1. କୃଷି ବିଶ୍ବକୋଷ

ନାଲି ଭେଣ୍ଡି ଚାଷ ଦେଵ ନୂତନ ପରିଚୟ

ଲାଲ୍ ଭେଣ୍ଡିରେ ଥିବା ପ୍ରୋଟିନ ଶରୀର ପାଇଁ ବହୁତ ଭଲ ହୋଇଥାଏ | ଏହି ଭେଣ୍ଡି ସାଧାରଣତଃ ୟୁରୋପରେ ଚାଷ କରାଯାଉଥିଲା , କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ଲୋକପ୍ରିୟ ହୋଇଗଲାଣି |

Rajashree
Rajashree
benefits of red lady finger farming

benefits of red lady finger farming

"ଭେଣ୍ଡି ଗୋଟିଏ ଭଲ ପରିବା" ଏହି କଥାଟା ତ ଆପଣ ସମସ୍ତେ ଜାଣିଥିବେ | ଆଜ୍ଞା ହଁ, ଭେଣ୍ଡି ଏମିତି ଏକ ପରିବା ଯାହା ସମସ୍ତଙ୍କର ବହୁତ ପସନ୍ଦ | ସାଧାରଣତଃ ଆମେ ସବୁଜ ରଙ୍ଗର ଭେଣ୍ଡି ଖାଇଥାଉ ବା ଦେଖିଥାଉ | କିନ୍ତୁ ଆପଣମାନେ କେବେ ଲାଲ୍ ଭେଣ୍ଡି ବିଷୟରେ ଶୁଣିଛନ୍ତି କି ? ଲାଲ୍ ଭେଣ୍ଡିରେ(red lady finger)ଥିବା ପ୍ରୋଟିନ ଶରୀର ପାଇଁ ବହୁତ ଭଲ ହୋଇଥାଏ |

ଏହି ଭେଣ୍ଡି ସାଧାରଣତଃ ୟୁରୋପରେ ଚାଷ କରାଯାଉଥିଲା , କିନ୍ତୁ ବର୍ତ୍ତମାନ ଏହା ଭାରତରେ ମଧ୍ୟ ଲୋକପ୍ରିୟ ହୋଇଗଲାଣି | ଭାରତର ବିଭିନ୍ନ ଜାଗାରେ ଲାଲ ଭେଣ୍ଡି ଦେଖିବାକୁ ମିଳୁଛି | ତେବେ ଆଜି ଆସନ୍ତୁ ଲାଲ୍ ଭେଣ୍ଡି ଚାଷ ବିଷୟରେ ଜାଣିବା l

ଲାଲ୍ ଭେଣ୍ଡି ଚାଷ ପାଇଁ ଉପଯୁକ୍ତ ମାଟି : -

ଲାଲ୍ ଭେଣ୍ଡି ଚାଷ ପାଇଁ ବାଲିଆ ଓ ଦୋରସା ମାଟି ଉପଯୁକ୍ତ ବୋଲି କୁହାଯାଏ | ଲାଲ ଭେଣ୍ଡି ଚାଷ(red lady finger farming) ପାଇଁ ମାଟିରେ ଭଲ ଭାବେ ଜଳ ନିଷ୍କାସନ ହେଉଥିବା ଦରକାର, ମାଟିର ପି.ଏଚ ୬.୫-୭.୫ ମଧ୍ୟରେ ହୋଇଥିବା ଆବଶ୍ୟକ |

ଲାଲ୍ ଭେଣ୍ଡି ଚାଷ ପାଇଁ ଜଳ ଓ ସାରର ମାତ୍ରା

ଲାଲ୍ ଭେଣ୍ଡି ଚାଷ ପାଇଁ ସବୁଜ ଭେଣ୍ଡି ( lady finger) ପରି ଉର୍ବରକ ଦିଆଯାଇଥାଏ | ପାଗ ହିସାବରେ ଏଥିରେ ପାଣି ଦିଆଯାଇଥାଏ | ବର୍ଷା ଦିନେ ଏଥିରେ ପାଣି ଦେବାକୁ ପଡ଼ିନଥାଏ, ଅଧିକ ପାଣି ଦେଲେ ଏହାର ମୂଳ ପଚି ଯିବାର ଆଶଙ୍କା ଥାଏ | ସପ୍ତାହକୁ ଥରେ ଏହି ଚାଷରେ ପାଣି ଦେବା ଆବଶ୍ୟକ | ଏଥିରେ ୧୦୦ ଗ୍ରାମ ନାଇଟ୍ରୋଜେନ,୬୦ଗ୍ରାମ ଫସଫରସ ,୫୦ଗ୍ରାମ ପୋଟାସିୟମ ଦିଆଯାଇଥାଏ |

ଲାଲ୍ ଭେଣ୍ଡି ପାଇଁ ଉପଯୁକ୍ତ ଜଳବାୟୁ ଓ ମଞ୍ଜି ବୁଣିବାର ବିଧି: -

ଭେଣ୍ଡି ମଞ୍ଜିକୁ ଲଗାଇବା ପୂର୍ବରୁ ୧୦ରୁ୧୨ ଘଣ୍ଟା ପାଣିରେ ଭିଜେଇ ଦିଅନ୍ତୁ l ଏହା ପରେ ଗଛରୁ ଗଛର ଦୂରତା ୨୫-୩୦ ସେଣ୍ଟିମିଟର ରଖିବା ଦରକାର l ଏହା ଲଗେଇବା ପାଇଁ ଜୁଲାଇ ଓ ଅଗଷ୍ଟ ମାସ ଭଲ ହୋଇଥାଏ l ଲାଲ୍ ଭେଣ୍ଡି ଚାଷ (lady finger farming)ପାଇଁ ଗରମ ଓ ଆର୍ଦ୍ର ଜଳବାୟୁ ଉପଯୁକ୍ତ ହୋଇଥାଏ l ଲାଲ୍ ଭେଣ୍ଡି ଚାଷ ଖରା ଓ ବର୍ଷା ଋତୁରେ କରାଯାଇଥାଏ l ଏହି ଚାଷ( lady finger farming ପାଇଁ ଅଧିକ ବର୍ଷାର ଆବଶ୍ୟକତା ନଥାଏ l ଭଲ ଗଛ ପାଇଁ ଦିନକୁ ୬ ଘଣ୍ଟା ଖରାର ଆବଶ୍ୟକତା ରହିଥାଏ l

ଲାଲ୍ ଭେଣ୍ଡି ଉତ୍ପାଦନ:-

ଏହି ଭେଣ୍ଡି ସାଧାରଣତଃ ୨ ପ୍ରକାରର ହୋଇଥାଏ | ଲାଲ୍ ଭେଣ୍ଡିର(red lady finger farming ) ଅମଳ ସବୁଜ ଭେଣ୍ଡି ତୁଳନାରେ ୩ ଗୁଣ ଅଧିକ ହୋଇଥାଏ l ଏହାର ମୂଲ୍ୟ ୧୦୦ରୁ ୫୦୦ ଟଙ୍କା ହୋଇଥାଏ l

ନାଲି ଭେଣ୍ଡି ;କାଶୀ ଲାଲିମା

ଲାଲ୍ ଭେଣ୍ଡି ସମ୍ପର୍କରେ କିଛି ଜାଣନ୍ତୁ !!

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments