1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ସବୁ ଲକ୍ଷଣ ଯୋଗୁଁ ବୃଦ୍ଧିପାଏ କୋଲେଷ୍ଟ୍ରଲ...

କୋଲେଷ୍ଟ୍ରଲ୍ର ପରିମାଣ ବୃଦ୍ଧି ହେତୁ ଶରୀରରେ ହାଇ ବ୍ଲଡ ପ୍ରେସର ,ହାର୍ଟ ଆଟାକ୍ , ଏବଂ ମଧୁମେହ ପରି ସମସ୍ୟାମାନ ଦେଖା ଦେଇଥାଏ | ଏହି ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନି, ଆପଣ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାକୁ ହ୍ରାସ କରିପାରିବେ |

Sudesna Nayak
Sudesna Nayak
high cholesterol symptoms signs,image source -www.pexels.com

high cholesterol symptoms signs,image source -www.pexels.com

ଆଜିକାଲିର ଜୀବନଶୈଳୀରେ (lifestyle) ଫାଷ୍ଟ ଫୁଡ୍ ଏବଂ ଅତ୍ୟାଧିକ ତେଲ ମସଲା ଯୁକ୍ତ ଖାଦ୍ଯ ଖାଇବା ଅଭ୍ୟାସ ସହିତ ଖାଇବା ପିଇବାରେ ଅବହେଳା ଯୋଗୁଁ ଲୋକମାନେ ଅନେକ ରୋଗର ଶିକାର ହେଉଛନ୍ତି | ଏହି ରୋଗମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କୋଲେଷ୍ଟ୍ରଲ୍ର (cholesterol) ସମସ୍ୟା | ଏଭଳି ପରିସ୍ଥିତିରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । କୋଲେଷ୍ଟ୍ରଲ୍ର ପରିମାଣ ବୃଦ୍ଧି ହେତୁ ଶରୀରରେ ହାଇ ବ୍ଲଡ ପ୍ରେସର (blood pressure),ହାର୍ଟ ଆଟାକ୍ (heart attack), ଏବଂ ମଧୁମେହ (diabetes) ପରି ସମସ୍ୟାମାନ ଦେଖା ଦେଇଥାଏ | ଏହି ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନି, ଆପଣ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାକୁ ହ୍ରାସ କରିପାରିବେ |

ସୂଚନା ଥାଉ ଯେ, କୋଲେଷ୍ଟ୍ରଲ ବୃଦ୍ଧି ହେବାର ଏହା ହେଉଛି ଲକ୍ଷଣ....

ଓଜନ ବୃଦ୍ଧି

କ୍ରମାଗତ ଓଜନ ବୃଦ୍ଧି କୋଲେଷ୍ଟ୍ରଲ (cholesterol) ବୃଦ୍ଧି ହେବାର ଏକ ସଙ୍କେତ ଅଟେ | ଯଦି ତୁମର ଓଜନ ସ୍ୱାଭାବିକ କିନ୍ତୁ ହଠାତ୍ ବଢିବା ଆରମ୍ଭ କରେ, ତେବେ ବୁଝିଯିବ ଯେ ତୁମର କୋଲେଷ୍ଟ୍ରଲ (cholesterol) ସ୍ତର ବୃଦ୍ଧି ପାଇଛି | ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।


ଗୋଡରେ ଯନ୍ତ୍ରଣା

ଯଦି ଆପଣଙ୍କର ଅନେକ ସମୟରେ ବିନା କାରଣରେ ଆପଣଙ୍କ ଗୋଡରେ ଯନ୍ତ୍ରଣା ହୁଏ, ତେବେ ଏହା କୋଲେଷ୍ଟ୍ରଲ (cholesterol) ବୃଦ୍ଧି ହେବାର ସଙ୍କେତ ମଧ୍ୟ ହୋଇପାରେ | ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ଚର୍ମ ହଳଦିଆ ରଙ୍ଗର ଦେଖାଦେବା

ଯଦି ଆପଣଙ୍କର ହାତ ଏବଂ ପାଦ ହଳଦିଆ ଦେଖାଯିବା ଆରମ୍ଭ କରେ, ଏହା କୋଲେଷ୍ଟ୍ରଲ୍ (cholesterol) ର ଲକ୍ଷଣ ହୋଇପାରେ | ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

କ୍ଳାନ୍ତ ଅନୁଭବ କରିବା

ଯଦି ଆପଣ କ୍ରମାଗତ ଭାବରେ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରନ୍ତି, ଏହା ମଧ୍ୟ ହାଇ କୋଲେଷ୍ଟ୍ରଲ୍ (high cholesterol) ର ଏକ ସଙ୍କେତ ଅଟେ | ତେଣୁ, ଏହାକୁ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାନ୍ତୁ ।

ପ୍ରକାଶ ଥାଉ ଯେ, କୋଲେଷ୍ଟ୍ରଲ୍ (cholesterol) ର ପରିମାଣ ବୃଦ୍ଧି ହେତୁ ଶରୀରରେ ଅନେକ ସମସ୍ୟା ମାନ ଦେଖା ଦେଇଥାଏ | ଏହି ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନି, ଆପଣ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାକୁ ହ୍ରାସ କରିପାରିବେ |

ହାଇକୋଲେଷ୍ଟ୍ରଲ କାରଣରୁ ଶରୀରରେ ଦେଖାଦିଏ ଏହି ସମସ୍ୟା....

ଖରାପ କୋଲେଷ୍ଟ୍ରୋଲରୁ ମୁକ୍ତି ଦେବ ହଳଦୀ ସେବନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments