1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣିଛନ୍ତି କି, ତରଭୁଜ ମଞ୍ଜିର ଫାଇଦା

ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗିଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ ହୋଇଥାଏ । ସାଧାରଣତଃ ଖରାଦିନେ ଏହାର ଚାହିଦା ଅଧିକ ପରିମାଣରେ ବଢିଯାଏ ବଜାରରେ । ଖରାଦିନେ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି ।

Tanushree Mahapatra
Tanushree Mahapatra
Benefits of watermelon seeds

Benefits of watermelon seeds

ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗିଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ ହୋଇଥାଏ । ସାଧାରଣତଃ ଖରାଦିନେ ଏହାର ଚାହିଦା ଅଧିକ ପରିମାଣରେ ବଢିଯାଏ ବଜାରରେ । ଖରାଦିନେ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

କାରଣ ଏଥିରେ ୯୨ପ୍ରତିଶତ ପାଣି ଥିବାରୁ ଖରାଦିନେ ଏହାକୁ ଖାଇଲେ ଶରୀରରେ ଜଳୀୟଅଂଶ ଠିକ୍‌ ଭାବରେ ରହିଥାଏ ।  ତରଭୁଜ ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟସ୍‌, ଆଇରନ, ଜିଙ୍କ, ପ୍ରୋଟିନ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏ ସବୁ ଜିନିଷ ରହିବା ନିହାତି ଜରୁରୀ ଯାହା ତରଭୁଜ ମଞ୍ଜିରୁ ମିଳିଥାଏ । ତରଭୁଜ ମଞ୍ଜି ଖାଇବାକୁ ଯଦି ଆପଣ ପସନ୍ଦ କରୁ ନାହାନ୍ତି, ତେବେ ଏହାକୁ ଆପଣ ଗ୍ରାଇଣ୍ଡ କରି ବା ସିଝାଇ ଖାଇ ପାରିବେ ଯାହା ଆପଣଙ୍କ ଶରୀରକୁ ଖୁବ ଲାଭ ଦେଇଥାଏ ।

ତରଭୁଜ ହେଉଛି ଏକ ପୁଷ୍ଟିକର ଫଳ ଯାହା ଶରୀର ପାଇଁ ଖୁବ ଭଲ । ତରଭୁଜ ମଞ୍ଜିରେ କମ୍ କ୍ୟାଲୋରି ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟପ୍ରଦ ଖୁବ ଭଲ ସାବ୍ୟସ୍ତ ହୁଏ । ଜାଣିଛନ୍ତି କି , ମୁଠାଏ ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ ଯାହା ଆମ ଶରୀରକୁ ନିହାତି ଆବଶ୍ୟକ । ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ ହୋଇଥାଏ । କାରଣ ଏହା ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ଦୂରେଇ ଥାଏ ଯାହା ମା ଏବଂ ପିଲା ପାଇଁ ଖୁବ ଭଲ । ତରଭୁଜ ମଞ୍ଜିରେ ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ରହିଛି । ଏହା ଏକ ସୁସ୍ଥ ମଣିଷକୁ ହୃଦଘାତରୁ ରକ୍ଷା କରିଥାଏ । ଅହୁରୀଣ ମଧ୍ୟ ତରଭୁଜ ମଞ୍ଜିରେ ଜିଙ୍କ ମିଳିଥାଏ । ତରଭୁଜ ମଞ୍ଜି ଖାଇବା ଦ୍ୱାରା ପୁରୁଷମାନଙ୍କ ଶୁକ୍ରାଣୁ ସଂଖ୍ୟା ବଢିଥାଏ । ଉଚ୍ଚ ଶୁକ୍ରାଣୁ ଗଣନା ଏବଂ ଏହାର ଗୁଣ ପ୍ରଜନନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ପୁରୁଷ ପାଇଁ । ତରଭୁଜ ମଞ୍ଜିରେ ଜିଙ୍କର ପରିମାଣ ଶୁକ୍ରାଣୁର ଗୁଣକୁ ବଢ଼ାଇଥାଏ । ଯାହା ପୁରୁଷଙ୍କ ପାଇଁ ନିହାତି ଆବଶ୍ୟକ l

ତେବେ ତରଭୁଜ ମଞ୍ଜି ହାଡ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଓମେଗା ଫ୍ୟାଟି ଏସିଡ୍, ପ୍ରୋଟିନ୍, ଜିଙ୍କ୍, ଫୋଲେଟ୍, ପୋଟାସିୟମ୍, ତମ୍ବା ଭଳି ପଦାର୍ଥ ଆମ ଶରୀରକୁ ମିଳିଥାଏ  ପ୍ରଚୁର ପରିମାଣରେ । ଆପଣ ଏହି ମଞ୍ଜିକୁ ପ୍ରାକୃତିକ ମଲ୍ଟିଭାଇଟାମିନ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ସବୁଠାରୁ ବଡ କଥା ହେଉଛି ଯେଉଁମାନଙ୍କର କ୍ୟାଲୋରୀ ପରିମାଣ କମ ରହିଛି ସେହିମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଭଜା ତରଭୁଜର ମଞ୍ଜି ଆପଣଙ୍କ ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇପାରେ ଯାହା ମହିଳାଙ୍କୁ ସବୁବେଳେ ଦରକାର ପଡିଥାଏ | ମୁହଁରେ ଏହାର ମଞ୍ଜି ତେଲ ଲଗାଇଲେ ବ୍ରଣ ଜନିତ ସମସ୍ୟା ଦୂର କରାଯାଇପାରିବ | ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ତ୍ୱଚାକୁ ମଶ୍ଚରାଇଜ୍ କରିଥାଏ ଏବଂ ବାର୍ଦ୍ଧକ୍ୟର ପ୍ରାରମ୍ଭିକ ଲକ୍ଷଣକୁ ମଧ୍ୟ ହ୍ରାସ କରିଥାଏ  | ଏହାର ମଞ୍ଜିରେ ଥିବା ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଲୁହା ଏବଂ ତମ୍ବା ଆପଣଙ୍କ କେଶ ପାଇଁ ସର୍ବୋତ୍ତମ ଏବଂ ଅତ୍ୟାବଶ୍ୟକ ପୁଷ୍ଟିକର ମଧ୍ୟ ସାଜିଥାଏ | ଆପଣ ଏହାକୁ ମଧ୍ୟ ପ୍ରତିଦିନ ନିଜ କେଶରେ ବ୍ୟବହାର କଲେ କେଶ ପାଇଁ ଏହା ଖୁବ ଭଲ l ଏହାର ମଞ୍ଜି ତେଲରେ ଗରମ କରି ଏହାକୁ ନିୟମିତ କେଶରେ ଲଗାଇଲେ ଆପଣଙ୍କ କେଶ ପୁଷ୍ଟିକର ହୁଏ, ଯାହା ଦ୍ଵାରା ଆପଣ କେଶ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ |

ତରଭୂଜ ମଞ୍ଜିରୁ ଚୋପା ଛଡାଇ ତାର ଭିତର ଅଂଶ ଖାଇବା ଦ୍ୱାରା ଶରୀରକୁ ଶକ୍ତି ଆସିଥାଏ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଓ ହାର୍ଟ ସୁସ୍ଥ ରୁହେ । ଏଥିରେ ଥିବା ଡାୟଟ୍ରି ଫାଇବର ଶରୀରର ପାଚନ ତନ୍ତ୍ରକୁ ଠିକ ରଖିବାରେ ସହାୟକ ହୁଏ । ଆପଣଙ୍କ ପାଚନ ସମ୍ବନ୍ଧୀୟ ସମସ୍ୟାକୁ ସମାପ୍ତ କରିବାରେ ସହାୟକ ହୋଇଥାଏ । ଜଣ୍ଡିସ ସମସ୍ୟା ପାଇଁ ତରଭୂଜ ମଞ୍ଜି ସେବନ ଫାଇଦା ହୋଇଥାଏ । ଏହାବ୍ୟତିତ ଅନ୍ୟାନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିଥାଏ । ଏଥିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ତ୍ୱଚା ପାଇଁ ମଧ୍ୟ ଖୁବ ଫାଇଦା ଦେଇଥାଏ  । ତେବେ ସବୁଠାରୁ ବଡ କଥା ତରଭୂଜ ମଞ୍ଜିରେ ତିଆରି ଚା ନିୟମିତ ସେବନ କରିବା ଦ୍ୱାରା କିଡନୀ ସମସ୍ୟାରୁ ରକ୍ଷା ମିଳିଥାଏ ଜଣେ ସୁସ୍ଥ ମଣିଷକୁ । ତରଭୂଜ ମଞ୍ଜିକୁ ଚୋବେଇ ଚୋବାଇ ଖାଇବା ଦ୍ୱାରା ଦାନ୍ତର ଫାଇରିଆ ଭଳି ରୋଗ ଭଲ ହୋଇଥାଏ ।

୩୦ ବର୍ଷ ପରେ ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍ ମାଡ଼ି ବସିବ ଅନେକ ବଡ଼ ବଡ଼ ରୋଗ...

ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ଲବଙ୍ଗ, ଶରୀରରୁ ଦୂରେଇବ ଏହି ରୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments