ଅଧିକାଂଶ ଲୋକମାନଙ୍କୁ ଦହି ଖାଇବା ଭାରି ପସନ୍ଦ ହୋଇଥାଏ । ଖାଦ୍ୟ ସହ ଯଦି ଦହି ନଥାଏ, ତେବେ ଅନେକଙ୍କୁ ଖାଦ୍ୟ ଅଧୁରା ଭଳି ଲାଗେ ।
ସେହିପରି ଆଉ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଦହିକୁ ନିଜ ଡେଲି-ଡାଇଟ୍ରେ ସାମିଲ କରିଥାନ୍ତି । ଦହି ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣମାନେ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ ।
ତେବେ କେଉଁ କେଉଁ ଜିନିଷକୁ ଦହି ସହିତ ମିଶାଇ ଖାଇବା ଉଚିତ୍ ନୁହେଁ, ଚାଲନ୍ତୁ ସେ ବିଷୟରେ ଜାଣିବା ...
ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପିଆଜ ସହ ଦହି ମିଶାଇ ଖାଇବାକୁ ବହୁତ ଭଲ ପାଆନ୍ତି । ଅଧିକାଂଶ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ଦହି ପିଆଜ ସାଲାଡ ତଥା କଚୁମ୍ବର ମଧ୍ଯ ଦିଆଯାଇ ଥାଏ । ଯଦି ଆପଣମାନେ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣମାନଙ୍କର ଏହି ଅଭ୍ୟାସକୁ ବଦଳାଇବାକୁ ପଡିବ । କାରଣ ଦହି ଏବଂ ପିଆଜର ପ୍ରଭାବ ଭିନ୍ନ ଭିନ୍ନ ରହିଛି । ଏପରି ସ୍ଥିତିରେ, ଯଦି ଆପଣମାନେ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ମଧ୍ଯ ହୋଇପାରନ୍ତି । ଯେପରିକି କୁଣ୍ଡେଇ ହେବା, ଏଗ୍ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ମଧ୍ଯ ହୋଇପାରେ ।
ସେହିପରି କହିବାକୁ ଗଲେ, ଡାଲି ସହ ଦହି ଖାଇବା ମଧ୍ୟ ଉଚିତ ନୁହେଁ । କାରଣ ଏହି ଦୁଇଟି ଜିନିଷ ଏକା ସହ ଖାଇବା ଦ୍ୱାରା ଶରୀର ଉପରେ ବହୁ ଖରାପ ପ୍ରଭାବ ପଡିଥାଏ । ଦହି ଓ ଡାଲିକୁ ମିଶାଇ ଖାଇବା ଦ୍ୱାରା, ଝାଡା, ଗୋଡ ହାତ ଯନ୍ତ୍ରଣା ହେବା ଏବଂ ଗ୍ୟାସ ଭଳି ବହୁ ସମସ୍ୟା ଦେଖାଯାଇଥାଏ ।
ସେହିପରି ତେଲ ଯୁକ୍ତ ଖାଦ୍ୟ ସହ ଦହି ଖାଇବା ମଧ୍ଯ ଅନୁଚିତ । ଲୋକେ ପରଟା ସହ ଦହି ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ଏଭଳି କରିବା ଆପଣମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇପାରେ । ଏହାଦ୍ୱାରା ଆପଣମାନଙ୍କ ହଜମ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ ।
ଯଦି ଆଣ ମାଛ ଖାଉଛନ୍ତି ତେବେ ସେହି ସମୟରେ ଦହି ଖାଇବା ଉଚିତ ନୁହେଁ । ଦହି ଏବଂ ମାଛକୁ ଏକାଠି ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହି ଦୁଇଟି ଜିନିଷକୁ ଏକାଠି ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ହେବା ସହ ଖାଦ୍ୟ ହଜମ ହେବାରେ ମଧ୍ଯ ଅସୁବିଧା ହୋଇପାରେ ।
ଆହୁରି ମଧ୍ଯ କ୍ଷୀର ଏବଂ ଦହିକୁ ଏକାଠି ଖାଇବା ଉଚିତ୍ ନୁହେଁ । ଏମିତି ଖାଇବା ଦ୍ୱାରା ଅମ୍ଳତା, ଗ୍ୟାସ ଏବଂ ବାନ୍ତି ଭଳି ବହୁ ସମସ୍ୟା ଦେଖାଦେଇଥାଏ । ହଜମ ହେବାରେ ମଧ୍ୟ ସମସ୍ୟା ହୋଇପାରେ ।
Share your comments