1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଚେହେରାରୁ ଦାଗ,ବ୍ରଣ ଦୂର କରିଥାଏ ଗୁଆ ଘିଅ, ଜାଣନ୍ତୁ କିପରି କରିବେ ବ୍ୟବହାର..

ଆମ ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ଆମେ ଅନେକ ଉପାୟ ଅବଲମ୍ବନ କରିଥାଉ । ଅନେକ ସ୍କିନ୍ କେୟାର ମେଡିସିନ୍, ବ୍ରାଣ୍ଡେଡ୍ ଉତ୍ପାଦ ବ୍ୟବହାର କରିଥାଉ । କିନ୍ତୁ ତଥାପି ତ୍ୱଚା ସହିତ ଜଡିତ ସମସ୍ୟାରୁ ଆମକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତି ମିଳିନଥାଏ । କିଛି ଲୋକ ନିଜର ତ୍ୱଚା ପାଇଁ ଘରୋଇ ଉପଚାର ମଧ୍ୟ ବ୍ୟବହାର କରନ୍ତି ।ସେହି ସବୁ ଉପାଦାନ ମଧ୍ୟରୁ ଗୁଆ ଘିଅ ଅନ୍ୟତମ। ଗୁଆ ଘିଅ କେବଳ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ଅଟେ ।

Priyambada Rana
Priyambada Rana
Desi ghee helps to glow your skin..pic credit: www.pexels.com

ବର୍ଷ ବର୍ଷ ଧରି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆୟୁର୍ବେଦରେ ଦେଶୀ ଘିଅ ବ୍ୟବହାର କରାଯାଇଆସୁଛି ।ଦେଶୀ ଘିଅରେ ବଟାଇରିକ୍ ଏସିଡ୍, ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ ବି12, ଭିଟାମିନ୍-ଏ, ଭିଟାମିନ୍-ଡି, ଭିଟାମିନ୍-ଇ ଏବଂ ଭିଟାମିନ୍-କେ ଭରପୂର ମାତ୍ରାରେ ଭରି ରହିଥାଏ। ଯାହା ସୁସ୍ଥ ତ୍ୱଚା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତ୍ୱଚାକୁ ମୁକ୍ତ ରେଡିକାଲର କ୍ଷତିରୁ ରକ୍ଷା କରିବାରେ ଗୁଆ ଘିଅ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ଗୁଆ ଘିଅ କେତେ ଲାଭଦାୟକ ।

ଶୁଷ୍କତା ଦୂର କରିବାରେ ସାହାଯ୍ୟ କରିଥାଏ-

ହେଲ୍ଥଲାଇନ ଅନୁଯାୟୀ, ଘିରେ ଥିବା ଭିଟାମିନ୍ ଏ ଏବଂ ଓମେଗା- ଫ୍ୟାଟି ଏସିଡ୍ ଚର୍ମକୁ ପ୍ରାକୃତିକ ଭାବରେ ହାଇଡ୍ରେଟ୍ କରିଥାଏ ।ଏହା ତ୍ୱଚାରେ ଗଭୀର ଭାବରେ ଆର୍ଦ୍ରତା ମଧ୍ୟ ସୃଷ୍ଟି କରିଥାଏ । ଏହା ତ୍ୱଚାକୁ ଚିକ୍କଣ ଏବଂ କୋମଳ କରିବାରେ ସାହାଯ୍ୟ କରେ । ଅଧିକନ୍ତୁ, ଚର୍ମ ଶୁଷ୍କତା ସମସ୍ୟା ମଧ୍ୟ ଦୂର ହୋଇଯାଏ ।

ପିଗମେଣ୍ଟେସନ୍ ଅପସାରଣ କରେ-

ଘିଅ ଚର୍ମର କୋଲାଜେନ୍ ଉତ୍ପାଦନକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ଯାହା ତ୍ୱଚାର ଚମକକୁ ବୃଦ୍ଧି କରିବା ସହିତ ପିଗମେଣ୍ଟେସନ ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ ।ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ, ଯେଉଁ କାରଣରୁ ପିଗମେଣ୍ଟେସନ୍ ମାର୍କ ମଧ୍ୟ ତ୍ୱଚାରୁ ଦୂରେଇ ଯାଏ ।

ତ୍ୱଚାରେ ଦେଖାଯାଉଥିବା କୁଞ୍ଚନକୁ ଦୂର କରେ-

ଯେହେତୁ ଆମେ ପୂର୍ବରୁ କହିଛୁ ଯେ ଦେଶୀ ଘିଅରେ ଓମେଗା-ଫ୍ୟାଟି ଏସିଡ୍ ଥାଏ ।ଏହା ଚର୍ମରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ହ୍ରାସ କରିବାରେ ସାହାଯ୍ୟ କରେ । ଏହା କୋଲାଜେନ୍ କୁ ବଢ଼ାଇଥାଏ, ଯାହା ସ୍କିନ୍ ରିଙ୍କଲକୁ ରୋକିଥାଏ ।

ମୁହଁରେ ଚମକ-

ପ୍ରତିଦିନ ଦେଶୀ ଘି ସହିତ ମୁହଁକୁ ମାଲିସ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ ଏବଂ ତ୍ୱଚାରେ ଚମକ ଆଣିଥାଏ ।ତ୍ୱଚାକୁ କୋମଳ ରଖିବାରେ ମଧ୍ୟ ଘିଅ ସାହାଯ୍ୟ କରିଥାଏ ।

୨ ଟଙ୍କାର ଲେମ୍ବୁ ବଦଳାଇ ଦେବ ତ୍ୱଚାର ଚମକ..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments