
health benefits of raw onions,images source - www.pexels.com
ସ୍ୱାସ୍ଥ୍ୟ ପାଇଁ ପିଆଜ ବହୁତ ଲାଭଦାୟକ ଅଟେ । ଏହାର ରସ ଏବଂ କଞ୍ଚା ପିଆଜ (raw onions) ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଲୋକେ ଅନେକ ସମୟରେ ଖାଦ୍ୟ ସହିତ କଞ୍ଚା ପିଆଜ ଖାଇବାକୁ ଭଲ ପାଇଥାନ୍ତି । ଏହାଛଡ଼ା ସାଲାଡରେ ମଧ୍ଯ ଲୋକେ କଞ୍ଚା ପିଆଜ ଖାଇବାକୁ ଭଲ ପାଇଥାନ୍ତି । ପିଆଜରେ ସୋଡିୟମ୍, ପୋଟାସିୟମ୍, ଭିଟାମିନ୍ ଏ, ସି, ଇ, କ୍ୟାଲସିୟମ୍, ଫସଫରସ୍ ଏବଂ ମ୍ୟାଗ୍ନେସିୟମ୍ ପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ।
-ବ୍ରଣ ଏବଂ ଚର୍ମ ସମସ୍ୟା ଦୂର କରିବାରେ କଞ୍ଚା ପିଆଜ ସହାୟକ ହୋଇଥାଏ । ବ୍ରଣ, ଦାଗ ଏବଂ ଫୁଲା କମାଇବାରେ ଏହା ସହାୟକ ହୋଇଥାଏ।
-ପିଆଜ ଖାଇବା (raw onions) ଦ୍ୱାରା ହୃଦଘାତ (heart attack)ଏବଂ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଏ। ପିଆଜ ଖାଇବା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ।
-କଞ୍ଚା ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।
-ଇମ୍ୟୁନିଟି ବୁଷ୍ଟ ଠୁ ନେଇ ହୃଦୟ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ କଞ୍ଚା ପିଆଜ ।
-ପିଆଜ (onion)ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ ।
-ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ ହୋଇଥାଏ ।
-ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ।
-ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ସିଲ୍କି ମଧ୍ଯ ହୋଇଥାଏ।
ପ୍ରକାଶ ଥାଉ ଯେ, କଞ୍ଚା ପିଆଜ (raw onions) ଖାଇବା ପରେ ଯଦି ପୋଦିନା ପତ୍ରକୁ ଆପଣ ଚୋବାନ୍ତି,ତେବେ ମୁହଁରୁ ପିଆଜ ଗନ୍ଧ ଶୀଘ୍ର ଦୂର ହୋଇଯିବ । ଯେଉଁମାନଙ୍କର ଏସିଡ଼ ସମସ୍ୟା ଥାଏ ସେମାନେ କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରହିବା ଉଚିତ ।
Share your comments