1. ମତ୍ସ୍ୟ ଓ ପଶୁ ପାଳନ

ଏହି ପ୍ରଣାଳୀରେ କରନ୍ତୁ ମାଛ ଚାଷ ,ହେବେ ଲାଭବାନ

ଓଡିଶାରେ ମଧ୍ୟ ମାଛ ମାନଙ୍କ ମଧ୍ୟରେ ରୋହୀର ଚାହିଦା ସାଧାରଣତଃ ଅଧିକ ଦେଖାଯାଇଥାଏ ଯେଉଁଥିପାଇଁ ରୋହୀର ଚାଷମଧ୍ୟ ସର୍ବାଧିକ ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ରୋହୀ ଚାଷ ବିଷୟରେ କିଛି ତଥ୍ୟ |

Rajashree
Rajashree
Benefits of rohu fish farming

Benefits of rohu fish farming

ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ମାଛର ଚାହିଦା ଅଧିକ ଦେଖାଯାଇଥାଏ | ଓଡିଶାରେ ଅନେକ ଲୋକ ମାଛ ବ୍ୟବସାୟୀ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି | ମାଛ ଏକ ଲାଭ ଦାୟକ ଚାଷ ହେଇଥିବାରୁ ମାଛ ଚାଷ ପାଇଁ ଚାଷୀ ଆଗ୍ରହ ଦେଖାଇଥାନ୍ତି | କିଛି ଲୋକ ମାଛ ମାନଙ୍କ ମଧ୍ୟରେ ରୋହୀ (rohu fish) ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି | ରୋହୀ ବଡ ମାଛ ହୋଇଥବାରୁ ଏଥିରେ କଣ୍ଟାର ସମସ୍ୟା ଅଧିକ ଦେଖାଯାଇନଥାଏ |

ଓଡିଶାରେ ମଧ୍ୟ ମାଛ ମାନଙ୍କ ମଧ୍ୟରେ ରୋହୀର (rohu fish) ଚାହିଦା ସାଧାରଣତଃ ଅଧିକ ଦେଖାଯାଇଥାଏ ଯେଉଁଥିପାଇଁ ରୋହୀର ଚାଷ (rohu fish farming)ମଧ୍ୟ ସର୍ବାଧିକ ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ରୋହୀ ଚାଷ ବିଷୟରେ କିଛି ତଥ୍ୟ |

ରୋହୀ ମାଛ ଚାଷ (rohu fish farming) ପାଇଁ ସିଫାରେ ଯାଁଆଳ ଉପଲବ୍ଧ ଥାଏ | ୧୦ବର୍ଷ ତଳୁ ସିଫା ରୋହୀ ଯାଆଁଳ ଚାଷୀଙ୍କୁ ପ୍ରଦାନ କରାଇ ଆସୁଛି | ରୋହୀ ମାଛର (rohu fish) ୧ଲକ୍ଷ ଯାଆଁଳକୁ 800 ଟଙ୍କାରେ ବିକ୍ରି କରାଯାଇଥାଏ | ଏହି ମାଛର ଅଣ୍ଡା ଦେବା କ୍ଷମତା ଅନ୍ୟ ମାଛ ମାନଙ୍କ ଅଧିକ ଥାଏ | ଏକ କିଲୋ ଓଜନର ଗୋଟିଏ ମାଈ ମାଛ ଠାରୁ ଏକରୁ ଦୁଇ ଲକ୍ଷ ପର୍ଯ୍ୟନ୍ତ ଅଣ୍ଡା ମିଳିଥାଏ | କମ୍ ସଂଖ୍ୟାରେ ପ୍ରଜନନ କ୍ଷମ ମାଛ ନେଇ ଅଧିକ ଗୁଣ୍ଡ ଯାଆଁଳ ପ୍ରସ୍ତୁତ କରାଯାଉଛି |

ଏହି ମାଛର ଅଧିକ ଉତ୍ପାଦନ ପାଇଁ ଅନେକ ବର୍ଷ ଧରି ବାରମ୍ବାର ପ୍ରଜନନ କରି ଯାଆଁଳ ଉତ୍ପାଦନ କରାଯାଉଥିଲା ,କିନ୍ତୁ ଅନୁଧ୍ୟାନରୁ ଜଣା ପଡିଲା ଯେ , ଏପରି କରିବା ଦ୍ୱାରା ଉନ୍ନତ କିସମର ଯାଆଁଳ ଉତ୍ପାଦନ ହୋଇପାରି ନାହୁଁ ଯାହା ଏହି ମାଛ ଚାଷ (fish farming) ପାଇଁ ବାଧା ପ୍ରାପ୍ତ | ରୋହୀ ମାଛ ଚାଷର ଉତ୍ପାଦନ ବଢାଇବା ପାଇଁ ସିଫା' (କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା) ସରକାରଙ୍କର ସହଯୋଗରେ ଏକ ପ୍ରକଳ୍ପ ୧୯୯୨ ମସିହାରେ ‘ସିଫା' ଠାରେ କରାଯାଇଥିଲା |

ରୋହୀ ମାଛର (rohu fish farming) ଖାଦ୍ୟ ପାଇଁ କାଣ୍ଡିଆ ଗୁଣ୍ଡା ୩୩%, ଶୁଖୁଆ ଗୁଣ୍ଡ ଶତକଡ଼ା ୫ ଭାଗ, ବାଦାମୀ ପିଡ଼ିଆ ୪୦%, ଭିଟାମିନ୍ ମିନେରାଲ-୨%, ସୋୟାବିନ୍‌ ପିଡ଼ିଆ୨୦% ବ୍ୟବହାର କରାଯାଇଥାଏ | ଏହି ମାଛ ଓଜନର ୨-୩% ହିସାବରେ ୨ ଥର ଖାଦ୍ୟ ଦେବା ଉଚିତ । ପ୍ରତିଥର ଜାଲ ଟଣାଯାଇ ମର୍ତ୍ସ୍ୟ ରୋଗର ଲକ୍ଷଣମାନ ଏବଂ ବୃଦ୍ଧିହାର ଦେଖିବା ଉଚିତ୍ |

ରୋହୀ ମାଛ ଚାଷ (rohu fish farming) ପାଇଁ ପୋଖରୀ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ | ଏହି ମାଛ ଚାଷ ପାଇଁ (rohu fish farming) ପୋଖରୀର ସ୍ଥାନଟି ଗଡାଣିଆ ହୋଇଥିବା ଆବଶ୍ୟକ କରିଥାଏ | ପ୍ରଥମେ ପୋଖରୀକୁ ଦଳମୁକ୍ତ ଓ ଶିକାରୀ ମାଛ ମୁକ୍ତ କରି ଉପଯୁକ୍ତ ପୋଖରୀ ପ୍ରସ୍ତୁତ କରାଯାଏ | ପାଣିର ମାନ ଅନୁଯାୟୀ, ସେଥିରେ ଚୂନ କିମ୍ବା ଗୋବର ପକାନ୍ତୁ । ଚାଷୀମାନେ ଗୋବର ବଦଳରେ ବିଭିନ୍ନ ପ୍ରକାରର ପ୍ଲାବକ ଉତ୍ପାଦନକାରୀ ପଦାର୍ଥର ମଧ୍ୟ ବ୍ୟବହାର କରିପାରିବେ |

ସାଧାରଣତଃ ମାଛ ପୋଖରୀର ଅମ୍ଳତ୍ଵ ୭ - ୮ ମଧ୍ୟରେ ରହିବା ଉଚିତ | ବଡ଼ ମାଛ ପୋଖରୀରେ କ୍ଷାରତ୍ଵ ୯୦ ରୁ ୧୪୦ ମଧ୍ୟରେ ରହିବା ଉଚିତ | ପୋଖରୀରେ ସାଧାରଣତଃ ଅତିକମରେ ୪-୫ ଫୁଟ ପାଣି ରହୁଥିବା ଆବଶ୍ୟକ | ପୋଖରୀରେ ମାଛ ଛାଡ଼ିବା ପୂର୍ବରୁ ସେମାନଙ୍କୁ ପଟାସିୟମ ପରମାଙ୍ଗାନେଟରେ ପାଣିରେ କିଛି ସମୟ ରଖିବା ଆବଶ୍ୟକ |

ରୋହୀ ମାଛ ଚାଷ (rohu fish farming) କରିବା ସମୟରେ ସଠିକ ପ୍ରଣାଳୀରେ ଚାଷ କରିଲେ ମାଛ ଭଲ ଉତ୍ପାଦନ ସହ ଚାଷୀକୁ ଲାଭ ହୋଇଥାଏ |

ମାଛ ଚାଷ ଆରମ୍ଭ କରିବା ପ୍ରଣାଳୀ

ମାଛ ଚାଷ !

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments