
Eat these fruits for healthy stomach...pic credit: www.pexels.com
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଅନେକ ଲୋକ ହଜମ ସହ ଜଡ଼ିତ ଭିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇ ଅସୁବିଧାରେ ପଡ଼ିଥାନ୍ତି । ଏହି କାରଣରୁ, ଅମ୍ଳତା, ଗ୍ୟାସ୍, କୋଷ୍ଠକାଠିନ୍ୟ, ପେଟ ଫୁଲିବା ଏବଂ କଷ୍ଟ ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।ଏପରି ପରିସ୍ଥିତିରେ, କିଛି ଫଳ ଖାଇବା ଦ୍ୱାରା ଏହା ଆମର ଖାଦ୍ୟନଳୀକୁ ସଫା ରଖିଥାଏ । ଏହି ଜିନିଷଗୁଡ଼ିକ ପେଟକୁ ସଫା କରିବା ପାଇଁ କାମ କରେ ।ଏହା ଦ୍ୱାରା ପେଟର ଅମ୍ଳତା ଏବଂ ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।ଜାଣନ୍ତୁ ପେଟର ସମସ୍ୟା ଦୂର କରିବା ପାଇଁ ନିଜ ଖାଦ୍ୟରେ କେଉଁ ସବୁ ଫଳ ଅନ୍ତର୍ଭୁକ୍ତ କରିପାରିବେ...
କିୱି-
କିୱିରେ ପ୍ରଚୁର ପରିମାଣରେ ଫାଇବର ଥାଏ ।ଏଥିରେ ଆକ୍ଟିନାଇଡ ଏନଜାଇମ୍, ଭିଟାମିନ୍ ସି ଥାଏ । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । କିୱି ପେଟକୁ ସଫା କରିଥାଏ । ଏହା ଅନ୍ତନଳୀକୁ ସୁସ୍ଥ ରଖେ ।କିୱିରେ ଭିଟାମିନ୍ ସି ଥାଏ ।କିୱିରେ ଜଳ ମଧ୍ୟ ଥାଏ ।
ପାଚିଲା ଅମୃତଭଣ୍ଡା-
ପାଚିଲା ଅମୃତଭଣ୍ଡାରେ ମଧ୍ୟ ଫାଇବର ଥାଏ । ମେଟାବୋଲିଜିମ୍ ତ୍ୱରାନ୍ୱିତ କରିବା ପାଇଁ ଏହା କାମ କରେ । ଅମୃତଭଣ୍ଡା ଖାଇବା ଦ୍ୱାରା ତାହା ପେଟ ସଫା କରିବାରେ ସାହାଯ୍ୟ କରିଥାଏ ।ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ମଧ୍ୟ ଦେଇଥାଏ । ଏହା ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ଅଟେ । ଏହା ତ୍ୱଚାରେ ଦାଗ ଦୂର କରେ ।
କମଳା-
କମଳା ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ ।ଏହା ଅନ୍ତନଳୀ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । କମଳାରେ ଫାଇବର ଥାଏ ।ଏହା କୋଷ୍ଠକାଠିନ୍ୟକୁ ସମସ୍ୟାକୁ ଦୂର କରିଥାଏ । କମଳାକୁ ଜୁସ୍ କିମ୍ବା ସାଲାଡ ଆକାରରେ ଖାଇବା ଦ୍ୱାରା ଏହା ଖୁବ୍ ଲାଭଦାୟକ ହୋଇଥାଏ ।
ଷ୍ଟ୍ରବେରି-
ଷ୍ଟ୍ରବେରିରେ ଫାଇବର ଥାଏ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରବେରି ଭଲ କାମ କରେ । ଷ୍ଟ୍ରବେରିରେ ଭିଟାମିନ୍-ସି ମଧ୍ୟ ଥାଏ । ଏଥିରେ ଫୋଲେଟ୍ ଥାଏ ।ଷ୍ଟ୍ରବେରି ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।
ନାସପାତି-
ନାସପାତି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ।ଏଥିରେ ଫାଇବର, ସୋର୍ବିଟୋଲ ଏବଂ ଫ୍ରୁକଟୋଜ ଭଳି ପୋଷକ ତତ୍ତ୍ୱ ରହିଥାଏ ।ନାସପାତିରେ ପାଣିର ମାତ୍ରା ମଧ୍ୟ ଭରପୂର ଥାଏ ।ହଜମ ପ୍ରକ୍ରିୟା ପାଇଁ ଏଗୁଡ଼ିକ ସହାୟକ ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିବା ପାଇଁ ଏହା କାମ କରେ । ଏହାକୁ ଖାଇବା ଦ୍ୱାରା ପେଟ ସଫା ରହିଥାଏ ।ଆପଣ ସାଲାଡ ଭାବରେ ନାସପାତି ମଧ୍ୟ ଖାଇପାରିବେ । ଏହା ହାଡ଼ ପାଇଁ ମଧ୍ୟ ଖୁବ୍ ଭଲ ଅଟେ ।
Share your comments