1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖାଦ୍ୟ ହଜମ ହେବାରେ ହେଉଛି କି ସମସ୍ୟା ? ଜାଣନ୍ତୁ କିଛି ଘରେଇ ଉପଚାର...

ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ। ହଜମ କ୍ରିୟା ସଠିକ ଭାବେ କାର୍ଯ୍ୟ ନକରିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। ତେବେ ଏହି ବଦହଜମି ଦୂର କରିବାକୁ କିଛି ପାନୀୟ ରହିଛି, ଯାହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

Priyambada Rana
Priyambada Rana
Home Remedies of Indigestion

Home Remedies of Indigestion

ଖାଦ୍ୟ ହଜମ ନହେବା ଏକ ସାଧାରଣ ସମସ୍ୟା  । କିନ୍ତୁ ଏହି ସମସ୍ୟା ଦୂର ନହେଲେ ଆପଣଙ୍କୁ ଭାରି ପଡ଼ିପାରେ । କାରଣ ସୁସ୍ଥ ଶରୀର ପାଇଁ ଖାଦ୍ୟ ଭଲ ଭାବେ ହଜମ ହେବା ନିତାନ୍ତ ଆବଶ୍ୟକ । ଖାଦ୍ୟପେୟରେ ଅନିୟମିତତା କାରଣରୁ ହଜମ କ୍ରିୟା ଉପରେ କୁପ୍ରଭାବ ପଡିଥାଏ। ଏହାସହ ହଜମ ଶକ୍ତି ଧିରେ ଧିରେ ଦୁର୍ବଳ ହେବାକୁ ଆରମ୍ଭ କରିଥାଏ। ହଜମ କ୍ରିୟା ସଠିକ ଭାବେ କାର୍ଯ୍ୟ ନକରିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। ତେବେ ଏହି ବଦହଜମି ଦୂର କରିବାକୁ କିଛି ପାନୀୟ ରହିଛି, ଯାହାକୁ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ।

ପାନମଧୁରୀରେ ଫାଇବର, ଜିଙ୍କ,ଆଇରନ ଓ ପୋଟାସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ଯାହା ହଜମ ଶକ୍ତିକୁ ଶକ୍ତିଶାଳୀ କରିଥାଏ । ସକାଳେ ଖାଲି ପେଟରେ ପାନମଧୁରୀ ପାଣି ପିଇପାରିବେ। ପାନମଧୁରୀ ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ। ପାନମଧୁରୀ ପାଣି ପିଇବା ଦ୍ୱାରା ଏସିଡିଟି, ବାନ୍ତି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହା ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଅଦାରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି। ଯାହା ପାଚନ ଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଅଦା ଓ ଗୋଲମରିଚର ପାଣି ପିଇବା ପାଚନ ତନ୍ତ୍ର ପାଇଁ ବେଶ ଲାଭଦାୟକ ହୋଇଥାଏ। ଏହା ଏସିଡିଟି ଓ ବଦହଜମି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଅଦାରେ ଓ ଗୋଲମରିଚ ଚା’ରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ। ଏହାର ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ମେଥି ପାଣି ସେବନ ଦ୍ୱାରା ଶରୀରରୁ ଅଦରକାରୀ ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ । ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ମେଥି ପାଣି ମେଥି ଦାନାରେ ଭିଟାମିନ ସି, ଫାଇବର, ମାଗ୍ନେସିୟମ, କ୍ୟାଲସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ୱ ରହିଛି। ଏଥିପାଇଁ ଏକ ଗ୍ଲାସ ପାଣିରେ ଅଳ୍ପ ମେଥି ଦାନା ପକାଇ ଏହାକୁ ଫୁଟାଇ ପିଅନ୍ତୁ । ଏହାଦ୍ୱାରା ବଦହଜମି ସମସ୍ୟା ଦୂର ହୋଇଥାଏ।

ଖାଦ୍ୟ ଖାଇବା ପରେ ଭୁଲ୍‌ରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ସମସ୍ୟା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments