ପ୍ରାଚୀନ ଭାରତରେ ଆୟୁର୍ବେଦୀର ବହୁଳ ପରିମାଣରେ ବ୍ୟବହାର କରାଯାଉଥିଲା | ଭାରତକୁ ଆୟୁର୍ବେଦ ଉପଚାରର ଜନକ ବୋଲି ମଧ୍ୟ କୁହାଯାଏ | ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଭାରତ ନିଜ ଭିତରେ ଗଛିତ କରି ରଖିଛି ଅନେକ ମହୌଷଧି | ଭାରତ ବର୍ଷକୁ ହାରାହାରି ୩୦୦ ମିଲିଅନଡଲାର (ଆମେରୀକାୟ ମୁଦ୍ରା) ମୂଲ୍ୟର ଔଷଧୀୟ ଗଛ ରପ୍ତାନି ବାହାର ଦେଶକୁ କରୁଛି | ବିଶେଷକରି ଆମେରିକା, ଜର୍ମାନ, ଫ୍ରାନ୍ସ , ସ୍ବୀଜରଲ୍ୟାଣ୍ଡ ,ଇଂଲଣ୍ଡ ଓ ଜାପାନ ଭାରତଠାରୁ ଔଷଧୀୟ ଗଛ (medicinal plant benefits)ସାମଗ୍ରୀ ଆମଦାନୀ କରିଥାନ୍ତି |
ଏହି ସବୁ ଗଛ ମଧ୍ୟରେ ମୁଖ୍ୟ ଔଷଧୀୟ ଫସଲଗୁଡିକ ହେଲା ଘିକୁଆଁରି, ବେଲାଡୋନା , ଭୁଇଁନିମ୍ବ, ବଚ, ସେନା , ଅଶ୍ଵଗନ୍ଧା , ସର୍ପ ଗନ୍ଧା ଓ ଗୁଗୁଳ ଇତ୍ୟାଦି | ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟ ମଣ୍ଡନ କାରୀ ଓଡିଶା ମଧ୍ୟ ନିଜ ମଧ୍ୟରେ ସାମୟିତ କରିଛି ଅନେକ ଅମୁଲ୍ୟ ସମ୍ପଦ |
ଓଡିଶାରେ ସାଧାରଣତଃ ବାଡ଼ି ବଗିଚାରେ ଦେଖାଯାଉଥିବା ଔଷଧୀୟ ଗଛ ଗୁଡିକ ହେଲା -
ଅଁଳା -
ଅଁଳାକୁ ଏକ ବହୁପଯୋଗୀ ବନୌଷଧି (medicinal plant benefits)ଭାବରେ ବିବେଚନା କରାଯାଏ | ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତିରେ ଅଁଳା ଯଥେଷ୍ଟ ଭୂମିକା ରହିଛି | ଆୟୁର୍ବେଦର ସୁପ୍ରସିଦ୍ଧ ରସାୟନ ଔଷଧ “ ଚ୍ୟବନପ୍ରାସ “ ପ୍ରସ୍ତୁତିରେ ଅଁଳାକୁ ମୁଖ୍ୟ ଉପାଦାନ ରୂପେ ବ୍ୟବହାର କରାଯାଇଥାଏ | ଦେଶୀୟ ଚିକିତ୍ସାରେ ଅନେକ ପ୍ରକାର ଛୋଟ ବଡ ରୋଗର ଉପଚାର ପାଇଁ ଏହାର ଉପାଦେୟତା ଯୋଗୁଁ ଏହା ସମସ୍ତଙ୍କର ପ୍ରିୟ ବନୌଷଧି ଦ୍ରବ୍ୟ ଭାବରେ ପରିଗଣିତ ହୋଇପାରିଛି |
ଅଶ୍ଵଗନ୍ଧା-
ଅଶ୍ଵଗନ୍ଧା ଏକ ପ୍ରସିଦ୍ଧ ଭାରତୀୟ ବନୌଷଧି ରୂପେ ପ୍ରାଚୀନ କାଳରୁ ଆୟୁର୍ବେଦୀୟ ଔଷଧ (medicinal plant benefits)ପ୍ରସ୍ତୁତିରେ ବ୍ୟବହାର କରାଯାଏ | ଅଶ୍ଵଗନ୍ଧାର ପ୍ରତ୍ୟେକ ଅଂଶ ଯଥା ଚେର, ପତ୍ର, ଫଳ, ମଞ୍ଜି ପ୍ରଭୁତି ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିଲେ ମଧ୍ୟ ମୁଖ୍ୟତଃ ଏହାର ଚେର ବହୁଳ ପରିମାଣରେ ଉପଯୋଗ ହୋଇଥାଏ |
ଘିକୁଆଁରି -
ଘିକୁଆଁରି (aloe vera)ରସରେ ଏଲୋଇନ ନାମକ ଗୁଳ୍କୋସାଇଡସର ମିଶ୍ରଣ ତତ୍ଵ ଥାଏ | ଏହି ଏଲୋଇନର ମାତ୍ରା ବିଭିନ୍ନ ପ୍ରଜାତିର ଘିକୁଆଁରି ଗଛରେ ଭିନ୍ନଭିନ୍ନ ପରିମାଣରେ ମିଳିଥାଏ | ଆୟୁର୍ବେଦରେ ଘିକୁଆଁରିକୁ ଆର୍ତବଜନନ , କୃତିଘ୍ନ , ଦୀପନ , ପାଚନ ବଲ୍ୟ , ଶୋଥହର , ବ୍ରଣରୋପଣ ଏବଂ ଯକୃତ ତଥା ପ୍ଳୀହା ରୋଗହର ବୋଲି ବର୍ଣ୍ଣନା କରାଯାଇଛି । ଏହା ବ୍ୟତୀତ ଏହା ମଳକାରକ, ମୁତ୍ରକାରକ, ସ୍ତ୍ରୀରୋଗ ଓ ଚକ୍ଷୁରୋପ ଉପଶମକାରୀ ଭାବରେ ମଧ୍ୟ ଜଣାଶୁଣା |
ଗୁଳୁଚୀ -
ଗୁଳୁଚୀ ଏକ ଚିକ୍କଣ ମାଂସାଳ(medicinal plant benefits) ଲତା ଜାତୀୟ ଉଦ୍ଭିଦ | ଗୁଳୁଚୀ ଭାରତର ସମସ୍ତ ପ୍ରାନ୍ତରେ ଥିବା ଜଙ୍ଗଲ ବିଶେଷତଃ ଉଷ୍ଣ ପ୍ରାନ୍ତମାନଙ୍କରେ ଅଧିକ ପରିମାଣରେ ଦେଖାଯାଇଥାଏ | ଆୟୁର୍ବେଦୀୟ ଚିକିତ୍ସାରେ ଗୁଳୁଚୀର ବ୍ୟବହାର ବହୁ ପ୍ରାଚୀନ କାଳରୁ ହୋଇଆସୁଛି | ଔଷଧ ନିର୍ମାଣ ଉଦ୍ୟୋଗରେ ମଧ୍ୟ ଏହାର କଞ୍ଚାମାଲ ରୂପେ ଯଥେଷ୍ଟ ଚାହିଦା ରହିଛି |
ଥାଲକୁଡି-
ଥାଲକୁଡି ଏକ ଭୁଇଁ ପ୍ରସାରୀ କ୍ଷୁପ ଜାତୀୟ ଉଦ୍ଭିଦ | ବିଶେଷତଃ ସନ୍ତସନ୍ତିଆ ଓ ଓଦାଭୁଇଁରେ ଏହା ବିକଶିତ ହୁଏ । ଏହାର ମେଧାବର୍ଦ୍ଧକ ଗୁଣ ଯୋଗୁଁ (medicinal plant benefits)ଏହାକୁ ସରସ୍ଵତୀ ନାମରେ ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି | ବହୁ ପ୍ରାଚୀନ କାଳରୁ ଏହାର ଔଷଧୀୟ ଗୁଣ ସମ୍ବନ୍ଧରେ ଗ୍ରାମାଞ୍ଚଳର ଲୋକମାନେ ପରିଚିତ ଅଟନ୍ତି | ଏହାର ଔଷଧୀୟ କ୍ରିୟା ଓ ପ୍ରଭାବ ଅନେକାଂଶରେ ବ୍ରାହ୍ମୀ ସହ ସମାନ ଅଟେ |
ନିମ୍ବ -
ନିମ୍ବର ପତ୍ର ତ୍ଵଚା ପାଇଁ ହିତକାରକ, ଚର୍ମରୋଗ , କୀଟନାଶକ , ବ୍ରଣଶୋଧକ, ବ୍ରଣ ରୋପକ , ଗର୍ଭରୋଧକ ଉତ୍ତେଜକ, କୁଷ୍ଠଘ୍ନ ଗୁଣଯୁକ୍ତ ଅଟେ | ନିମ୍ବ ବୃକ୍ଷର ସମସ୍ତ ଅଂଶ ଅପେକ୍ଷା ଏହାର ତୈଳ ଅଧିକ ପ୍ରଭାବଶାଳି ଅଟେ | ଯାଦୁ, କାଛୁ କୁଣ୍ଡିଆ, ଶ୍ଵେତକୁଷ୍ଠ , କୁଷ୍ଠରୋଗ ଏବଂ ଏକଜିମା ପ୍ରଭୃତି ଚର୍ମରୋଗରେ ଏହି ତୈଳର (medicinal plant benefits)ପ୍ରୟୋଗ ଅତ୍ୟନ୍ତ ଲାଭଦାୟକ । ଆଜିକାଲି ଅନେକ ହର୍ବାଲ ସାମଗ୍ରୀ ପ୍ରସ୍ତୃତକାରୀ କମ୍ପାନୀମାନେ ନିମ୍ବ ତେଲରୁ ବିଭିନ୍ନ ଜୀବାଣୁନାଶକ ସାବୁନ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୃତ କରୁଛନ୍ତି | ବିଦେଶକୁ ମଧ୍ୟ ନିମ୍ବ ତେଲ ପ୍ରଚୁର ମାତ୍ରାରେ ରପ୍ତାନି କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଉଛି |
Share your comments