କ୍ୟାନ୍ସର (Cancer)ନାଁ ଶୁଣିଲେ ବହୁତ ଡର ଲାଗେ । ଶରୀରର କୌଣସି ଅଙ୍ଗରେ ଅବସ୍ଥିତ କୋଷିକା ମାନଙ୍କର ଅନିୟନ୍ତ୍ରିତ ବୃଦ୍ଧି କ୍ୟାନ୍ସରର (Cancer Symptoms) କାରଣ ବନିଥାଏ । ଅନେକ ବ୍ୟକ୍ତି ଏହାର ଲକ୍ଷଣକୁ ନଜର ଅନ୍ଦାଜ କରି ଦିଅନ୍ତି ଯାହା ଶରୀରରେ ଅଧିକ ବ୍ୟାପିବା ପରେ ହିଁ ଜଣା ପଡିଥାଏ । ଆମେ ଆଜି କ୍ୟାନ୍ସରର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।
ସୂଚନା ଅନୁଯାୟୀ, ଶରୀରରେ ଥିବା ଅନିୟନ୍ତ୍ରଣ କୋଷିକାର କାରଣ କ୍ୟାନ୍ସର (Cancer) ହୋଇପାରେ । କ୍ୟାନ୍ସର ଅନେକ ପ୍ରକାରର ବ୍ଲଡ଼ କ୍ୟାନ୍ସର (blood cancer), ଗଳାର କ୍ୟାନ୍ସର (tHYROID cancer), ମୁହଁର କ୍ୟାନ୍ସର (SKIN CANCER), ବ୍ରେଷ୍ଟ କ୍ୟାନ୍ସର (BREAST cancer), ସରଭାଇକାଲ କ୍ୟାନ୍ସର, ଫୁସ ଫୁସରେ କ୍ୟାନ୍ସର, ପ୍ରୋଇଷ୍ଟେଡ କ୍ୟାନ୍ସର, ଲିଭର କ୍ୟାନ୍ସର ।
ପେଟରେ କ୍ୟାନ୍ସର ହୋଇଥିଲେ ତାହା ଜଣା ପଡି ନ ଥାଏ,ପେଟରେ ଦରଜ ହେବ, ଅଧିକ କୋଷ୍ଠକାଠିନ୍ଯ ହେବା, ପେଟ ଫୁଲିବା ଆଦି ପେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ ।
ବ୍ଲଡ଼ କ୍ୟାନ୍ସରର ଲକ୍ଷଣ : ରକ୍ତର ଅଭାବ ହେବା, ଅଧିକ ଜ୍ଵର ହେବା, ଶରୀରର ଅଙ୍ଗରୁ ରକ୍ତସ୍ରାବ ହେବା । ଶରୀରର କୌଣସି ଅଙ୍ଗର ହାଡରେ କ୍ୟାନ୍ସର ହୋଇଥିଲେ ତାହା ଆରମ୍ଭରୁ ବ୍ୟଥା କରିଥାଏ ଓ ସମୟ ସହ ଏହା ବଢିଥାଏ । ତେବେ ଗଳାରେ ଲଗାତାର ଜ୍ଵଳନ ହେବା ଆଦି ଗଳା କ୍ୟାନ୍ସରର ଲକ୍ଷଣ ହୋଇପାରେ । ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ପ୍ରକାଶ ଥାଉ ଯେ, ଧୂମ୍ରପାନ (smoking) କରୁଥିବା ବ୍ୟକ୍ତିଙ୍କ ଚାରିପାଖରେ ରହୁଥିବା ଲୋକମାନଙ୍କୁ କ୍ୟାନ୍ସର (Cancer)ହେବାର ସମ୍ଭାବନା ଅଧିକ ରହିପାରେ ।
Share your comments