1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ଏହି ଉପାୟରେ ଖାଆନ୍ତୁ ଲବଙ୍ଗ, ଶରୀରରୁ ଦୂରେଇବ ଏହି ରୋଗ

ଲବଙ୍ଗ ଦେଖିବାକୁ କଳା ଏବଂ ଏହା ଏକ ମସଲା ଜାତୀୟ l ଲବଙ୍ଗକୁ ତରକାରୀରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁଠି ବ୍ୟବହାର କରାଯାଏ l ଲବଙ୍ଗ ସେବନ ଶରୀର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ରାତିରେ ଲବଙ୍ଗ ଖାଆନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ମନେ କରାଯାଏ ।

Tanushree Mahapatra
Tanushree Mahapatra
Importance and benefits of clove

Importance and benefits of clove

ଲବଙ୍ଗ ଦେଖିବାକୁ କଳା ଏବଂ ଏହା ଏକ ମସଲା ଜାତୀୟ l ଲବଙ୍ଗକୁ ତରକାରୀରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁଠି ବ୍ୟବହାର କରାଯାଏ l ଲବଙ୍ଗ ସେବନ ଶରୀର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ ।

କିନ୍ତୁ ଯଦି ଆପଣ ରାତିରେ ଲବଙ୍ଗ ଖାଆନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ମନେ କରାଯାଏ । ତେବେ ଜାଣିଛନ୍ତି କି ଲବଙ୍ଗରେ ଆଣ୍ଟି-ଫ୍ଲାମେଟୋରୀ ଗୁଣ ରହିଛି । ଯେଉଁଥିପାଇଁ ଯଦି ଆପଣ ପ୍ରତିଦିନ ରାତିରେ ଲବଙ୍ଗ ଖାଉଛନ୍ତି, ତେବେ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ଏହା ସାହାଯ୍ୟ କରେ । ଆଣ୍ଟିଅକ୍ସିଡେଣ୍ଟ ବିଶିଷ୍ଟ ଲବଙ୍ଗ ସେବନ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ । ଲବଙ୍ଗରେ ଏଭଳି ତତ୍ୱ ମିଳିଥାଏ ଯାହା ଶରୀରକୁ କର୍କଟ ରୋଗରୁ ମଧ୍ୟ ରକ୍ଷା କରିବାରେ ସହାୟକ ହୋଇଥାଏ । ସେହିପରି ଟ୍ୟୁମର ବଢିବାରେ ରୋକିଥାଏ ଲବଙ୍ଗ । ତେବେ ଲବଙ୍ଗ ଖାଇବା ଦ୍ୱାରା କଣ କଣ ଫାଇଦା ମିଳେ ଆସନ୍ତୁ ଜାଣିବା -

ଜାଣିଛନ୍ତି କି, ଲବଣରେ ଆଣ୍ଟି-ଫ୍ଲାମେଟୋରୀ ଗୁଣ ରହିଛି । ଯେଉଁଥିପାଇଁ ଆପଣ ଶରୀରରେ ଫୁଲା କିମ୍ବା ଯନ୍ତ୍ରଣାରେ ଲବଙ୍ଗ ଖାଇପାରିବେ ଯାହା ତୁରନ୍ତ ଠିକ କରିଦେବ । ଯେଉଁମାନଙ୍କର ଦାନ୍ତରେ ଯନ୍ତ୍ରଣା କିମ୍ବା ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ରହିଛି, ସେମାନେ ରାତିରେ ଲବଙ୍ଗ ଖାଇପାରିବେ । ଏହାଦ୍ୱାରା ଯନ୍ତ୍ରଣା କମ ହୋଇଥାଏ l

କିଛି ଲୋକ ବେଳେବେଳେ ରାତିରେ ଖାଇବାକୁ ଇଚ୍ଛା କରନ୍ତି । ଯାହାକି ଶରୀର ଓଜନ ବୃଦ୍ଧିର କାରଣ ହୁଏ l ଏପରି ପରିସ୍ଥିତିରେ ଆପଣ ଲବଙ୍ଗ ସହିତ ଭୋକକୁ ଦୂର କରିପାରିବେ । ସେଥିପାଇଁ ଆପଣ କ୍ଷୀରରେ ମିଶାଇ ଲବଙ୍ଗ ପିଇପାରିବେ, କିମ୍ବା ଆପଣ ସିଧାସଳଖ ଲବଙ୍ଗ ଖାଇପାରିବେ ମଧ୍ୟ । ଏହା ସହିତ ରାତିରେ ଖାଦ୍ୟକୁ ନେଇ କୌଣସି ଇଚ୍ଛା ରହିବ ନାହିଁ ଲବଙ୍ଗ ଖାଇବା ଦ୍ୱାରା ।

ଉଷୁମ ପାଣିରେ ମହୁ ସହିତ ଲବଙ୍ଗକୁ ସେବନ କରିବା ଦ୍ୱାରା ଥଣ୍ଡା ଏବଂ କାଶର ସମସ୍ୟା ଦୂର ହୋଇଥାଏ । ଲବଙ୍ଗ ଏବଂ ମହୁର ମିଶ୍ରଣରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ସୃଷ୍ଟି ହୋଇଥାଏ ଯାହା ଶରୀରରୁ ଥଣ୍ଡା ଦୂର କରିବାରେ ସାହାଯ୍ୟ କରେ  । ଆପଣ ପନିପରିବା, ରୁଟିି, ସାଲାଡରେ ଲବଙ୍ଗ ପାଉଡର ମିଶାଇ ଖାଇପାରିବେ ଏହା ମଧ୍ୟ ଶରୀର ପାଇଁ ଭଲ  । କ୍ଷୀରରେ ଲବଙ୍ଗ ପାଉଡର ମିଶାଇ ଖାଇପାରିବେ । ଆପଣ ଲବଙ୍ଗ ଏବଂ ଉଷୁମ ପାଣି ପିଇପାରିବେ । ଏହିପରି ଅନେକ ଉପାୟରେ ଆପଣ ଲବଙ୍ଗ ଖାଇ ପାରିବେ l

ଖାଲି ଲବଙ୍ଗ ନୁହେଁ ଏହାର ତୈଳରେ ମଧ୍ୟ ଅନେକ ଉପକାରୀ ଗୁଣ ଭରପୁର ରହିଛି l ଯଦି ଆପଣଙ୍କ ମୁହଁରେ ବାରମ୍ୱାର ବ୍ରଣ ସମସ୍ୟା ଦେଖାଯାଉଛି, ତା’ହେଲେ ଲବଙ୍ଗ ତେଲ ବ୍ୟବହାର କଲେ ଲାଭ ମିଳେ । ଏହା ବ୍ରଣ ସମସ୍ୟାକୁ ଦୂର କରିବ। ସହିତ ଲବଙ୍ଗ ତେଲ ଶରୀରରେ ଥିବା କଳାଦାଗ ଦୂର କରିବା ପାଇଁ ସାହାଯ୍ୟ କରିଥାଏ । ଯଦି ମୁହଁର ତ୍ୱଚାରେ କୁଞ୍ଚନ ସମସ୍ୟା ଦେଖାଯାଉଛି, ତା’ହେଲେ ଚିନ୍ତା କରନ୍ତୁ ନାହିଁ । ନଡ଼ିଆ ତେଲ ସହିତ ୫ ବୁନ୍ଦା ଲବଙ୍ଗ ତେଲ ମିଶାନ୍ତୁ ଏବଂ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୁହଁରେ ମାଲିସ କରନ୍ତୁ କିଛି ଦିନ ପରେ ଅନୁଭବ କରି ପାରିବେ ଆପଣ । ଏପରି କଲେ ଚେହେରାରେ ପଡୁଥିବା ଭାଙ୍ଗ ଓ କୁଞ୍ଚନ ସମସ୍ୟା କମ୍ ହେବା ଆପଣ ଲକ୍ଷ୍ୟ କରିପାରିବେ।

ଲବଙ୍ଗରେ ମ୍ୟାଗ୍ନେସିୟମ ଅଧିକ ପରିମାଣରେ ଥାଏ । ଏହା ବ୍ୟାକ୍ଟେରିଆଲ ଇନଫେକ୍ସନରେ ପାଇଁ ବେଶ ଲାଭପ୍ରଦ ରହିଥାଏ । ଏହାଦ୍ୱାରା ଇମ୍ୟୁନିଟି କ୍ଷମତା ମଧ୍ୟ ବଢ଼ିଥାଏ ଶରୀରରେ । ପେଟ ଜନିତ ସମସ୍ୟା ରହୁଥିବା ବ୍ୟକ୍ତିଙ୍କ ପାଇଁ ଲବଙ୍ଗ ଚା’ ଅଧିକ ଲାଭଦାୟକ । ଯଦି ଆପଣଙ୍କୁ ଗ୍ୟାସ ଏବଂ ପେଟଯନ୍ତ୍ରଣା ରହୁଛି ତେବେ ଲବଙ୍ଗ ଚା ପିଇବା ଆରମ୍ଭ କରନ୍ତୁ ଦେଖିବେ ଖୁବ କମ ଦିନରେ ଏହି ସମସ୍ୟା ଦୂରେଇଯିବ। ତ୍ୱଚା ପାଇଁ ମଧ୍ୟ ଳବଙ୍ଗ ବେଶ ଫାଇଦାଯୁକ୍ତ ହୋଇଥାଏ   । ନିୟମିତ ଭାବେ ଲବଙ୍ଗ ଚା’ ପିଇବା ଦ୍ୱାରା ତ୍ୱଚାରେ ହେଉଥିବା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ ଖାସ କରି ଏହା ମହିଳାଙ୍କ ନିହାତି ଆବଶ୍ୟକୀୟ  । ଯଦି ସମ୍ୱନ୍ଧିତ କିଛି ରୋଗ ରହିଛି ତେବେ ଲବଙ୍ଗଯୁକ୍ତ ଚା’ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ନିୟମିତ ସେବନ ମାଢ଼ି ଏବଂ ଦାନ୍ତ ସହିତ ଜଡ଼ିତ ସମସ୍ତ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ଏହାଦ୍ୱାରା ମୁହଁରେ ଥିବା ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇଯାଏ । ଲବଙ୍ଗ ସେ ରିର ପାଇଁ ଖୁବ ଉପକାରୀ ଯଦି ଆପଣ ଏହାକୁ ନିତ୍ୟ ବ୍ୟବହାର୍ଯ୍ୟରେ ସାମିଲ କରିବେ ତେବେ ଖୁବ ଭଲ କଥା l

ଦାଗ, ବ୍ରଣ ଭଳି ଚେହେରାର ଅନେକ ସମସ୍ୟା ଦୂର କରିଥାଏ ଆଳୁ, ଜାଣନ୍ତୁ ଏହାର ସଠିକ୍ ବ୍ୟବହାର...

ଖରାରେ ଚେହେରାର ଚମକ ପାଇଁ , ଆପଣାନ୍ତୁ ଘରୋଇ ଟିପ୍ସ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments