1. କୃଷି ବିଶ୍ବକୋଷ

ବ୍ୟବସାୟ ଭିତ୍ତିକ ଶୁଷ୍କ ଫୁଲ ଚାଷ

ଶୁଷ୍କ ଫୁଲର କୌଶଳ ଦ୍ୱାରା ଆମେ ଫୁଲକୁ ଅନେକ ଦିନ ପର୍ଯ୍ୟନ୍ତ ତାଜା ଓ ସୁନ୍ଦର କରି ରଖିପାରିବା ଓ ଏହାକୁ ଅନେକ ଦିନ ଧରି ବ୍ୟବହାର ମଧ୍ୟ କରାଯାଇପାରିବ | ଏହି କୌଶଳ ମାଧ୍ୟମରେ ସତେଜ ଫୁଲଗୁଡିକ ଶୁଖିବା ଆଗରୁ ସେଥିରେ ପରଫ୍ୟୁମ ମିଶାଇ ଦିଆଯାଇଥାଏ ଏବଂ ପଲିଥିନ ବ୍ୟାଗରେ ପ୍ୟାକିଂ କରି ସଂରକ୍ଷିତ ଭାବରେ ରଖାଯାଇଥାଏ |

Rajashree
Rajashree
dry flower a profitable bussiness

dry flower a profitable bussiness

ବର୍ତମାନ ଆଧୁନିକ ଯୁଗରେ ଶୁଷ୍କ ଫୁଲର (Dry flower) ଚାହିଦା ବଢିବାକୁ ଲାଗିଛି | ଶୁଷ୍କ ଫୁଲର କୌଶଳ ଦ୍ୱାରା ଆମେ ଫୁଲକୁ ଅନେକ ଦିନ ପର୍ଯ୍ୟନ୍ତ ତାଜା ଓ ସୁନ୍ଦର କରି ରଖିପାରିବା ଓ ଏହାକୁ ଅନେକ ଦିନ ଧରି ବ୍ୟବହାର ମଧ୍ୟ କରାଯାଇପାରିବ | ଏହି କୌଶଳ ମାଧ୍ୟମରେ ସତେଜ ଫୁଲଗୁଡିକ ଶୁଖିବା ଆଗରୁ ସେଥିରେ ପରଫ୍ୟୁମ ମିଶାଇ ଦିଆଯାଇଥାଏ ଏବଂ ପଲିଥିନ ବ୍ୟାଗରେ ପ୍ୟାକିଂ କରି ସଂରକ୍ଷିତ ଭାବରେ ରଖାଯାଇଥାଏ | ଏହା ଛଡ଼ା ଫୁଲ ଓ ଏହାର ପାଖୁଡାକୁ ଶୁଖାଇ ଏମିତି ଅନେକ ଜିନିଷ ପ୍ରସ୍ତୁତ କରାଯାଇ ପାରୁଛି, ଯାହାକି ନା ଖାଲି ଘରର ଶୋଭା ବଢ଼ାଉଛି ବରଂ ଏକ ରୋଜଗାରର ମାଧ୍ୟମ ମଧ୍ୟ ହୋଇପାରୁଛି |

ଏହି ମହଙ୍ଗା ଦୁନିଆରେ ଘରେ ବସିଥିବା ସ୍ତ୍ରୀ ଲୋକମାନେ ମଧ୍ୟ ଏହି ଶୁଷ୍କ ଫୁଲର(dry flower decoration)କୌଶଳକୁ ବ୍ୟବହାର କରି ଭଲ ଦୁଇ ପଇସା ରୋଜଗାର କରିପାରିବେ | ଏହି କୌଶଳରୁ ପ୍ରସ୍ତୁତ ଜିନିଷ ବ୍ୟବସାୟ ପାଇଁ ଉତ୍ତମ ହୋଇଥିବା ବେଳେ ଅତି କମ ଅର୍ଥ ବିନିଯୋଗରେ ଏକ ଭଲ ବ୍ୟବସାୟ ମଧ୍ୟ ପ୍ରମାଣିତ ହୋଇ ପାରିବ | ଏହି ଉପାୟରେ କୃଷକ ନିଜର ଆୟ ବୃଦ୍ଧି କରି ଏକ ସୁଖମୟ ଜୀବନ ଅତିବାହିତ କରିପାରିବ |

- ଦେଶ ବିଦେଶରେ ଶୁଷ୍କ ଫୁଲର (dry flower decoration)ଚାହିଦା ଅନେକ ଓ ଭାରତରୁ ଏହାକୁ ଆମେରିକା, ଜାପାନ ଓ ଇଉରୋପ ଦେଶମାନେ ଆମଦାନୀ ମଧ୍ୟ କରୁଛନ୍ତି

- ଶୁଷ୍କ ଫୁଲର ତାତ୍ପର୍ଯ୍ୟ କେବଳ ଫୁଲ ପର୍ଯ୍ୟନ୍ତ ହିଁ ସୀମିତ ନୁହେଁ, ମାତ୍ର ଏଥିରେ ମଞ୍ଜି,କଢ଼ ଇତ୍ୟାଦିକୁ ମଧ୍ୟ ସାମିଲ କରାଯାଇଥାଏ , ଯାହା ଏହାକୁ ଅଧିକ ଆକର୍ଷଣ କରିଥାଏ |

- ସୂଚନାନୁଯାୟୀ, ଭାରତରୁ ପ୍ରତି ବର୍ଷ ପାଖାପାଖି ୧୦୦ କୋଟି ଟଙ୍କାର ଶୁଷ୍କ ଫୁଲ (dry flower decoration)ପ୍ରସ୍ତୁତ ହୋଇଥାଏ |

- ହାତ ତିଆରି କାଗଜ, ଲ୍ୟାମ୍ପ ସଜାଇବା, ମହମବତୀ ଷ୍ଟାଣ୍ଡ, ଝୋଟର ବ୍ୟାଗ, ଫଟୋ 6ଫ୍ରମ, ବିଭିନ୍ନ ପ୍ରକାରର ବକ୍ସ, ବହି, କବାଟ ସଜାଇବା ସାମଗ୍ରୀ, ଏବଂ ଅନ୍ୟାନ ଉପହାର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଶୁଷ୍କ ଫୁଲର ବ୍ୟବହାର କରାଯାଇଥାଏ |

- ଘରେ ପଡିରହିଥିବା ଅଦରକାରୀ ବସ୍ତୁ ଓ ଶୁଷ୍କ ଫୁଲରୁ(dry flower decoration) ନିର୍ମିତ ଜିନିଷର ସୁନ୍ଦରତା ଆହୁରି ଅନେକ ହୋଇଥାଏ |

- ଶୁଷ୍କ ଫୁଲରୁ (dry flower decoration)ପ୍ରସ୍ତୁତ ସମସ୍ତ ସାମଗ୍ରୀ ବ୍ୟବସାୟ ପାଇଁ ଅତ୍ୟନ୍ତ ଭଲ ହୋଇଥିବା ବେଳେ ସ୍ୱଳ୍ପ ନିବେଶରେ ଅଧିକ ଲାଭ ଯୋଗାଇଥାଏ |

କାର୍ଣ୍ଣାସନ୍ ଫୁଲ: ବିଦେଶୀ ଫୁଲର ଦେଶୀ ଚାହିଦା

ବର୍ଷା ଋତୁରେ ବଗିଚାର କିପରି ଯତ୍ନ ନେବେ ???

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments