୟ ଆର୍ଥିକ ପ୍ରତିବନ୍ଧକ ହେତୁ କରିପାରିଲି ନଥିଲେ । ଶେଷରେ ପୋଲିସ୍‌ ଚାକିରିରେ ଯୋଗ ଦେଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି ।

ଆରମ୍ଭ କରନ୍ତୁ ଏହି ବିଜନେସ,ହେବେ ମାଲାମାଲ

ଏହି ବିଦେଶୀ ଫଳ ଚାଷ କଲେ ମିଳିବ ଲାଭ ; କରିବେ ଭଲ ରୋଜଗାର, ଜାଣନ୍ତୁ କିପରି...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments