1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତ୍ୱଚାରେ ଚମକ ଆଣେ ଅଙ୍ଗୁର ଫେଶ୍‌ ପ୍ୟାକ୍‌

ଅଙ୍ଗୁର ଏମିତି ଏକ ଫଳ ଯାହା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଅଙ୍ଗୁରରେ ରହିଛି ଭିଟାମିନ୍‌ ‘ସି’ ଓ ଭିଟାମିନ୍‌ ‘କେ’, ଯାହା ସ୍କିନ୍‌ ସେଲ୍‌କୁ ସୁସ୍ଥ ରଖି ମୁହଁକୁ ଉଜ୍ଜ୍ୱଳ କରିଥାଏ । ତେଣୁ ଆପଣ ଚାହିଁଲେ ଉଜ୍ଜ୍ୱଳ ତ୍ୱଚା ପାଇଁ ସପ୍ତାହକୁ ୨ରୁ ୩ ଥର ଅଙ୍ଗୁରର ଫେଶ୍‌ ପ୍ୟାକ୍‌ ପ୍ରସ୍ତୁତ କରି ଲଗାଇ ପାରିବେ ।

Sudesna Nayak
Sudesna Nayak
green grapes face pack benefits for skin

green grapes face pack benefits for skin

ଅଙ୍ଗୁର ଏମିତି ଏକ ଫଳ ଯାହା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଅଙ୍ଗୁରରେ ରହିଛି ଭିଟାମିନ୍‌ ‘ସି’ ଓ ଭିଟାମିନ୍‌ ‘କେ’, ଯାହା ସ୍କିନ୍‌ ସେଲ୍‌କୁ ସୁସ୍ଥ ରଖି ମୁହଁକୁ ଉଜ୍ଜ୍ୱଳ କରିଥାଏ । ତେଣୁ ଆପଣ ଚାହିଁଲେ ଉଜ୍ଜ୍ୱଳ ତ୍ୱଚା ପାଇଁ ସପ୍ତାହକୁ ୨ରୁ ୩ ଥର ଅଙ୍ଗୁରର ଫେଶ୍‌ ପ୍ୟାକ୍‌ ପ୍ରସ୍ତୁତ କରି ଲଗାଇ ପାରିବେ ।

କହିବାକୁ ଗଲେ, ନିଜ ସ୍ୱାସ୍ଥ୍ୟ ଓ ତ୍ୱଚାର ବିଶେଷ ଭାବେ ଯତ୍ନ ନେବା ବହୁ ଆବଶ୍ୟକ । ସୁସ୍ଥ ରହିବା ପାଇଁ ଅଧିକ ମାତ୍ରାରେ ଫଳର ସେବନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ । ସମସ୍ତ ପ୍ରକାର ଫଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଅଙ୍ଗୁର ସେବନ କରିବା ସ୍ବାସ୍ଥ୍ୟ ପାଇଁ ଖୁବ ହିତକାରୀ । ଏହି ଫଳ ସମସ୍ତ ଦୋକାନରେ ସହଜରେ ମିଳିଯାଇଥାଏ ।

ତେଲିଆ ହେଉ କିମ୍ୱା ଶୁଷ୍କ, ସବୁ ତ୍ୱଚା ପାଇଁ ଅଙ୍ଗୁର ଫେଶ୍‌ ପ୍ୟାକ୍‌ ବହୁ ଉପକାରୀ । ତ୍ୱଚାରୁ ଡେଡ୍‌ ସେଲ୍ ବାହାର କରିବାରେ ଅଙ୍ଗୁର ଫେଶ୍‌ ପ୍ୟାକ୍‌ ସାହାଯ୍ୟ କରିଥାଏ ।

ତା ହେଲେ ଚାଲନ୍ତୁ ଜାଣିବା ଅଙ୍ଗୁର ଫେଶ୍‌ ପ୍ୟାକ୍‌ର ପ୍ରସ୍ତୁତି ଓ ଏହାର ବ୍ୟବହାର ବିଷୟରେ...

ଯଦି ଆପଣମାନଙ୍କ ତ୍ୱଚା ଲାଲ୍‌ କିମ୍ୱା ଶୁଷ୍କ ହେଉଥିଲେ, ଅଙ୍ଗୁର ଫେଶ୍‌ ପ୍ୟାକ୍‌ ମୁହଁରେ ଲଗାନ୍ତୁ । ଏହି ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ସବୁଜ କିମ୍ୱା କଳା ରଙ୍ଗର ଅଙ୍ଗୁରକୁ ଗ୍ରାଇଣ୍ଡିଂ କରି ସେଥିରେ କିଛି ଗୋଲାପ ଜଳ ମିଶାନ୍ତୁ । ଭଲ ଭାବରେ ଏହି ମିଶ୍ରଣକୁ ମିଶାଇବା ପରେ ହିଁ ମୁହଁରେ ଲଗାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ । ଏହାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାପରେ ଆପଣ ଚାହିଁଲେ ରେଗୁଲାର୍‌ ବ୍ୟବହାର କରୁଥିବା କ୍ରିମ୍‌କୁ ମୁହଁରେ ଲଗାଇପାରିବେ । ଏହିପରି ଭାବେ ଅଙ୍ଗୁର ଫେଶ୍‌ ପ୍ୟାକ୍‌ ସପ୍ତାହକୁ ୨ରୁ ୩ ଥର ଲଗାନ୍ତୁ ।

ଯଦି ଆପଣଙ୍କ ସ୍କିନ୍‌ ଡ୍ରାଏ ହୋଇଥାଏ, ତା ହେଲେ ଅଙ୍ଗୁରକୁ ଗ୍ରାଇଣ୍ଡିଂ କରିବା ସମୟରେ ସେଥିରେ କିଛି ମହୁ ମିଶାନ୍ତୁ । ସେହିପରି ସ୍କିନ୍‌ ଅଏଲି ଥିଲେ, ଅଙ୍ଗୁରରେ ଅଳ୍ପ ଗାଜରକୁ ଗ୍ରାଇଣ୍ଡିଂ କରି ହିଁ ମୁହଁରେ ଲଗାନ୍ତୁ । ଏହି ମିଶ୍ରଣକୁ ୨୫ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇ ରଖନ୍ତୁ । ଏହାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାରେ ଚମକ ଆସିବ ।

ଶୀତଦିନେ ତ୍ୱଚାର ଯତ୍ନ କିପରି ନେବେ ଜାଣନ୍ତୁ...

ତ୍ୱଚା ପାଇଁ ସୋରିଷ ତେଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments