
tea stall business by rajkot girl the chaiwali chailand
ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ । ସର୍ବଦା ମହିଳାମାନେ ନିଜ ଦକ୍ଷତାକୁ ପ୍ରମାଣ କରିବା ସହ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି । ଅନେକ ମହିଳା ନିଜର ସ୍ବପ୍ନକୁ ନିଜ ରୋଜଗାରର ମାଧ୍ୟମ କରି ଅନ୍ୟପାଇଁ ଉଦାହରଣ ସୃଷ୍ଟି କରୁଥିବା ଦେଖାଯାଉଛି ।
ଅନେକ ଲୋକ ଚାକିରିକୁ ନେଇ ବହୁ ଚିନ୍ତାରେ ପଡ଼ି ଯାଇଥାଆନ୍ତି । କ’ଣ କରିବେ କ’ଣ ନାହିଁ କିଛି ସ୍ଥିର କରି ପାରି ନଥାଆନ୍ତି। ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯିଏକି ଚାକିରି ଛାଡ଼ି ନିଜ ଉପରେ ଥିବା ଆତ୍ମବିଶ୍ବାସ ବଳରେ ଜଣେ ବଡ଼ ବ୍ୟବସାୟୀ ହୋଇପାରିଛନ୍ତି ।
ଆଜି ଆମେ ଆପଣଙ୍କୁ ଗୁଜୁରାଟର ଜଣେ ସେଭଳି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ପରିବାରର ବିରୋଧ ସତ୍ତ୍ବେ ନିଜ ମନ ମୁତାବକ ପେସା ବାଛି ଆଜି ଚର୍ଚ୍ଚିତ । ଏଠାରେ ଆମେ ଗୁଜୁରାଟର ରାଜକୋଟ ସହରରେ ରହୁଥିବାା ନିଶା ହୁସେନଙ୍କ କଥା କହୁଛୁ। ନିଶା କମ୍ପ୍ୟୁଟର ଅପରେଟର ଭାବରେ କାମ କରୁଥିବା ବେଳେ ପରେ ସେ ଚାକିରି ଛାଡି ଚା ବିକିବା ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କୁ କେହି ସମର୍ଥନ କରିନଥିବା ପରେ ଆଜି ସେ ରାଜକୋଟର ଚାଏବାଲୀ ନାଁରେ ଚର୍ଚ୍ଚିତ ହୋଇଛନ୍ତି । ସେ ‘ଦି ଚାଏଲାଣ୍ଡ’ ନାମକ ଏକ ଚା କାଫେ କରିଥିବା ସହ ସେଠାରେ ସେ ୧୦ପ୍ରକାରର ଚା’ତିଆରି କରନ୍ତି ବୋଲି ଜଣାପଡ଼ିଛି ।
ନିଶାଙ୍କ ଦୋକାନଙ୍କୁ ପ୍ରଥମେ ବହୁ କମ ଲୋକ ଆସୁଥିଲେ । ପ୍ରଥମେ ତ ବହୁ ଲୋକ ତାଙ୍କ ତିଆରି ଚା କୁ ପସନ୍ଦ ମଧ୍ୟ କରୁନଥିଲେ । ହେଲେ ଜଣେ ଗ୍ରାହକ ନିଶାଙ୍କ ଚା ର ପ୍ରଶଂସା କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯାହାପରେ ନିଶାଙ୍କର ଭାଗ୍ୟ ଚମକିଥିଲା। କହିବାକୁ ଗଲେ ଏହାପରେ ପ୍ରତିଦିନ ଲୋକଙ୍କ ସଂଖ୍ୟା ବଢ଼ିବା ସହ ତାଙ୍କ ଚା ର ଲୋକପ୍ରିୟତା ବି ବଢ଼ିଥିଲା । ଏବେ ନିଶା ତାଙ୍କ ଷ୍ଟଲରେ ୧୦ ପ୍ରକାରର ଭିନ୍ନ ଭିନ୍ନ ସ୍ୱାଦର ଚା ତିଆରି କରାଯାଉଛି। ଚା ବ୍ୟବସାୟ କରି ନିଶା ମାସକୁ ୪୫୦୦୦ପର୍ଯ୍ୟନ୍ତ ଆୟ କରୁଛନ୍ତି ।
'MBA Sabziwala':ଏମବିଏ ପଢା ସଂପୂର୍ଣ୍ଣ କରି ପରିବା ବିକ୍ରି କରୁଛନ୍ତି କୌଶଳେନ୍ଦ୍ର, ପଢନ୍ତୁ ପୁରା ଖବର...
ଇଂରାଜୀରେ ଏମ.ଏ ପରେ ବି ମିଳିଲାନି ଚାକିରି ,ଚା’ଦୋକାନ କରି ଚର୍ଚ୍ଚାରେ ଟୁକଟୁକି
Share your comments