
Can mushrooms help during cancer treatment?
ପ୍ରକୃତିର ଗନ୍ତାଘରେ ଏପରି ବହୁ ଜିନିଷ ଆମ ପାଇଁ ସାଇତା ହୋଇ ରହିଛି ଯାହା ବେଶ୍ ସ୍ୱତନ୍ତ୍ର । ଜଙ୍ଗଲରେ ଏପରି ବହୁ ମୂଲ୍ୟବାନ ଜିନିଷ ରହିଛି ଯାହା ବିଷୟରେ ଆମ ପାଖରେ ସାମାନ୍ୟ ସୂଚନା ବି ନ ଥାଏ। ଏପରି ଏକ ଜିନିଷ ହେଉଛି ଛତୁ(Mushroom) ଯାହା ଆପଣ ନିଶ୍ଚୟ ଖାଇଥିବେ । ଏହା ବେଶ୍ ସ୍ୱାଦିଷ୍ଟ ।
ଅଧିକାଂଶ ଶାକାହାରୀ ଲୋକଙ୍କ ପ୍ରିୟ ପନିପରିବା ମଧ୍ୟରୁ ଛତୁ (Mushroom) ହେଉଛି ଅନ୍ୟତମ। ଖାଦ୍ୟରେ ଏହା ସ୍ୱାଦିଷ୍ଟ ହେବା ବ୍ୟତୀତ ଏହା ଶରୀର ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଛତୁ କ୍ୟାଲୋରୀରେ କମ୍ ଏବଂ ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଥାଏ। ଫଙ୍ଗସ୍ ପ୍ରଜାତିର ଏହି ଛତୁର ବହୁ ପ୍ରଜାତି ବିଷାକ୍ତ ମଧ୍ୟ ହୋଇଥାଏ । କିନ୍ତୁ ଏପରି ଏକ ପ୍ରଜାତି ମଧ୍ୟ ରହିଛି ଯାହା ଶରୀର ଲାଗି ବହୁତ ଲାଭଦାୟକ ହୋଇଥାଏ ଓ କ୍ୟାନସରକୁ ବି ଭଲ କରି ଦେଇଥାଏ ।
ଏହାର ଏତେ ଫାଇଦା ରହିଛି ଯେ, ଲୋକମାନେ ଏହାକୁ ସଂରକ୍ଷିତ କରି ରଖିଥାନ୍ତି । ଡେଲି ଷ୍ଟାର ରିପୋର୍ଟ ଅନୁସାରେ ଇଂଲଣ୍ଡର କର୍ଣ୍ଣୱାଲ ସ୍ଥିତ ଲଷ୍ଟ ଗାର୍ଡେନ୍ ଅଫ୍ ହେଲିଗାନ୍ରେ ଏହି ଛତୁ ଦେଖିବାକୁ ମିଳିଛି। ଏହି ଛତୁର ନାମ ବିୟର୍ଡ ଟୁଥ୍ ମସରୁମ୍ । ଜଣେ ବ୍ୟକ୍ତି ଏଠାରେ ଏହି ଛତୁକୁ ଦେଖି ଗାର୍ଡେନ୍ ପ୍ରଶାସନକୁ ଏ ବିଷୟରେ ସୂଚନା ଦେଇଥିଲେ । ଏହାପରେ ପ୍ରଶାସନ ଦେଶର ମସରୁମ୍ ଏକ୍ସପର୍ଟଙ୍କୁ ଡାକି ଏହାର ପରୀକ୍ଷଣ କରାଇଥିଲେ ।
ଫୁଟବଲ୍ ଆକାରର ଏହି ଛତୁର ଆକାର ଏତେ ବଡ ଥିଲା ଯେ, ଏକ୍ସପର୍ଟ ପରାମର୍ଶ ଦେଇଥିଲେ ଏହାକୁ କେଜ୍ରେ ବନ୍ଦ କରି ରଖି ଦେଖାଶୁଣା କରିବାକୁ । ଏହି ଛତୁ ମଧ୍ୟରେ ରୋଗ ଭଲ କରିବାର ଅଦ୍ଭୁତ ଗୁଣ ଭରି ରହିଛି । ଇଂଲଣ୍ଡର ୱାଇଲ୍ଡ ଲାଇଫ୍ ଆଣ୍ଡ କଣ୍ଟ୍ରିସାଇଡ୍ ଆକଫର ସେଡ୍ୟୁଲ ୮ ଅନୁଯାୟୀ ଏହି ଛତୁକୁ ତୋଳିବା କିମ୍ବା ନଷ୍ଟ କରିବା ଆଇନଗତ ଅପରାଧ ଓ ଏପରି କଲେ ଜେଲ୍ ଓ ଜୋରିମାନା ଦଣ୍ଡ ବି ହୋଇପାରେ।
Share your comments