1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଫ ସମସ୍ୟା ଦୂର କରେ କଳା ଜିରା...

କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଏହା ଦେଖିବାକୁ କଳା ରଙ୍ଗର। ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ କଳାଜିରା ଶରୀରରେ ଅନେକ ରୋଗକୁ ଭଲ କରିଥାଏ। ଏଥିସହ ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

Priyambada Rana
Priyambada Rana
Health Benefits of Black Cumin

Health Benefits of Black Cumin

ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ଏହା ଦେଖିବାକୁ କଳା ରଙ୍ଗର। ଆୟୁର୍ବେଦ ବିଶେଷଜ୍ଞଙ୍କ ମତ ଅନୁସାରେ କଳାଜିରା ଶରୀରରେ ଅନେକ ରୋଗକୁ ଭଲ କରିଥାଏ। ଏଥିସହ ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।ତା’ହେଲେ ଆସନ୍ତୁ ଜାଣିବା କଳାଜିରାରୁ ସ୍ୱାସ୍ଥ୍ୟଜନିତ କେଉଁ କେଉଁ ଲାଭ ମିଳିଥାଏ...

୧. ଟାଇପ୍‌-୨ ଡାଇବେଟିସ୍‌ରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ କଳାଜିରା ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ତିଆରି ହେଉଥିବା ଗ୍ଲୁକୋଜ୍‌ କମ୍‌ ହୋଇଥାଏ ଏବଂ ଇନସ୍ୟୁଲିନ୍‌ ତିଆରି ହେବା କ୍ଷମତା ବଢ଼ିଥାଏ। ଆହୁରି ମଧ୍ୟ ଶରୀରରେ ଥିବା ବିଟା ସେଲ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଥାଏ।

୨. ସପ୍ତାହକୁ ଦୁଇଥର କଳାଜିରା ଖାଇଲେ ହାଇପର୍ ଟେନ୍‌ସନରୁ ମୁକ୍ତି ମିଳିବା ସହିତ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।

୩. କଳାଜିରାକୁ ପାଣିରେ ଫୁଟାଇ ବାତ ମାରୁଥିବା ରୋଗୀଙ୍କୁ ଏହାର ପାଣି ପିଇବାକୁ ଦିଅନ୍ତୁ। ଦେଖିବେ ବାତ ରୋଗ ଭଲ ହୋଇଯିବ।

୪. କଫ ସମସ୍ୟା ଥିଲେ କଳାଜିରା ତେଲ ଖାଆନ୍ତୁ। ଏହାର ତେଲ ଖାଲି ପେଟରେ ଖାଇଲେ ଅନେକ ରୋଗ ଭଲ ହୋଇଥାଏ।

୫. କଳାଜିରା ତ୍ୱଚା ସମ୍ୱନ୍ଧୀୟ ରୋଗକୁ ଠିକ୍‌ କରିଥାଏ। ଏହାକୁ ଖାଇଲେ ତ୍ୱଚା କୋମଳ ଓ ଉଜ୍ଜ୍ୱଳ ହୋଇଥାଏ।

୬. କଳାଜିରା ତେଲ କେଶରେ ଲଗାଇଲେ କେଶ କଳା ହୋଇଥାଏ।

୭. ଯେଉଁମାନଙ୍କର ଦାନ୍ତରେ ସମସ୍ୟା ରହିଛି କିମ୍ୱା ଦାନ୍ତ ପୋକ ଖାଉଛି, ସେମାନେ ରାତିରେ ଶୋଇବା ପୂର୍ବରୁ ତୁଳାରେ କଳାଜିରା ତେଲ ଲଗାଇ ଦାନ୍ତ ମୂଳରେ ଲଗାଇ ଶୁଅନ୍ତୁ। ଦେଖିବେ ଦାନ୍ତରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯିବେ।

– କଳା ଜିରା ପାଣି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ । ଯଦି କୌଣସି ବ୍ୟକ୍ତିର ଥଣ୍ଡା ସମ୍ବନ୍ଧୀୟ କୌଣସି ଅସୁବିଧା ଥାଏ, ତେବେ କଳା ଜିରା ଖାଇବା ଦ୍ୱାରା ଏହା ଆରାମ ମିଳିଥାଏ। ଶ୍ୱାସକ୍ରିୟା କାଶ, ବ୍ରୋଙ୍କାଇଟିସ୍ ଏବଂ ଆଲର୍ଜି ଭଳି ଶ୍ୱାସକ୍ରିୟା ରୋଗ ଦୂର କରିବାରେ ସହାୟକ ହୋଇଥାଏ।

- ତେଲିଆ ଖାଦ୍ୟ ଅଭ୍ୟାସ ହେତୁ ଆଜିକାଲି ଅଧିକାଂଶ ଲୋକ ପେଟ ଯନ୍ତ୍ରଣା, ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳା ଜିରା ପାଣି ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରେ। ଏହାର ବ୍ୟବହାର ଆପଣଙ୍କ ମେଟାବୋଲିଜିମକୁ ମଜବୁତ କରେ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ।

ଖାଦ୍ୟ ହଜମ ହେବାରେ ହେଉଛି କି ସମସ୍ୟା ? ଜାଣନ୍ତୁ କିଛି ଘରେଇ ଉପଚାର...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments