1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ,ଜାଣନ୍ତୁ...

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି ।

Sudesna Nayak
Sudesna Nayak
eat this wonderful flower blood sugar will decrease

eat this wonderful flower blood sugar will decrease

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି ।

ଆଜି ଆମେ ଆପଣମାନଙ୍କୁ ଲାଜକୁଳୀ ଲତା ବିଷୟରେ କହିବାକୁ ଯାଉଛୁ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।

ତେବେ ଚାଲନ୍ତୁ ଜାଣିବା ଏହି ଫୁଲର କିଛି ଔଷଧୀୟ ଗୁଣ ବିଷୟରେ...

ଲାଜକୁଳୀ ଲତା ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର । ସାଧାରଣତଃ ଆମେ ବାଡ଼ି ବଗିଚାରେ ଏହି ଗଛଟିକୁ ଦେଖିଥିବା ଇଏ ଏମିତି ଏକ ଗଛ ଯାହାକୁ ଛୁଇଁବା ମାତ୍ରେ ସେ ଆପେ ଆପେ ଭିତରପଟୁ ବନ୍ଦ ହୋଇଯାଏ । କିଛି ସମୟ ପରେ ସେ ନିଜେ ନିଜେ ଖୋଲିଯାଏ ।

ଲାଜକୁଳୀ ଗଛ ପ୍ରାକୃତିକ କୋଳାହଳରୁ ନିଜକୁ ରକ୍ଷା କରିବା ପାଇଁ ଏପରି କରିଥାଏ । ଏହିଭଳି କାରଣରୁ ଲାଜୁଆ ବା ଲାଜକୁଳୀ ଗଛ ନାମ ଦିଆଯାଇଛି । ଏହା ପତଳା ଶାଖା ବିଶିଷ୍ଟ ଲତା ଯାହାକି କଣ୍ଟାଧାର ବିଶିଷ୍ଟ ଅଟେ ,ଏହା ସାଧାରଣତଃ 5 ଇଞ୍ଚ ରୁ ଲମ୍ବା ପାଞ୍ଚ ଫୁଟ ପର୍ଯ୍ୟନ୍ତ ବଢିଥାଏ ।

ଏହି ଗଛର ଫୁଲର ରଙ୍ଗ ହାଲକା ଗୋଲାପୀ ରଙ୍ଗ ଅଟେ । ଏହି ଲତା ବର୍ଷ ସାରା ବାଡ଼ି ବଗିଚାରେ ଉଠିଥାଏ । ଏହାକୁ ଔଷଧ ଭାବେ ହିସାବରେ କରାଯାଏ । ଲାଜକୁଳିର ଫୁଲ ପତ୍ର ଓ ମଝିଭାଗ ଅନେକ ରୋଗରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଏ । ମଧୁମେହରେ ପୀଡିତ ବ୍ୟକ୍ତିକୁ ଏହା ଔଷଧ ରୂପରେ ଦିଆଯାଏ । ମଧୁମେହରେ ପୀଡିତ ବ୍ୟକ୍ତି ଏହାର ପତ୍ରର ରସକୁ ସେବନ କଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଲିଖିତ ଅଛି । ଏହା ସହିତ କାଶ ହେଉଥିଲେ ଏହି ପତ୍ରର ରସକୁ ଗଳାରେ ଲଗାଇଲେ ତାହା ଭଲ ହୋଇଯାଏ ।

ପେଟରେ ପଥର ଜମିଯାଇଥିଲେ ଲାଜକୁଳୀ ଲତାର ରସକୁ ସେବନ କଲେ ପେଟ ଭିତର ପଥର ଧୀରେ ଧୀରେ ନଷ୍ଟ ହେଇଯାଇଥାଏ । ଏହାକୁ ଦିନରେ ଦୁଇ ତିନିଥର ଦେଲେ ତାହା ପଥରକୁ ଭାଙ୍ଗି ବାହାରକୁ ବାହାର କରିଦେବ । ଏହାର ସେବନରେ ମଧ୍ୟ ହାଡ଼ ମଜଭୁତ ହୁଏ । ଲାଜକୁଳିର ଉପଯୋଗ ଛାତି କ୍ୟାନସର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।

ଦାନ୍ତ ବିନ୍ଧା ହେଉଥିଲେ ଲାଜକୁଳୀ ଲତାର ମଝିଭାଗକୁ ପାଣିରେ ପକାଇ ସେଇ ପାଣିକୁ ପାଟିରେ କୁଳୁକୁଳି କଲେ ଦାନ୍ତ ବିନ୍ଧା ସଙ୍ଗେ ସଙ୍ଗେ କମିଯାଏ । ଶରୀରରେ ଘା ହେଇଥିଲେ ଲାଜକୁଳୀ ଲତାର ପତ୍ରକୁ ବାଟି ତାର ରସକୁ ଘା ଉପରେ ଲଗାଇଲେ, ବହୁତ ଜଲଦୀ ଘା ଶୁଖି ଯାଇଥାଏ ।

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଜାମୁକୋଳି ,ଜାଣନ୍ତୁ...

ରସୁଣ ଖାଉଛନ୍ତି କି ଜାଣନ୍ତୁ ଏ କଥା, ନଚେତ…

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments