1. କୃଷି ବିଶ୍ବକୋଷ

ଚାଷ କରନ୍ତୁ ତୁଳସୀ, ହେବ ଏହି ଲାଭ

ବହୁ ପ୍ରାଚୀନ କାଳରୁ ତୁଳସୀର ବହୁ ଉପାଦେୟ ଔଷଧୀୟ ମହତ୍ତ୍ଵ ସମ୍ବନ୍ଧରେ ଆମ ଦେଶର ସାଧାରଣ ଜନତା ପରିଚିତ | ସମ୍ପ୍ରତି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗ , ସୁଗନ୍ଧତତୈଳ ଉଦ୍ୟୋଗ ଏବଂ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ତୁଳସୀର ବହୁଳ ମାତ୍ରାରେ ଆବଶ୍ୟକ କରୁଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି |

Rajashree
Rajashree
know benefits of holy basil farming

know benefits of holy basil farming

ଭାରତୀୟ ସଂସ୍କୃତିରେ ତୁଳସୀର ଭୂମିକା ଗୁରୁତ୍ୱପୂର୍ଣ | ପ୍ରତ୍ୟକ ଭାରତୀୟ ଘରେ ତୁଳସୀ ଗଛକୁ(basil farming)ପୂଜା କରାଯାଏ | କେବଳ ସେତିକି ନୁହେଁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ତୁଳସୀର ବ୍ୟବହାର ଏକ ଅତ୍ୟକ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି | ବହୁ ପ୍ରାଚୀନ କାଳରୁ ତୁଳସୀର(holy basil)ବହୁ ଉପାଦେୟ ଔଷଧୀୟ ମହତ୍ତ୍ଵ ସମ୍ବନ୍ଧରେ ଆମ ଦେଶର ସାଧାରଣ ଜନତା ପରିଚିତ |

ସମ୍ପ୍ରତି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗ , ସୁଗନ୍ଧତତୈଳ ଉଦ୍ୟୋଗ ଏବଂ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ତୁଳସୀର (holy basil) ବହୁଳ ମାତ୍ରାରେ ଆବଶ୍ୟକ କରୁଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି | ତେଣୁ ଏହାକୁ ଉନ୍ନତ ପ୍ରଣାଳୀରେ ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏହା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭବାନ କରାଇପାରିବ |

ମୃତ୍ତିକା -

ତୁଳସୀ ବୃକ୍ଷ ଚାଷ (basil farming)ପାଇଁ ଆଦ୍ର ଓ ଉଷ୍ଣ ଜଳବାୟୁ ଉପଯୁକ୍ତ | ଅତ୍ୟଧିକ ଆଦ୍ର ଜଳବାୟୁ ଓ ଅତ୍ୟଧିକ ତାପମାନ ଥିବା ସ୍ଥାନରେ ଏହି ଗଛ ଭଲ ଭାବରେ ବିକଶିତ ହୋଇଥାଏ | ଏହା ଅତ୍ୟନ୍ତ ସନ୍ତସନ୍ତିଆ ପାଣି ଜମି ରାହୁନଥିବା ସ୍ଥାନକୁ ଛାଡି ପ୍ରାୟେ ସମସ୍ତ ପ୍ରକାର ମାଟିରେ ଏହି ଗଛ ଚାଷ କରଯାଇପାରିବ |

ରୋପଣ -

ତୁଳସୀ ଚାଷ (basil farming) କରିବା ପୂର୍ବରୁ ଜମିକୁ ଦୁଇଥର ଭଲ ଭାବରେ ହଳକରି ଏକର ପିଛା ୬ ଟନ ହିସାବରେ ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବରେ ମିଶାଇ ୧.୫ x ୧.୫ ଫୁଟ ଦୂରତାରେ ରୋପଣ କରାଯିବା ଉଚିତ | ପ୍ରଥମେ ୩-୩ ଦିନ ଅନ୍ତରରେ ଏବଂ ୭ରୁ ୧୦ ଦିନ ବ୍ୟବଧାନରେ ଜଳ ସିଞ୍ଚନ କଲେ ଗଛର ବୃଦ୍ଧି ଭଲ ହୋଇଥାଏ | ତୁଳସୀ ଚାଷରେ (basil farming) ପ୍ରତିମାସ ଅନ୍ତରରେ ଏକର ପିଛା ୮ କିଗ୍ରା ବାୟୋଜାଇମ ଗ୍ରାନ୍ୟୁଲସ ପ୍ରୟୋଗ କଲେ ଗଛ ଭଲ ବଢିଥାଏ | ଗଛ ୩ ମାସର ହେବା ପରେ ଦେଖି ଏହାର ଡାଳ କାଟି ନିଆଯିବା ଉଚିତ | ଏହାର ୭୦-୭୫ ଦିନ ପରେ ଦ୍ଵିତୀୟ ଥର ଏବଂ ପୁଣି ଏହାର ୭୦-୭୫ ଦିନ ପରେ ତୃତୀୟ ଥର ଅମଳ କରାଯାଏ |

କିସମ -

ସାରା ବିଶ୍ଵରେ ତୁଳସୀର (basil farming)ପ୍ରାୟ ୧୫୦ ପ୍ରଜାତି ଦେଖାଯାଇଥାଏ ଯାହାର ସାଧରଣତଃ ପ୍ରକୃତି ପ୍ରାୟତଃ ସମାନ କିନ୍ତୁ ରସାୟନିକ ସଂଗଠନରେ ଭିନ୍ନତା ଥାଏ | ତୁଳସୀର କିସମ ମଧ୍ୟରେ ଓସିମମ କିଲିମଣ୍ଡସ୍ରକମ କର୍ପୁର ତୁଳସୀ , ଓସିମମ କେନମ / ଓସିମମ ଆମେରିକାନମ ଗଙ୍ଗାତୁଳସୀ,ଓସିମମ ଗ୍ରାଟିସିମମ ବଣ ତୁଳସୀ / ରାମ ତୁଳସୀ , ଓସିମମ ସାଙ୍କଟମ ଧଳାତୁଳସୀ /ଶ୍ରୀ ତୁଳସୀ/ ଶ୍ୟାମା ତୁଳସୀ | ଆଦି ଉପଲବ୍ଧ |

ତୁଳସୀ ଚାଷରୁ (basil farming)ମୁଖ୍ୟତଃ ଦୁଇପ୍ରକାର ଲାଭ ହୋଇଥାଏ । ପ୍ରଥମତଃ , ଏହାର ପତ୍ର ବିକ୍ରି ଦ୍ଵାରା ଏବଂ ଦ୍ଵିତୀୟତଃ ,ଏହାର ତେଲ ନିଷ୍କାସନ ଦ୍ଵାରା । ଏକ ଏକର କ୍ଷେତରୁ ତିନିଥର ଅମଳରେ ପ୍ରାୟ ୨୦ କ୍ଵିଣ୍ଟାଲ ଡାଳ ଓ ୧୦ କ୍ଵିଣ୍ଟାଲ ପତ୍ର ମିଳିଥାଏ, ଯାହାଦ୍ୱାରା ତୁଳସୀ ଚାଷରୁ (basil farming )ଭଲ ଲାଭ ହୋଇଥାଏ |

ତୁଳସୀ ଚାଷ କରି ହୋଇପାରିବେ ଲକ୍ଷପତି

ଓଡ଼ିଶାରେ ମିଠା ତୁଳସୀ ଚାଷ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments