1. କୃଷି ବିଶ୍ବକୋଷ

ଲିଚୁ ଚାଷ ଦୂର କରିଦେବ ବେରୋଜଗାରୀ....

ଲିଚୁ(Litchi) ସମସ୍ତଙ୍କର ଏକ ଆଦରଣୀୟ ଫଳ। ଏହାର ରଙ୍ଗ ଓ ସ୍ଵାଦ ଯୋଗୁଁ ଏହାକୁ ଫଳର ରାଣୀ ବୋଲି କୁହାଯାଏ। ଲିଚୁ ଗଛ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର।ଏହାର ଖଟା ମିଠା ସ୍ଵାଦ ସମସ୍ତଙ୍କୁ ଖୁସି କରିଥାଏ। ଏଥିରୁ ସ୍କ୍ୱାସ ତିଆରି ହୁଏ ଏବଂ ଯେତେ କିସମର ସ୍କ୍ୱାସ ଅଛି ସବୁଠାରୁ ଲିଚି ସ୍କ୍ୱାସର ଆଦର ବେଶି ଓ ଦାମ ମଧ୍ୟ ଅନ୍ୟମାନଙ୍କ ଠାରୁ ଅଧିକ। ଳିଚିରେ ଭିଟାମିନ-ସି(Vitamin-c) ଅଧିକ ମାତ୍ରାରେ ଅଛି।

Priyambada Rana
Priyambada Rana

ଲିଚୁ(Litchi) ସମସ୍ତଙ୍କର ଏକ ଆଦରଣୀୟ ଫଳ। ଏହାର ରଙ୍ଗ ଓ ସ୍ଵାଦ ଯୋଗୁଁ ଏହାକୁ ଫଳର ରାଣୀ ବୋଲି କୁହାଯାଏ। ଲିଚୁ ଗଛ ମଧ୍ୟ ଦେଖିବାକୁ ଖୁବ ସୁନ୍ଦର।ଏହାର ଖଟା ମିଠା ସ୍ଵାଦ ସମସ୍ତଙ୍କୁ ଖୁସି କରିଥାଏ। ଏଥିରୁ ସ୍କ୍ୱାସ ତିଆରି ହୁଏ ଏବଂ ଯେତେ କିସମର ସ୍କ୍ୱାସ ଅଛି ସବୁଠାରୁ ଲିଚି ସ୍କ୍ୱାସର ଆଦର ବେଶି ଓ ଦାମ ମଧ୍ୟ ଅନ୍ୟମାନଙ୍କ ଠାରୁ ଅଧିକ। ଳିଚିରେ ଭିଟାମିନ-ସି(Vitamin-c) ଅଧିକ ମାତ୍ରାରେ ଅଛି। ଆମ ରାଜ୍ୟରେ ଅନୁଗୁଳ(Anugul),ସମ୍ବଲପୁର,ଦେବଗଡ,ସୁନ୍ଦରଗଡ,ଫୁଲବାଣି ଓ କୋରାଫୁଟ କେତେକ ଅଞ୍ଚଳରେ ଲିଚୁ ଚାଷ ଖୁବ ଭଲ ହେଉଛି।

ଜଳବାୟୁ-

ଲିଚୁ ଉପଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ଭଲ ବଢିଥାଏ। ଏହାର ବୃଦ୍ଧି ପାଇଁ ତୁଷାର ବିହୀନ ଶୀତକାଳ ଓ ଅଧିକ ଆଦ୍ରତାଯୁକ୍ତ ଗ୍ରୀଷ୍ମକାଳ ଆବଶ୍ୟକ। ବିଭିନ୍ନ ଋତୁରେ ଉତ୍ତାପର ପରିବର୍ତ୍ତନ ଫଳ ଫଳିବାରେ ସାହାଯ୍ୟ କରିଥାଏ। ଏହି ପରିବର୍ତ୍ତନ ୨୧ଡିଗ୍ରୀ ରୁ ୩୮ଡିଗ୍ରୀ ସେଣ୍ଟିଗ୍ରେଡ ମଧ୍ୟରେ ରହିବା ଆବଶ୍ୟକ। ଜଳବାୟୁର ସାମାନ୍ୟ ବ୍ୟତିକ୍ରମ ହେଲେ ଏହାର ବୃଦ୍ଧି ଫଳନ ଶକ୍ତି ଓ ଫଳର ଉତ୍କର୍ଷତା କମିଯାଏ ।ସେଥିପାଇଁ ଓଡିଶାର ସବୁ ଜାଗାରେ ଲିଚୁ ଚାଷ ଭଲ ହୋଇନଥାଏ।

ମୃତ୍ତିକା-

ଗଭୀର ଦୋରସା ମାଟି ଲିଚୁ ଚାଷ ପାଇଁ ଉକୃଷ୍ଟ । ମାଟିରେ ଜୈବିକ ପଦାର୍ଥ ଥିଲେ ଖୁବ ଭଲ। ନଦୀ ପଠାର ପଟୁମାଟି ଓ ଜଳ ନିଷ୍କାସନ ହୋଇ ପାରୁଥିବା ଦୋରସା ବାଲିଆ ମାଟିରେ ଭଲ ଭାବରେ ଚାଷ କରାଯାଇ ପାରିବ। ଜମିରେ ଜଳ ପତ୍ତନ ୪ଫୁଟ ତଳେ ରହିବା ଉଚିତ। ପାଣି ଜମି ରହୁଥିବା ସ୍ଥାନରେ ଏହାର ଚାଷ ଭଲ ହୋଇନଥାଏ। କାରଣ ଏହା ଲିଚୁର ଚେରକୁ ସଢାଇ ଦିଏ। ମାଟିର ଅମ୍ଳତା ୫.୫ ରୁ ୬.୫ ଭିତରେ ଲିଚୁ ଭଲ ହୁଏ ।

କିସମ-

ଭାରତରେ ବହୁତ କିସମର ଲିଚୁ ଚାଷ ହୁଏ । ପାଚିବା ସମୟକୁ ନେଇ ସେମାନଙ୍କୁ ୩ ଭାଗରେ ବିଭକ୍ତ କରାଯାଏ ।

ସହଳ କିସମ-ମୁଜାଫରପୁର ,କଲିକତିଆ,ଦେଶୀ,ଗ୍ରୀନ,ସାହି,ତ୍ରିକୋଲିଆ,ଆଝାଭଳି,ଆର୍ଲି ଲାର୍ଜ ରୋଡ ।ମଧ୍ୟମ କିସମ-ରୋଜସେଣ୍ଟେଡ, ଆର୍ଲି ବେଦନା,ବମ୍ବେଇ ।ବିଳମ୍ବ କିସମ-ସି.ଏଚ.ଇ.ଏସ-୨, ସ୍ଵର୍ଣ୍ଣରୂପା ପୂର୍ବ, ଲେଟ ବେଦନା, ଚାଇନା, ଲେଟ ସିଡଲେସ ।ମୁଜାଫରପୁର , ସାହାରାନ ପୁର ଓ ଡେରାଡୁନ ହେଉଛି ମୁଖ୍ୟ କିସମ।

ବଂଶ ବିସ୍ତାର-

ଲିଚୁ ମଞ୍ଜି ଓ ଅଙ୍ଗଜ ପ୍ରଣାଳୀରେ ବଂଶ ବିସ୍ତାର କରିଥାଏ । ମଞ୍ଜିରୁ ହେଉଥିବା ଚେର ବ୍ୟାପକଭାବେ ବଢେ ; କିନ୍ତୁ ଅଙ୍ଗଜ ପ୍ରଣାଳୀରେ ଗଛର ଚେର ସେତେ ବଢେନି । ମଞ୍ଜିରୁ ଗଛ ଫଳିବା ପାଇଁ ୭ ରୁ ୧୨ ବର୍ଷ ପର୍ଯ୍ୟନ୍ତ ଲାଗେ । ମଞ୍ଜି ଫଳରୁ ବାହାରିବାର ୪-୫ ଦିନ ଭିତରେ ଗଜା ହେବା ଶକ୍ତି ନଷ୍ଟ ହୋଇଯାଏ । ସେଥିପାଇଁ ଲିଚୁର ବଂଶବିସ୍ତାର କଲମି ଦ୍ଵାରା ହୁଏ ।

ସାଧାରଣତଃ ଲିଚୁର ଗୁଟି କଲମି ହୁଏ ଓ ବର୍ଷା ଆରମ୍ଭରେ କଲମି ତିଆରି କରାଯାଏ । ମିଷ୍ଟ ଚେମ୍ବର ସହାୟତାରେ ଡାଳକଲମୀ କରାଯାଇ ପାରୁଛି । ସେଥିପାଇଁ ଦୁଇ ବର୍ଷିଆ ଡାଳକୁ ୧୦୦ ପି.ପି.ଏମ ଇଣ୍ଡଲ ବ୍ୟୁଟ୍ରିକ ଏସିଡ ଦ୍ରବଣରେ ବୁଡାଇ ଲଗାଇଲେ ଚେର ଶୀଘ୍ର ବାହାରେ । ଏହା ଛଡା ଯୋଡା କଲମୀ ଦ୍ଵାରା ମଧ୍ୟ ବଂଶ ବିସ୍ତାର କରାଯାଇ ପାରେ ।

ଜମି ପ୍ରସ୍ତୁତି ଚାରା ରୋପଣ-

ଜମିକୁ ୩/୪ ଓଡ ହଳ କରିବ । ଉର୍ବରା ମାଟିରେ ୯ ରୁ ୯ ମିଟର ବ୍ୟବଧାନରେ ଓ ଅନୁର୍ବରା ମାଟିରେ ୬ ରୁ ୭ ମିଟର ବ୍ୟବଧାନରେ ୧ମିଟର x ୧ ମିଟର x ୧ମିଟର ଗାତ କରିବ । ପ୍ରତି ଗାତରେ ୨ ଟୋକେଇ ଖତ ସହ ୨ କେଜି ଜୈବିକ ସାର ଓ ୧୦୦ ଗ୍ରାମ କ୍ଲୋରପାଇରସ ଗୁଣ୍ଡ ଦେଇ ଜୁନ-ଜୁଲାଇ ମାସରେ ଗଛ ଲଗାଇବ । ଗଛ ଲଗାଇବା ବେଳେ ପୁରୁଣା ଲିଚୁ ବଗିଚାର ମାଟି ଆଣି ଗତରେ ବ୍ୟବହାର କଲେ ଗଛର ଉପକାର ହୋଇଥାଏ । କାରଣ ଲିଚୁ ଚେରରେ ଥିବା ମାଈକୋରାଇଜା କବକ ନୂଆ ବଗିଚାରେ ପ୍ରତିଷ୍ଠିତ ହୋଇ ଗଛ ଗୁଡିକ ଭଲ ଭାବରେ ବଢିବା ଲାଗି ସହାୟକ ହୁଏ ।

ଖତ ସାର-

ବଡ ଗଛ ପାଇଁ ବର୍ଷକୁ ୫୦ କେଜି ଖତସହ ୩କେଜି କାଲସିୟମ ଆମୋନିୟମ ନାଇଟ୍ରେଟ ବା ଦେଢ କେଜି ଇଉରିଆ, ୧କେଜି ସିଙ୍ଗଲ ସୁପର ଫସଫେଟ ଓ ୧ କେଜି ପଟାସ ସାର ଦେବ । ଲିଚୁ ଗଛରେ ଜିଙ୍କ ଧାତୁର ଅଭାବ ପରିଲକ୍ଷିତ ହୁଏ । ଏଥିପାଇଁ ୪ କେଜି ଜିଙ୍କ ସଲଫେଟ ଓ ୨ କେଜି କଲି ଚୂନକୁ ୫୦୦ ଲିଟର ପାଣିରେ ମିଶାଇ ପତ୍ରରେ ସ୍ପ୍ରେ କରିବ । ଆଜିକାଲି ବଜାରରେ ମିଶ୍ରିତ ଅଣୁସାର ବିଭିନ୍ନ କମ୍ପାନୀ ମାନେ ଯୋଗାଉଛନ୍ତି । ଟ୍ରେସେଲ,ମଲ୍ଟିଫ୍ଲେକ୍ସ ଇତ୍ୟାଦି ଭଲ କାମ ଦେଉଛି । ଅଣୁସାର ପ୍ୟାକେଟରେ ଯେପରି ନିର୍ଦ୍ଦେଶ ଥିବ ସେପରି ବ୍ୟବହାର କରିବ ।

ଜଳସେଚନ-

ଖରାଦିନେ ୩-୪ ଦିନ ଅନ୍ତରରେ ଓ ଶୀତଦିନେ ୭-୧୦ ଦିନ ଅନ୍ତରରେ ଛୋଟ ଗଛ ଜଳସେଚନ ଦରକାର କରିଥାଏ । ବର୍ଷା ପରେ ଫଳନ୍ତି ଗଛରେ ଫୁଲ ଧରିବା ପର୍ଯ୍ୟନ୍ତ ଜଳସେଚନ ନ କରି ଫଳ ଧରିବା ଠାରୁ ପାଚିବା ଯାଏ ୫-୬ ଦିନ ବ୍ୟବଧାନରେ ଜଳସେଚନ କଲେ ଫଳ ଫାଟେ ନାହିଁ । ବୁନ୍ଦା ଜଳସେଚନ ଲିଚୁ ପାଇଁ ଖୁବ ଭଲ । ଏହା ଦ୍ଵାରା ଫଳ ଫାଟେ ନାହିଁ  ଓ ଫଳର ମାନ ଓ ଅମଳ ବଢିଥାଏ ।

ଅମଳ-

ଗଛ ଲଗାଇବାର ୪-୫ ବର୍ଷ ପରେ ଫଳ ଅମଳ କରାଯାଇଥାଏ । ଫଳ ଧାରଣ ଠାରୁ ପାଚିବା ଯାଏ ପ୍ରାୟ ୫୦-୬୦ ଦିନ ଲାଗିଥାଏ । ଫଳ ଗୁଡିକ ଡେମ୍ଫ ସହ ହାତରେ ତୋଳାଯାଏ ହାରହାରି ଗୋଟିଏ ଗଛକୁ ୮୦କେଜିରୁ ୧୫୦ କେଜି ପର୍ଯ୍ୟନ୍ତ ଅମଳ ମିଳେ । ତୋଳିବା ପରେ ଲିଚୁ ୫-୬ ଦିନ ପର୍ଯ୍ୟନ୍ତ ଭଲ ରହେ । ଶୀତଳ ଭଣ୍ଡାରରେ ୩-୪ ସପ୍ତାହ ରଖା ଯାଇ ପାରେ । ହେକ୍ଟର ପିଛା ଆୟ ପ୍ରାୟ ଟ ୫୦,୦୦୦ ମିଳେ ।

କୃଷକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ ଆଣିଦେବ ‘କୃଷି ସଂୟଂତ୍ର’ , ଜାଣନ୍ତୁ ଏହା କ’ଣ....

ଜାଣନ୍ତୁ, କିପରି କରିବା ଗାଜର ଚାଷ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments