1. କୃଷି ବିଶ୍ବକୋଷ

ହରଡ ଚାଷ, କମ ବ୍ୟୟରେ ଅଧିକ ଲାଭ

ହରଡ ଭାରତର ଏକ ବହୁ ପୁରାତନ ଚାଷ କହିଲେ ଅତ୍ୟୁକ୍ତି ହେବ ନାହିଁ | ଭାରତ ଓ ଭାରତ ବାହାରେ ହରଡ ଡାଲିର ସ୍ୱତନ୍ତ୍ର ଚାହିଦା ରହିଛି | ହରଡକୁ ସଠିକ ଭାବରେ ଚାଷ କରିଲେ ଏହା ଚାଷୀକୁ ବ୍ୟବସାୟର ଖୋରାକ ଯୋଗାଇଥାଏ | ହରଡ କମ ବ୍ୟୟରେ ଅଧିକ ଲାଭବାନ କରିବାର ଯଥେଷ୍ଟ ଆଶଙ୍କା ରହିଥାଏ | ଆସନ୍ତୁ ଜାଣିବା କିପରି କରିବା ସଠିକ ଭାବରେ ହରଡ ଚାଷ |

Rajashree
Rajashree
know about how to do arhar daal cultivation

know about how to do arhar daal cultivation

ହରଡ ଭାରତର ଏକ ବହୁ ପୁରାତନ ଚାଷ କହିଲେ ଅତ୍ୟୁକ୍ତି ହେବ ନାହିଁ | ଭାରତ ଓ ଭାରତ ବାହାରେ ହରଡ ଡାଲିର ସ୍ୱତନ୍ତ୍ର ଚାହିଦା ରହିଛି | ହରଡକୁ ସଠିକ ଭାବରେ ଚାଷ କରିଲେ ଏହା ଚାଷୀକୁ ବ୍ୟବସାୟର ଖୋରାକ ଯୋଗାଇଥାଏ(arhar daal farming)| ହରଡ କମ ବ୍ୟୟରେ ଅଧିକ ଲାଭବାନ କରିବାର ଯଥେଷ୍ଟ ଆଶଙ୍କା ରହିଥାଏ | ଆସନ୍ତୁ ଜାଣିବା କିପରି କରିବା ସଠିକ ଭାବରେ ହରଡ ଚାଷ |

ମୃତ୍ତିକା :

ହରଡ (arhar daal )ବିଭିନ୍ନ ମୃତ୍ତିକାରେ ଚାଷ କରାଯାଏ | ବାଲି ଦୋରସା ମାଟିଠାରୁ ଆରମ୍ଭ କରି ମଟାଳ ଦୋରସା ମାଟି ପର୍ଯ୍ୟନ୍ତ ସମସ୍ତ ମାଟିରେ ହରଡ ଫସଲ (soil for arharfarming)ହେବ | କିନ୍ତୁ ଉର୍ବର ଦୋରସା ମାଟିରେ ହରଡ ଭଲ ହୁଏ | କ୍ଷାରୀ ଲୁଣୀ ଓ ପାଣି ଜମି ରହୁଥିବା ଜମି ହରଡ (arhar daal )ଚାଷ ପାଇଁ ଅନୁପଯୁକ୍ତ । ନିଗିଡା ଆଲୁଭିଅୟ ମୃତ୍ତିକା ଏବଂ ଦୋରସା ମାଟି ହରଡ ପାଇଁ ଉପଯୁକ୍ତ । କୃଷ୍ଣ କାର୍ପାସ ମୃତ୍ତିକାରେ ଜଳ ନିଷ୍କାସନ ବ୍ୟବସ୍ଥା ଥିଲେ ହରଡ ଚାଷ ହୋଇପାରିବ । ନାଲି – ମଟାଳ ଦୋରସା ମାଟିରେ ଜଳ ନିଷ୍କାସନର ସୁବିଧା ଥିଲେ ହରଡ କରାଯାଇ ପାରିବ ।

ଜମି ପ୍ରସ୍ତୁତି :

ହରଡ (arhar daal )ଏକ ଗଭୀର ଚେର ବିଶିଷ୍ଟ ଫସଲ ହୋଇଥିବାରୁ ଜମି ଉପଯୁକ୍ତ ଭାବେ ହଳ କରାଯାଇଥିଲେ ଭଲ ଉତ୍ପାଦନ ହୋଇଥାଏ । ମାଟି ଲେଉଟାଇ ପାରୁଥିବା ଲଙ୍ଗଳରେ ଏହି ଜମିକୁ ଗଭୀର ହଳ କରାଯାଏ । ହଳ ପରେ ଏଥିରେ ମଇ ଦେବା ନିହାତି ଆବଶ୍ୟକ । ମାଟିରେ ପାଣି ଜମି ନ ରହିବା ପାଇଁ ମାଟିକୁ ସମତଳ କରିବା ଏକାନ୍ତ ଆବଶ୍ୟକ । ଜମିରୁ ଭଲଭାବେ ଘାସ ବାହାର କରିଦେବା ଦରକାର | ଜମିରେ ହେକ୍ଟର ପ୍ରତି ୨ ଟନ୍ ସଢା ଗୋବର ଖତ ପ୍ରୟୋଗ କରାଯାଏ | ଜମି ପ୍ରସ୍ତୁତିରେ ଶେଷ ଅବସ୍ଥାରେ ଉଇ ପ୍ରବଣ ମାଟିରେ ହେକ୍ଟର ପ୍ରତି ୨୫ କି.ଗ୍ରା କ୍ଲୋରପାଇରିଫସ୍ ୧.୫% ଗୁଣ୍ଡ ପ୍ରୟୋଗ କରନ୍ତୁ |

ସାର ପ୍ରୟୋଗ :

ହରଡ ଚାଷ (arhar daal farming)ପାଇଁ ଜମିକୁ ସମତୁଲ କରିବା ପରେ ନିମ୍ନ ବ୍ୟବଧାନରେ ସିଆର ଟାଣି ହେକ୍ଟର ପିଛା ସଅଳ କିସମ ହରଡ ପାଇଁ ଯବକ୍ଷାରଜାନ ଓ ଫସଫରସ୍ ଯଥାକ୍ରମେ ୨୦ ଓ ୪୦ କି.ଗ୍ରା. ଏବଂ ବିଳମ୍ବ କିସମ ହରଡ ପାଇଁ ୨୦ ଓ ୬୦ କି.ଗ୍ରା. ସିଆରରେ ପ୍ରୟୋଗ କରାଯାଏ | ଉଭୟ ସାରକୁ ଭଲଭାବେ ମିଶାଇ ସିଆରରେ ପକାଇ ମାଟି ଘୋଡାଇ ଦେବା ପରେ ମଞ୍ଜି ବୁଣାଯାଏ । ଋତୁ ଭେଦରେ ହରଡ ଲଗାଇବା ବ୍ୟବଧାନ, ବିହନ ପରିମାଣ ଏବଂ ହେକ୍ଟର ପିଛା ଗଛସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ ।

ବିହନ ବିଶୋଧନ ପଦ୍ଧତି :

୬୦୦ ମି.ଲି. ପାଣିରେ ୨୦୦ ଗ୍ରାମ୍ ରାଇଜୋବିୟମ କଲଚର ଓ ୨୫୦ ଗ୍ରାମ୍ ଫସଫେଟ୍ ଦ୍ରବୀଭୂତ କରୁଥିବା ବ୍ୟାକ୍ଟେରିଆ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତା ପରେ ୧୦ କି.ଗ୍ରାମଞ୍ଜି ଉପରେ ବୁନ୍ଦା ବୁନ୍ଦା କରି ମଣ୍ଡ ଢାଳନ୍ତୁ ଓ ଏକ ସମାନୁପାତିକ ଆସ୍ତରଣ ସୃଷ୍ଟି ହେବା ପର୍ଯ୍ୟନ୍ତ ହାତରେ ଗୋଳାଇ ଦିଅନ୍ତୁ । ବିହନ ଉପଚାର କଲାବେଳେ ଅଧିକ ସଂଖ୍ୟକ ଗୁଟିକା ସୃଷ୍ଟି ହେବା ପାଇଁ ପ୍ରତି ୧୦ କି.ଗ୍ରା ବିହନରେ ୩ ଗ୍ରାମ୍ ହିସାବରେ ଆମୋନିୟମ କିମ୍ବା ସୋଡିୟମ ମଲିବଡେଟ୍ ଆକାରରେ ମଲିବଡିନମ୍ ମିଶାନ୍ତୁ । ଏକ ପରିଷ୍କାର ଲୁଗା, କାଗଜ କିମ୍ବା ପଲିଥିନ ଉପରେ ଉପଚାରିତ ବିହନକୁ ଛାଇରେ ଶୁଖାଇ ଦିଅନ୍ତୁ | ଅପରାହ୍ନ ସମୟରେ ବିହନ ବୁଣିବାର ଉପଯୁକ୍ତ ସମୟ ହୋଇଥାଏ |

ଜଳ ପରିଚାଳନା;

ହରଡ (arhar daal farming) ମୁଖ୍ୟତଃ ମୌସୁମୀ ଋତୁରେ ଚାଷ କରାଯାଇଥାଏ । ହରଡ (arhar daal)ଏକ ଗଭୀର ଚେରଯୁକ୍ତ ଫସଲ ହୋଇଥିବାରୁ ମାଟିର ଗଭୀର ସ୍ତରରୁ ଜଳୀୟାଂଶ ସଂଗ୍ରହ କରିବାର ଦକ୍ଷତା ରଖିଥାଏ | ଜଳୀୟାଂଶ ଅଭାବ ପରିସ୍ଥିତିରେ ଫୁଲ, ଫଳ ହେବାର ପୂର୍ବାବସ୍ଥା ଓ ଫୁଲ ହେବା ଅବସ୍ଥାରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦିଆଯାଏ | ପ୍ରାକ୍ ରବି ହରଡ ସାଧାରଣତଃ ଜଳସେଚିତ ଫସଲ ଭାବେ ଚାଷ କରାଯାଏ | ଏଥିପାଇଁ ଅନ୍ତଃପକ୍ଷେ ୩-୫ ଟି ଜଳସେଚନ ଆବଶ୍ୟକ ହୋଇଥାଏ | ଏହି ଫସଲ ଜଳ ଜମି ରହିବା ପରିସ୍ଥିତି ସହ୍ୟ କରିପାରେ ନାହିଁ | ତେଣୁ ଏହି ଚାଷ ପାଇଁ ଉପଯୁକ୍ତ ଜଳ ନିଷ୍କାସନ ସୁବିଧା କରାଯାଏ ।

ବିହନ ବୁଣିବା ପ୍ରଣାଳୀ :

ବିହନକୁ ୪-୬ ସେ.ମି. ଗଭୀରରେ ଧାଡିରେ ବୁଣିବା ଉଚିତ | ଧାଡିରେ ବୁଣିବା ଦ୍ଵାରା ଅନ୍ତଃଚାଷ ଭଲ ହୁଏ | ବିହନ ବୁଣିବାର ଏକ ସପ୍ତାହ ପୂର୍ବରୁ ବିହନକୁ ଏକ କି.ଗ୍ରା. ବିହନ ପିଛା ୩ ଗ୍ରାମ ଥିରାମ ହିସାବରେ ଭଲଭାବେ ମିଶାଇ ବିଶୋଧନ କରିବା ଆବଶ୍ୟକ | ଏହା ଦ୍ଵାରା ଗଛ ରୋଗ ଆକ୍ରମଣରୁ ମୁକ୍ତ ହେବ | ବିହନ ବୁଣିବା ପୂର୍ବରୁ ଜୀବାଣୁ କଲଚର ଗୋଳାଇ ବୁଣିବା ଦରକାର , କାରଣ ହରଡ ଫସଲ ନିଜର ଯବକ୍ଷାରଜାନ ଚାହିଦା ଗଛ ଚେରରେ ବଢୁଥିବା ଜୀବାଣୁ ବା ଗୁଟିକା ସାହାଯ୍ୟରେ ମେଣ୍ଟାଇଥାଏ । ଜୀବାଣୁ ବାୟୁରୁ ଯବକ୍ଷାରଜାନ ସଂଗ୍ରହ କରି ନିଜେ ବ୍ୟବହାର କରିବା ସହ ହରଡ (arhar daal farming)ଗଛର ଚାହିଦା ପୂରଣ କରିବାରେ ମଧ୍ୟ ସକ୍ଷମ ହୋଇଥାଏ |ବିହନ ଗଜା ହେବାର ୧୪-୨୧ ଦିନ ମଧ୍ୟରେ ଚେରରେ ଗୁଟିକା ସୃଷ୍ଟି ହୋଇ ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଏ | ଏଣୁ ଜମିରେ ହରଡ ୧୪-୨୧ ଦିନ ପର୍ଯ୍ୟନ୍ତ ଭଲଭାବେ ବୃଦ୍ଧି ହେବାପାଇଁ ଯେତିକି ଯବକ୍ଷାରଜାନ ସାର ଦରକାର ସେହି ପରିମାଣ ହରଡ ଗଛକୁ ମୂଳସାର ରୂପେ ଫସଫରସ୍ ସାର ସହ ମିଶାଇ ଦିଆଯାଏ |

ଅମଳ :

୭୫-୮୦ ଭାଗ ଛୁଇଁ ପାଚ୍ୟ ବାଦାମି ରଙ୍ଗ ହେଲେ ଗଛ ମୂଳରୁ କାଟି ଖରାରେ ଶୁଖାଇ ୩-୪ ଦିନ ପରେ ଅମଳ (arhar daal) କରାଯାଏ | ଡାଳଗୁଡିକ ଶୁଖିଗଲା ପରେ ଠେଙ୍ଗା ଦ୍ଵାରା ପିଟି ଅମଳ କରାଯାଏ | ତା’ପରେ ପରିଷ୍କାର କରି ଖରାରେ ଶୁଖାଇ ସାଇତିବା ଉଚିତ । ଶତକଡା ୧୦ ଭାଗ ଜଳୀୟ ଅଂଶ ରହିଲେ ବିହନ ନଷ୍ଟ ହୁଏ ନାହିଁ | ଏଣୁ ସାଇତି ରଖିବା ପାଇଁ ୧୦ ଭାଗ ଜଳୀୟ ଅଂଶ ରଖିବା ପାଇଁ ହରଡକୁ ଖରାରେ ୨-୩ ଦିନ ଶୁଖାଇ ଦେଇ ସାଇତି ରଖାଯାଏ | ହରଡ ଚାଷରୁ କମ ବ୍ୟୟରେ ଅଧିକ ଲାଭ ହୋଇଥାଏ

ହରଡ ଡାଲିର ସ୍ୱାସ୍ଥ୍ୟ ଉପକାରୀତା

ସ୍ୱଳ୍ପ ଜଳ ଥିବା ଅଞ୍ଚଳରେ ଫସଲ ଅମଳ କିପରି କରିପାରିବା ??

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments