1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ଫଳ ଖାଆନ୍ତୁ, ପାଖ ମାଡିବନି ମଧୁମେହ

ଅଁଳାରେ ଅନେକ ଔଷଧୀୟ ଗୁଣ ଭରି ରହିଛି | ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସକ୍ଷମ ଅଟେ | ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି |

Rajashree
Rajashree
health benefits of amla

health benefits of amla

ଶରୀର ପାଇଁ ଅନେକାଂଶରେ ଲାଭ ଦାୟକ ଅଁଳା | ଅଁଳା ପାଉଡରରେ(Amla powder) ଅନେକ ଔଷଧୀୟ ଗୁଣ ଭରି ରହିଛି | ଅଁଳାରେ ଅନେକ ଔଷଧୀୟ ଗୁଣ ଭରି ରହିଛି | ଯାହା ଅନେକ ରୋଗକୁ ନିରାରକରଣ କରିବାରେ ସକ୍ଷମ ଅଟେ | ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହିତ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପଲିଫେନୋଲ ଓ ଆଇରନ ଭଳି ପୋଷକ ତତ୍ତ୍ଵ ରହିଛି | ତେବେ ଆଜି ଆସନ୍ତୁ ଜାଣିବା, ଆଁଳା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ |

- ଅଁଳା ପାଉଡର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ | ଅଁଳା ପାଉଡରରେ(Amla powder) ଭିଟାମିନ-C ଭରପୁର ମାତ୍ରାରେ ରହିଥାଏ | ପ୍ରତିଦିନ ଅଁଳା ପାଉଡର (Amla powder)ସେବନ କରିବା ଦ୍ୱାରା ଆମ ଶରୀରର ରକ୍ତ କଣିକା ‍ସୁଦ୍ଧ ହେବା ସହ ଶକ୍ତାଶାଳୀ ହୋଇଥାଏ | ଅଁଳାରେ (Amla benefits) ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏହାଦ୍ୱାରା ସହଜରେ ସଂକ୍ରମଣ ସହ ଲଢ଼ି ହେବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି |

- ଅଁଳା ପାଉଡରର (Amla powder) ଅନ୍ୟ ଏକ ଲାଭ ହେଉଛି ଏହା କୋଲେଷ୍ଟ୍ରୋଲ କମ କରିଥାଏ | ଶରୀରରେ ମଧୁମେହକୁ (Diabetes)ନିୟନ୍ତ୍ରଣରେ ରଖିଥାଏ | ଶରୀରରେ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ । ଏଥିସହ ହୃଦରୋଗ ଭଳି ଆଶଙ୍କା କମ କରିଥାଏ | ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନସର୍‌ ସୃଷ୍ଟିକାରୀ କାର୍ସିନୋଜେନିକ୍‌ କୋଷର ବୃଦ୍ଧିକୁ ରୋକିଥାଏ ଏବଂ କ୍ୟାନସରଠାରୁ ରକ୍ଷା କରିଥାଏ | ଏଥିସହ ବ୍ଲଡ ସୁଗାର ମାତ୍ରା ନିୟନ୍ତ୍ରଣରେ ରହେ |

- ସୁନ୍ଦର ତ୍ୱଚା ପାଇଁ ମଧ୍ୟ ଅଁଳା (Amla benefits)ବେଶ ଜଣାଶୁଣା | ଆପଣ ନିଜ ଖାଦ୍ୟରେ ପ୍ରତିଦିନ ଅଁଳା ବା ଅଁଳା ପାଉଡର (Amla powder) ସାମିଲ କରିପାରିବେ | ଗୋଟିଏ ଗ୍ଲାସ ପାଣିରେ ଅଁଳା ରସ ଓ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା କେବଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇନଥାଏ, ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ |

- ପ୍ରତିଦିନ ଅଁଳା (Amla powder) ପାଉଡର ସେବନ କରିବା ଦ୍ୱାରା ତ୍ୱଚା ସଫା ହେବା ସହ ଏକ ଭିନ୍ନ ଚମକ ଆସିଥାଏ । ତ୍ୱଚାର ଚମକ ପାଇଁ ଅଁଳା ପାଉଡରରେ ମହୁ, ଏବଂ ଦହି ମିଶାଇ ଏକ ପେଷ୍ଟ ତିଆରି କରି ୧୦ ମିନିଟ ଯାଏଁ ମୁହଁରେ ଲଗାଇ ପାରିବେ | ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱରା ତ୍ୱଚା ପରିସ୍କାର ହେବା ସହ ଚିକ୍କଣ ରହିଥାଏ |

- ଅଁଳା ପାଉଡର (Amla benefits) ହଜମ ପ୍ରକ୍ରିୟା ପାଇଁ ଚମତ୍କାର ଭାବେ କାମ କରିଥାଏ | କୋଷ୍ଠକାଠିନ୍ୟ ପାଇଁ ଏହା ଏକ ପ୍ରଭାବଶାଳୀ ଉପଶମ | ଅଁଳା ଫଳର ଶୁଖିଲା ପାଉଡର ମଧ୍ୟ ହାଇପରଆସିଡିଟି ଏବଂ ପେଟ ଅଲସର ପାଇଁ ଏକ ଉତ୍ତମ ଘରୋଇ ଉପଚାର |

- ମଧୁମେହ (Diabetes) ରୋଗୀଙ୍କ ପାଇଁ ଅଁଳା ବା ଅଁଳା ପାଉଡର ରାମବାଣ ସଦୃଶ | ଏହା ଶରୀରରେ ଇନ୍ସୁଲିନ ମାତ୍ରାକୁ କଂଟ୍ରୋଲ କରିବା ସହ ଗ୍ଲୁକୋଜ ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ | କେବଳ ସେତିକି ନୁହେଁ ଅଁଳା ପାଉଡର କିମ୍ବା ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ |

ଅଁଳାରେ ପୁଣି ଏମିତି ଗୁଣ… ଏବେ ଜାଣନ୍ତୁ

ଅଁଳାର ବହୁ ଔଷଧୀୟ ଗୁଣ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments