1. ମତ୍ସ୍ୟ ଓ ପଶୁ ପାଳନ

Fish Pond Care: ବିଭିନ୍ନ ଋତୁରେ ମାଛ ପୋଖରୀର ଯତ୍ନ

ମାଛରେ ପୋଖରୀର ଯତ୍ନ ନେବା ଆବଶ୍ୟକ l ନଚେତ ମାଛ ମରିବାର ସମ୍ଭାବନା ଅଧିକ l

Tanushree Mahapatra
Tanushree Mahapatra
Fish pond care in different season, image source - pexels.com

Fish pond care in different season, image source - pexels.com

ମାଛ ଚାଷରେ ଅଧିକ ଲାଭ l ବିଭିନ୍ନ ପ୍ରଜାତିର ମାଛ ଚାଷ କରି ଆୟ ଅଧିକ କରିପାରୁଛନ୍ତି ଚାଷୀ l ଖାଲି ଏତିକି ନୁହେଁ ଆଧୁନିକ ପ୍ରଣାଳୀରେ ମଧ୍ୟ ଚାଷ କରାଯାଇପାରୁଛି l ଯାହାଦ୍ୱାରା ମହିଳା ମଧ୍ୟ ଏହାକୁ ଘରେ ଚାଷ କରି ପାରୁଛନ୍ତି l ଯାହାଦ୍ୱାରା ମହିଳା ମଧ୍ୟ ଆୟ କରିପାରୁଛନ୍ତି l ରୋଜଗାରକ୍ଷମ ହୋଇପାରୁଛନ୍ତି l ସରକାର ଏଥିପାଇଁ ସହାୟତା ମଧ୍ୟ ଦେଉଛନ୍ତି l ତେବେ ଧ୍ୟାନ ରଖିବା ଉଚିତ ଯେ ମାଛ କରୁଥିବା ପାଣି ସଫା ରହିବା ଉଚିତ ନଚେତ ମାଛଙ୍କୁ ରୋଗ ହେବାର କାରଣ ହୋଇପାରେ ତାହା l ଜଣେ ମାଛ ଚାଷୀର ଏହା ଗୁରୁଦାୟିତ୍ତ୍ଵ l ମାଛଙ୍କୁ ରୋଗ ହୋଇ ମାଛ ମରିଯିବାର ଭୟ ମଧ୍ୟ ରହିଛି l

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମରେ ୬ ଫୁଟ ରହିବା ଆବଶ୍ୟକ । ଯଦି ପୋଖରୀରୁ ବାରମ୍ବାର ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିଦେବା ଉଚିତ । ଯେଉଁ ଚାଷୀ ଭାଇଙ୍କ ପାଖରେ ଏହି ସୁବିଧା ନଥିବ ସେମାନେ ପୋଖରୀରୁ ବଡ଼ ମାଛ ଧରି ବିକ୍ରି କରିଦେବା ଆବଶ୍ୟକ କାରଣ ଏହା ଅଧିକ ଦୂଷିତ କରିଥାନ୍ତି ପାଣିକୁ । ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ ହାନିରୁ ମୁକ୍ତି ପାଇଥାନ୍ତି । ତେବେ ଏହାକୁ ଧ୍ୟାନ ଦେବା ଉଚିତ l

ତେବେ ଖରାଦିନେ ତାପମାତ୍ରା ବୃଦ୍ଧି ହେବା ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖିବାକୁ ମିଳେ। ପରିବେଶର ଉତ୍ତାପ ବୁଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ମଧ୍ୟ ବଢ଼ିଥାଏ । ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ ଯାହା ଚାଷୀଙ୍କ ପୋଖରୀ ପାଇଁ ଆଦୌ ଭଲ ନୁହେଁ । ଏ ସମସ୍ତ ସମସ୍ୟା ଦୂର କରିବା ପାଇଁ ଚାଷୀମାନେ ପୋଖରୀରେ ଜଳ ସଂଚାଳନ କରିବା ନିହାତି ଦରକାର l  ଜଳର ଉଚ୍ଚତା ସର୍ବଦା ବଢ଼ାଇ ଦେବା ଦରକାର । ଏଥିସହିତ ପାଖରେ ବାୟୁ ସଂଚାଳନ ଯନ୍ତ୍ର ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର ଯାହା ମାଛଚାଷ ପାଇଁ ନିହାତି ଆବଶ୍ୟକ । ଏହା କରିବା ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଯିବ ଏବଂ ମାଛମାନଙ୍କର ମୃତ୍ୟୁ ହେବ ନାହିଁ । ଅମ୍ଳଜାନ ପାଉଡ଼ର, ଟାବଲେଟ୍ , କ୍ୟାଲସିୟମ୍ ପେରଅକ୍ସାଇଡ ବ୍ୟବହାର କରନ୍ତୁ ।

ଜରୁରୀ ତଥ୍ୟ :-

ପୋଖରୀରେ ଅମ୍ଳଜାନ ଅଭାବର ଲକ୍ଷଣ ଗୁଡିକ ହେଲା:- ମାଛମାନେ ପୋଖରୀର ଜଳସ୍ତର କମିବା ପରେ ଉପରିଭାଗକୁ ଆସିଯାଆନ୍ତି ଓ ଅମ୍ଳଜାନ ନେବା ପାଇଁ ପାଟି ପାକୁପାକୁ କରିଥାନ୍ତି । ଏହା ବ୍ୟତୀତ ଆପଣ ମାନେ ଦେଖିବେ ମଧ୍ୟରାତ୍ରରୁ ଭୋର ପର୍ଯ୍ୟନ୍ତ ଏହି ଲକ୍ଷଣ ମାଛମାନଙ୍କର ଅଧିକ ଦେଖାଯାଏ । ଯଦି ଏହି ଲକ୍ଷଣ ବାରମ୍ବାର ଚାଷୀ ପୋଖରୀରେ ଅଧିକ ଦେଖିବାକୁ ପାଏ ତାହେଲେ ସେମାନେ ଏହାର ତୁରନ୍ତ ପ୍ରତିକାର କରିବା ଜରୁରି l ନହେଲେ ଅମ୍ଳଜାନ ଅଭାବରେ ମାଛମାନଙ୍କର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ଏହି ସମୟରେ ଜଳର କେତେକ ରାସାୟନିକ କାରକ ତଥା ପି.ଏଚ୍. ଅମ୍ଳତ୍ଵ ଓ କ୍ଷାରତ୍ଵ,  ଏମୋନିଆ, ନାଇଟ୍ରାଇଟ୍ ଜଳର ପ୍ଲବକ ପରୀକ୍ଷା କରିବା ଜରୁରି ମାଛ ଚାଷୀଙ୍କୁ । ଆପଣ ଯଦି ଜଣେ ଚାଷୀ ଏବଂ ମାଛ ଚାଷ ମଧ୍ୟ କରୁଛନ୍ତି ତେବେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରକୁ ଯାଇ ଏ ସମ୍ପର୍କ ମଧ୍ୟରେ ସମସ୍ତ ତଥ୍ୟ ଜାଣିବା ଆବଶ୍ୟକ l

କିପରି କରିବେ ପ୍ରତିକାର :-

ଯଦି ଆପଣ ପୋଖରୀର ତଳସ୍ତରର ମାନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏଥିରେ ଜିଓଲାଇଟ୍ ଏକର ପିଛା ୩୦୪୦ କେ.ଜି ସହିତ ୧୦ କେ.ଜି ବାଲି ମିଶାଇ ପ୍ରୟୋଗ କରନ୍ତୁ । ନର୍ସରୀ ପୋଖରୀରେ ବର୍ଷାଦିନେ ସାଧାରଣତଃ ପରଜୀବି ସଂକ୍ରମଣ ଦେଖିବାକୁ ମିଳିଥାଏ । ପରଜୀବିମାନେ ମାଛର ଗାଲିରେ ସଂକ୍ରମଣ କରିଥା'ନ୍ତି ଯାହା ମାଛ ପାଇଁ ଭଲ ନୁହେଁ । ଏହି ସମୟରେ ପୋଖରୀରୁ ଯାଆଁଳ ଏକାଠି କରି ଧରିବା ସମୟରେ, ଯାଆଁଳ ମାନେ ଅଧିକ ମରିଯା'ନ୍ତି । ତେଣୁ ମାଛଚାଷର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରଜୀବି ଦମନ କରିବାର ଔଷଧ ଓ ବଗଡ଼ା ଲୁଣ ୩୦୪୦ କେଜି ଏକର ପିଛା ପ୍ରୟୋଗ କରି ପରଜୀବିଙ୍କଠାରୁ ମାଛଙ୍କୁ ରକ୍ଷା କରିବା ଆବଶ୍ୟକ । ଏହା ବ୍ୟତୀତ ପୋଖରୀରେ ଗୋଳି ପାଣିକୁ ପରିଷ୍କାର କରିବାକୁ ପଡିବ l ପୋଖରୀରେ ଚୂନ, ଜିଓଲାଇଟ, ଫିଟିକିରି ଇତ୍ୟାଦି ପ୍ରୟୋଗ କଲେ ପୋଖରୀର ଗୁଣାତ୍ମକ ମାନ ବୃଦ୍ଧି ହୋଇଥାଏ । ପାଣି ସଫା ରହିଥାଏ l ଉତ୍ତମ ମାଛଚାଷ ପାଇଁ ପାଣିର ମାନ ସଠିକ ରହିବା ଆବଶ୍ୟକ l

Poultry Farming: କିପରି କରିବେ କୁକୁଡ଼ା ଛୁଆ ପାଳନ ?

Poultry Farm: କିପରି ଆରମ୍ଭ କରିବେ କୁକୁଡ଼ା ଫାର୍ମ Business

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments