1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଏହି ପାଣି, ମୂଳରୁ ଶେଷ ହୋଇଯିବ 10ଟି ବଡ ରୋଗ

ରୋଷେଇ ଘରେ ଥିବା ବିଭିନ୍ନ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ, ଜୁଆଣି ମଧ୍ୟ ରହିଥାଏ । ଜୁଆଣୀ ପାଣି ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ତେବେ ଚାଲନ୍ତୁ ଜାଣିବା ଜୁଆଣୀ ପାଣିର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ...

Sudesna Nayak
Sudesna Nayak
Ajwain Water Benefits For Health

Ajwain Water Benefits For Health

ରୋଷେଇ ଘରେ ଥିବା ବିଭିନ୍ନ ମସଲା ଜାତୀୟ ସାମଗ୍ରୀ ମଧ୍ୟରେ, ଜୁଆଣି (Ajwain) ମଧ୍ୟ ରହିଥାଏ । ଜୁଆଣୀ ପାଣି (Ajwain Water)ଅନେକ ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏଥିରେ ଅନେକ ଔଷଧିୟ ଗୁଣ ଭରି ରହିଥାଏ । ତେବେ ଚାଲନ୍ତୁ ଜାଣିବା ଜୁଆଣୀ ପାଣିର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ...

ସୂଚନା ଅନୁଯାୟୀ,ଜୁଆଣୀ (Ajwain)ରେ ପ୍ରୋଟିନ୍‌, ଖଣିଜ ପଦାର୍ଥ, ଫାଇବର, ହାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ, ଫସଫରସ୍‌, ଆଇରନ ଭଳି ଅନେକ୍ ପୋଷକ ତତ୍ୱ ଭରି ରହିଥାଏ ।

-ପେଟ ଗ୍ୟାସ୍ ସମସ୍ୟାକୁ ନେଇ ଚିନ୍ତାରେ ଥିଲେ, ଜୁଆଣୀ ପାଣି (Ajwain Water) ଏଥିପାଇଁ ବହୁତ୍ ଉପକାରୀ ହୋଇଥାଏ । କେବଳ ଏତିକି ନୁହେଁ , ପେଟ ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରେ ଜୁଆଣୀ ପାଣି (Ajwain Water) ।

-ଜୁଆଣୀ ପାଣି (Ajwain Water) ସେବନ କଲେ ଏହା ଶରୀରରେ କୋଲେଷ୍ଟ୍ରଲ ଲେବୁଲ କମ୍ କରିବାରେ ସହାୟକ ହୋଇଥାଏ ।

- ଥଣ୍ଡା ଯୋଗୁ ନାକ ବନ୍ଦ ସମସ୍ୟାକୁ ଦୂର କରିଥାଏ ଜୁଆଣୀ ପାଣି (Ajwain Water) । ଜୁଆଣିକୁ ଉଷୁମ ପାଣିରେ ସେବନ କରିଲେ ଥଣ୍ଡା ଭଲ ହୋଇଥାଏ । ଜୁଆଣୀକୁ କପଡାରେ ବାନ୍ଧି ଶୁଙ୍ଘିଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ଏହା ବ୍ଯତୀତ ଶ୍ଵାସ ରୋଗ ଭଲ କରିବାରେ ଜୁଆଣୀ ଲାଭଦାୟକ ହୋଇଥାଏ ।

- ଜୁଆଣୀ ପାଣି (Ajwain Water) ସେବନ କରିଲେ ଫୁସଫୁସରେ ଥିବା କଫ ବାହାରି ଯାଇଥାଏ । ଥଣ୍ଡାରୁ କାନ ବା ଦାନ୍ତ ବିନ୍ଧ ହେଉଥିଲେ ତାହା ଦୂର ହୋଇଥାଏ । କାନ ବିନ୍ଧା ହେଉଥିଲେ ଦୁଇ ବୁନ୍ଦା ଜୁଆଣିର ତେଲ ପକାଇଲେ ଏହା ଦୂର ହୋଇଥାଏ । ଉଷୁମ ପାଣିରେ ଗୋଟେ ଚାମଚ ଜୁଆଣୀ ଓ ଲୁଣ ପକାଇ ଗାର୍ଗଲିଙ୍ଗ କରିଲେ ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଥାଏ ।

- ମୋଟାପଣକୁ ନେଇ ଚିନ୍ତିତ ଥିଲେ, ଏହାକୁ ନିୟନ୍ତ୍ରଣ କରିବା ପାଇଁ , ଜୁଆଣୀ ପାଣି (Ajwain Water)ର ବ୍ୟବହାର ବହୁତ୍ ଲାଭଦାୟକ ହୋଇଥାଏ । ସକାଳୁ ଖାଲି ପେଟରେ ଜୁଆଣୀ ପାଣି (Ajwain Water) ସେବନ କରିବା ଦ୍ୱାରା, ଏହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

- ଦୁଇ ଚାମଚ ଜୁଆଣୀକୁ ପାଣିରେ ଫୁଟାଇ ସେବନ କଲେ ଇ-ରେଗୁଲାର ପିରିଏଡ ସମସ୍ଯା ଦୂର ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଜୁଆଣୀ ପାଣି (Ajwain Water) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଏହି ଫଳ ଖାଆନ୍ତୁ, ପାଖ ମାଡିବନି ମଧୁମେହ

ବିଳମ୍ବରେ ରାତ୍ରି ଭୋଜନ ନେଇପାରେ ଜୀବନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments