1. କୃଷି ବିଶ୍ବକୋଷ

କୁଫରି ସଙ୍ଗମ ଆଳୁର ବଢୁଛି ଚାହିଦା

କୁହାଯାଏ କି ଭାରତକୁ ଆଳୁ ୧୬ ଶତାବ୍ଦୀର ପାଖାପାଖି ପର୍ତ୍ତୁଗିଜମାନଙ୍କ ଦ୍ୱାରା ଅଣାଯାଇଥିଲା | ତେବେ ସେହି ସମୟ ଠାରୁ ନେଇ ଆଜିଯାଏ ଆଳୁର ଚାଷ କରାଯାଉଛି |

Rajashree
Rajashree
kufri sangam is the best potato variety

kufri sangam is the best potato variety

ପୁରା ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ଓ ଉପଯୋଗୀ ପରିବା ହେଉଛି ଆଳୁ | ପୁରା ଦୁନିଆରେ ଆଳୁ ଚାଷ (Potato farming) କରାଯାଏ, କିନ୍ତୁ ଆପଣ ଜାଣିଛନ୍ତି କି, ଆଳୁର ମୂଳ ସ୍ଥାନ ଦକ୍ଷିଣ ଆମେରିକା ଅଟେ | କୁହାଯାଏ କି ଭାରତକୁ ଆଳୁ ୧୬ ଶତାବ୍ଦୀର ପାଖାପାଖି ପର୍ତ୍ତୁଗିଜମାନଙ୍କ ଦ୍ୱାରା ଅଣାଯାଇଥିଲା | ତେବେ ସେହି ସମୟ ଠାରୁ ନେଇ ଆଜିଯାଏ ଆଳୁର ଚାଷ କରାଯାଉଛି | ଏହାର ଚାଷ କୃଷକମାନଙ୍କ (Potato farming)ପାଇଁ ଅତି ଲାଭକାରୀ ମଧ୍ୟ ପ୍ରମାଣିତ ହୋଇଛି l

ଯଦି ଆପଣ ମଧ୍ୟ ଏକ କୃଷକ ଓ ଆଳୁର କୃଷି ଦ୍ୱାରା ଆପଣ ମଧ୍ୟ ମାଲାମାଲ ହେବାକୁ ଚାହୁଁଛନ୍ତି, ତେବେ ଆମେ ଆଜି ଆଳୁର ଗୋଟିଏ ଏପରି ପ୍ରଜାତି ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ୱାରା ଆପଣମାନେ ଆଳୁର ଉନ୍ନତ କୃଷି କରିପାରିବେ l ଏହି କିସମର ନାମ "କୁଫରି ସଙ୍ଗମ" ଅଟେ |

ଆଳୁର ପୌଷ୍ଟିକ ତତ୍ତ୍ୱ

ଆଳୁରେ (Potato farming) ଅନେକ ପୌଷ୍ଟିକ ତତ୍ତ୍ୱ ଭରି ରହିଥାଏ, କିନ୍ତୁ ଏହାର ମୁଖ୍ୟ ପୌଷ୍ଟିକ ତତ୍ତ୍ୱ ଷ୍ଟାର୍ଚ୍ଚ ଅଟେ | ଆଳୁ (Potato farming)କ୍ଷାରୀୟ ଅଟେ, ତେଣୁ ଏହା ଶରୀରରେ କ୍ଷାରର ମାତ୍ରା ବଢ଼ିବାରେ ଓ ଏହାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ | ଏହା ସହିତ ଶରୀରରେ ଅମ୍ଳ ମଧ୍ୟ କରିବାକୁ ଦିଏ ନାହିଁ |

କେନ୍ଦ୍ରୀୟ ଆଳୁ ଅନୁସନ୍ଧାନ ସଂସ୍ଥାନର ବୈଜ୍ଞାନିକମାନଙ୍କ ଦ୍ୱାରା ଆଳୁର (Potato farming) ନୂଆ କୁଫରି ସଙ୍ଗମ କିସମ ପ୍ରସ୍ତୁତ କରାଯାଇଛି | ଆଳୁର ଏହି କିସମ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ, ଏହା ସହିତ ଏଥିରୁ ଫସଲ ଉତ୍ପାଦନ ମଧ୍ୟ ଭଲ ହୋଇଥାଏ | ଏହି କିସମର ଆଳୁ ଦେଶର ଉତ୍ତର ପ୍ରଦେଶ ସହିତ ଅନ୍ୟ ୮ଟି ରାଜ୍ୟ ପାଇଁ ମଧ୍ୟ ଉପଯୁକ୍ତ ବୋଲି ଗ୍ରହଣ କରାଯାଉଛି | ଏହି ପ୍ରଜାତି ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ, ଛତିଶଗଡ଼, ହରିୟାଣା ଓ ପଞ୍ଜାବର କୃଷକମାନଙ୍କ ପାଇଁ ଉପଯୋଗୀ ଅଟେ |

ସବୁଠାରୁ ଖାସ କଥା ଏହା ଯେ ଏହି ପ୍ରଜାତିକୁ ମିରଟର ମୋଦିପୁରମରେ ପାଖାପାଖି ୧୨ ବର୍ଷର ପରୀକ୍ଷା ପରେ ବିକଶିତ କରାଯାଇଛି | ଏହି ପ୍ରଜାତିର ପରୀକ୍ଷଣ ଅଖିଳ ଭାରତୀୟ ସ୍ତରରେ କରାଯାଇଛି ଓ ଏହା ପରେ ଏହାକୁ କୃଷକମାନଙ୍କ (Potato farming) ପାଖରେ ପହଞ୍ଚାଇ ଦିଆଯାଇଛି | ଏହା ରୋଗ ପ୍ରତିରୋଧୀ ପ୍ରଜାତି ମଧ୍ୟ ଅଟେ | ଏହି ପ୍ରଜାତିରେ ପତ୍ର ମୋଚି ରୋଗକୁ ସାମ୍ନା କରିବାର ଶକ୍ତି ବହୁତ ବେଶୀ ରହିଥାଏ | ଆଳୁର ଏହି ପ୍ରଜାତି ପ୍ରାୟ ୧୦୦ ଦିନରେ ହିଁ ପ୍ରସ୍ତୁତ ହୋଇଯାଇଥାଏ | ଏହା ଖାଇବା ସହିତ ଉତ୍ପାଦନ ପାଇଁ ମଧ୍ୟ ଭଲ ହୋଇଥାଏ | ଏହା ଚିପ୍ସ , କୁରକୁରେ ଓ ଫ୍ରେଞ୍ଚ ଫ୍ରାଏ ପାଇଁ ମଧ୍ୟ ଉପଯୋଗୀ ହୋଇଥାଏ | ତେବେ କୃଷକ (Farmer )ଭାଇମାନେ ଏହି ପ୍ରଜାତିର କୃଷିରୁ ଅନେକ ଲାଭବାନ ହୋଇପାରିବେ, କାରଣ ଏହାର ବହୁମୁଖୀ ଉପଯୋଗୀତା ପାଇଁ ବଜାରରେ ଏହାର ଚାହିଦା ମଧ୍ୟ ଅନେକ |

ଜାଣିଛନ୍ତି କି ଆଳୁ ଚୋପା ବ୍ୟବହାର କରିଲେ କଣ ହୁଏ ?

ବିନା ହଳରେ କମ ଖର୍ଚ୍ଚରେ ଅଧିକ ଅମଳ ଆଳୁ ଚାଷ, ଜାଣିଛନ୍ତି କି ?

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments