1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବିଳମ୍ବରେ ରାତ୍ରି ଭୋଜନ ନେଇପାରେ ଜୀବନ

ଡେରିରେ ରାତ୍ରୀ ଭୋଜନ କରିବା ଶରୀର ଓଜନ ବୃଦ୍ଧି କରିବା ସହିତ ହୃଦୟ ପାଇଁ ମଧ୍ୟ ବିପଦ ଡାକି ଆଣିପାରେ | ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଖରାପ ପ୍ରଭାବ ପଡିଥାଏ |

Rajashree
Rajashree
Late Dinner harmful for your body

Late Dinner harmful for your body

ଆଜି କାଲି ବ୍ୟସ୍ତବହୁଳ ଜୀବନରେ ଲୋକଙ୍କର ଜୀବନଶୈଳୀରେ ଅନେକ ପରିବର୍ତନ ଆସୁଛି | କାମ ବ୍ୟସ୍ତତା ଯୋଗୁଁ ଲୋକଙ୍କର ଖାଇବାଶୈଳୀରେ ଅନେକ ପରିବର୍ତନ ଆସୁଛି | ଏମିତି ବି ଦେଖିବାକୁ ମିଳୁଛି କି, ଯୁବପିଢ଼ି ମାନେ ବିଳମ୍ବରେ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି | ତେବେ ଆପଣ ଜାଣିଛନ୍ତି କି ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀର ପାଇଁ ବଡ କ୍ଷତି ହୋଇପାରେ |

ଡେରିରେ ରାତ୍ରୀ ଭୋଜନ (Late dinner) କରିବା ଶରୀର ଓଜନ ବୃଦ୍ଧି କରିବା ସହିତ ହୃଦୟ ପାଇଁ ମଧ୍ୟ ବିପଦ ଡାକି ଆଣିପାରେ | ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ବିଭିନ୍ନ ଖରାପ ପ୍ରଭାବ ପଡିଥାଏ |

ବିଳମ୍ବିତ ରାତିରେ ଭୋଜନ (Late dinner)କରିବା ଦ୍ୱାରା ଓଜନ କମିବା ବଦଳରେ ଅନେକାଂଶରେ ବଢ଼ିବାକୁ ଲାଗେ | ଓଜନ ବୃଦ୍ଧି ହେବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ | ସେଥିପାଇଁ ରାତ୍ରୀ ଭୋଜନ ସବୁବେଳେ ଠିକ୍ ସମୟରେ ଖାଇବା ଉଚିତ୍ | ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଠିକ୍ ସମୟରେ ରାତ୍ରୀ ଭୋଜନ ଆରମ୍ଭ କରନ୍ତୁ |

ବିଳମ୍ବିତ ରାତିରେ ଖାଇବା (Late dinner)ଆପଣଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସାଂଘାତିକ ହୋଇପାରେ | ଅନେକ ଗବେଷଣା ଅନୁଯାୟୀ, ବିଳମ୍ବିତ ରାତିରେ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ | ଏହା ଆପଣଙ୍କ ଏକାଗ୍ରତା ଏବଂ ସ୍ମରଣ ଶକ୍ତି କ୍ଷମତାକୁ ପ୍ରଭାବିତ କରିଥାଏ | ଏଥିପାଇଁ ଡାକ୍ତରମାନେ ରାତି ୭ଟାରୁ ୯ଟା ଭିତରେ ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି |

ଯଦି ଆପଣଙ୍କ ଲେଟ୍‌ ନାଇଟ୍‌ରେ ଖାଇବା ପରେ(Late dinner) ତୁରନ୍ତ ଶୋଇବା ଅଭ୍ୟାସ ଅଛି ତେବେ ଏହା ମଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ | ଏପରି କରିବା ଦ୍ୱାରା ଛାତିରେ ଯନ୍ତ୍ରଣା, ଅମ୍ଳପିତ ଏବଂ ପେଟ ଜନିତ ସମସ୍ୟା ଆଦି ଦେଖା ଦେଇପାରେ |

ରାତିରେ ଜଙ୍କ ଫୁଡ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ | ଲେଟ୍‌ ନାଇଟ୍‌ରେ ଜଙ୍କ ଫୁଡ୍‌ ଖାଇବା ଦ୍ୱାରା (Late dinner)ମେଦବହୁତଳା ସମସ୍ୟା ସୃଷ୍ଟି ହୋଇପାରେ | ଏଥିପାଇଁ ଆପଣ ନିଜ ଦୈନନ୍ଦିନ ରାତ୍ରି ଭୋଜନରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ | ଏଥିସହ ଆପଣ ଚାହିଁଲେ ଖାଇବା ପରେ ବାଦାମ କିମ୍ବା ଆପଲ ମଧ୍ୟ ଖାଇପାରିବେ |

ଭୋଜନ ନିମନ୍ତେ ସମୟ ଜ୍ଞାନ !

ଖାଦ୍ୟ ଖାଇବା ପରେ ଭୁଲ୍‌ରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ସମସ୍ୟା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments