1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତଦିନେ ତ୍ୱଚାର ଯତ୍ନ କିପରି ନେବେ ଜାଣନ୍ତୁ...

Sudesna Nayak
Sudesna Nayak
winter skin care easy tips

winter skin care easy tips

ଖାସକରି ଶୀତଦିନ ଆସିବା ମାତ୍ରେ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ତେଣୁ ଖାସକରି ଏହି ଶୀତଦିନରେ ତ୍ୱଚାର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ । ତେବେ ଶୀତଦିନରେ ତ୍ୱଚାକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ କ’ଣ କ’ଣ ସବୁ କରିବା ଆବଶ୍ୟକ ଚାଲନ୍ତୁ ଜାଣିବା ।

ଶୀତଦିନେ ଏମିତି ବହୁ ଲୋକ ଅଛନ୍ତି ଯେଉଁମାନେ କମ୍ ପାଣି ପିଇ ଥାଆନ୍ତି । କିନ୍ତୁ ମନେ ରଖିବା ଉଚିତ୍ ଯେ, ଶୀତଦିନରେ ଶରୀରକୁ ପ୍ରଚୁର ପାଣିର ଆବଶ୍ୟକତା ରହିଥାଏ । ତେଣୁ ଏହି ଦିନରେ ପ୍ରଚୁର ପାଣି ପିଇବା ଉଚିତ୍ । ଏହାଦ୍ବାରା ତ୍ୱଚା ସୁସ୍ଥ ରହିବା ସହିତ, ଶୁଷ୍କ ହୋଇ ନଥାଏ ।

ଶୀତଦିନରେ ତ୍ୱଚାରେ ପ୍ରାକୃତିକ ଚମକ ଆଣିବାରେ ସାହାଯ୍ୟ କରେ ମଶ୍ଚରାଇଜର । ତେଣୁ ତ୍ୱଚାରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ମଶ୍ଚରାଇଜର ଲଗାଇବା ଉଚିତ୍ । ମଶ୍ଚରାଇଜର ନଥିଲେ, ତା ପରିବର୍ତ୍ତେ ନଡିଆ ତେଲ, ଅଲିଭ୍ ଅଏଲ,ବଡି ଲୋସନ ଆଦି ମଧ୍ୟ ବ୍ୟବହାର କରିପାରିବେ ।

ଶୀତଦିନରେ ଆପଣମାନେ କମଳା ଚୋପା ବ୍ୟବହାର କରି ଚେହେରାର ସୌନ୍ଦର୍ଯ୍ୟ ବଢାଇପାରିବେ । ଆମେ ଆପଣଙ୍କୁ କହିବୁ ଯେ କମଳାରେ ବହୁତ ଭିଟାମିନ୍ ସି ଅଛି, ଯାହା ଚେହେରାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ । ଚର୍ମ ପାଇଁ କମଳା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କମଳା ଚୋପା ମଧ୍ୟରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଏବଂ କ୍ୟାଲସିୟମ୍ ଥାଏ, ଯାହା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ସହାୟକ ହୋଇଥାଏ । ଯଦି ଆପଣ କମଳା ଚୋପା ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଚେହେରାରେ ଦାଗ, ଅପସାରଣ କରିବ । କମଳା ଚୋପା ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ଧାରଣ କରିଥାଏ, ଯାହା ବ୍ରଣ ସମସ୍ୟାରୁ ମୁକ୍ତି ପାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

କମଳା ଚୋପା ପାଉଡରରେ ଅଳ୍ପ କ୍ଷୀର ମିଶାଇ ଏହି ମିଶ୍ରଣକୁ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ 15 ମିନିଟ୍ ପାଇଁ ଛାଡିଦିଅନ୍ତୁ, ଏହା ପରେ ଆପଣ ପାଣି ସାହାଯ୍ୟରେ ମୁହଁ ଧୋଇ ଦିଅନ୍ତୁ । ଏହାଦ୍ୱାରା ଆପଣମାନଙ୍କ ଚେହେରାର ଶୁଷ୍କତା ସମସ୍ୟା ଦୂର ହେବ ।

ଶୀତଦିନରେ ଅତ୍ୟଧିକ ଥଣ୍ଡା ପାଣିରେ ତ୍ୱଚାକୁ ନଧୋଇ, ଅଳ୍ପ ଗରମ ପାଣି ସହିତ ଅଳ୍ପ ଥଣ୍ଡା ପାଣି ମିଶାଇ ଧୋଇ ପାରିବେ । ନଚେତ୍ ତ୍ୱଚା ଉପରେ କୁ-ପ୍ରଭାବ ପଡିବାର ସମ୍ଭାବନା ରହିଥାଏ ।

ଶୀତଦିନରେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ ମଶ୍ଚରାଇଜର ଲଗାଇ ଭଲଭାବେ ମାଲିସ୍ କରି ଶୋଇବା ଉଚିତ୍ । ଏହା ଦ୍ବାରା ତ୍ୱଚା ଶୁଷ୍କ ନରହି, କୋମଳ ରହିବା ସହିତ , ଚମକଦାର ହୋଇଥାଏ । ଏଥିସହିତ ଏକ ଚେହେରାରେ ଭିନ୍ନ ଚମକ ଆଣିବାରେ ସାହାଯ୍ୟ କରେ ।

ତ୍ୱଚା ପାଇଁ ସୋରିଷ ତେଲ

କେଶକୁ ଘନ ଓ ଲମ୍ୱା କରିବ ଅଦା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News