
Health Benefits of Raw Tomato
ଟମାଟୋ(Tomato) ଏମିତି ଏକ ପରିବା ଯାହା ସବୁଥିରେ ଦରକାର ହୋଇଥାଏ। ଏଥିରୁ ମଧ୍ୟ ବିଭିନ୍ନ ପ୍ରକାର ରୋଷେଇ ପ୍ରସ୍ତୁତ ହୋଇଥାଏ । ଏହା ତ ତରକାରୀ ପଡ଼ିଲେ ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ଏଥିରେ ସାଲାଡ଼(salad) ହୋଇଥାଏ ଏବଂ ଏହାକୁ କେହି କେହି ଫେସ୍ ପ୍ୟାକ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହାକୁ କଞ୍ଚା ଖାଇବା ଦ୍ୱାରା ଶରୀରରେ କ’ଣ ଫାଇଦା ମିଳିଥାଏ ? ଆସନ୍ତୁ ଜାଣିବା…
ଦୃଷ୍ଟି ଶକ୍ତି ବୃଦ୍ଧି- ଯେଉଁମାନଙ୍କର ଦୃଷ୍ଟି ଶକ୍ତି(Eye sight) କମ୍ ଥାଏ ,ସେମାନେ ବହୁମାତ୍ରରେ ଟମାଟୋ ଖାଇବା ଦରକାର । କାରଣ ଏଥିରେ ଭିଟାମିନ୍ ଏ ଥାଏ । ଫଳରେ ଏହାକୁ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିବା ସହିତ ତ୍ୱଚାକୁ ମଧ୍ୟ ଚିକ୍କଣ କରିଥାଏ ।
ପେଟ ଥଣ୍ଡା ରହିଥାଏ – ଆଜିକାଲି ସମସ୍ତଙ୍କ କ୍ଷେତ୍ରରେ ପେଟ ଜନିତ ସମସ୍ୟା ଦେଖାଯାଉଛି । ଏହାର ପ୍ରଭାବ କେଶ ଏବଂ ଚର୍ମ ଉପରେ ପଡ଼ିଥାଏ । ତେଣୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହେବା ସହ ଏହା ପେଟକୁ ଥଣ୍ଡା ରଖିଥାଏ ।
ଓଜନ ହ୍ରାସ- ଏବେ ସମସ୍ତଙ୍କ କ୍ଷେତ୍ରରେ ମୋଟାପଣ ଦେଖିବାକୁ ମିଳୁଛି । ଏହା ଦ୍ୱାରା ଶରୀର ଓଜନ ଏବଂ କୋଲଷ୍ଟର ବୃଦ୍ଧି ପାଇଥାଏ । କିନ୍ତୁ ଟମାଟୋ ରସ ପିଇବା ଦ୍ୱାରା ଓଜନ କମିବା ସହ କୋଲଷ୍ଟର ସ୍ତରଙ୍କୁ ମଧ୍ୟ ହ୍ରାସ କରିଥାଏ । ଏହା ଓଜନ ହ୍ରାସ ପରେ ଏକ ସୁସ୍ଥ ଓଜନ ବଜାୟ ରଖିବାରେ ସାହାର୍ଯ୍ୟ କରିଥାଏ ।
କ୍ୟାଲୋରୀ- ଲାଲ୍ ଟମାଟୋରେ କମ୍ କ୍ୟାଲୋରୀ ଥାଏ । ଯେଉଁଥିରେ କାର୍ବୋହାଇଡ୍ରେଟର ପରିମାଣ ମଧ୍ୟ କମ୍ ମାତ୍ରାରେ ଥାଏ ଏବଂ ଏଥିରେ ଜଳର ପରିମାଣ ଅଧିକ ଥିବାରୁ ଏହା ଶୀଘ୍ର ପେଟକୁ ଭରିବା ସହ ହଜମ କରିବା ସହଜ ହୋଇଥାଏ ।
– ଖରାପ ଜୀବନଶୈଳୀ କାରଣରୁ ଅଧିକାଂଶ ଲୋକ ଉଚ୍ଚ ରକ୍ତଚାପ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁକରି ମେଡିସିନ ମଧ୍ୟ ଖାଉଛନ୍ତି। କିନ୍ତୁ ଏହିସବୁ ଔଷଧ ଶରୀର ପାଇଁ ହାନିକାରକ ହୋଇଥାଏ। ଯଦି ଆପଣ କଞ୍ଚା ଟମାଟୋ ଖାଇବେ, ତେବେ ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ। ଏଥିରେ ଥିବା ପୋଟାସିଅମ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ।
– ପ୍ରଦୂଷଣ ଯୋଗୁଁ ସ୍କିନରେ ବ୍ରଣ, କଳାଦାଗ ଇତ୍ୟାଦି ସମସ୍ୟା ଦେଖାଦିଏ। ଲୋକେ ଏହି ସମସ୍ୟାରୁ ନିଜାତ ପାଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରୁଛନ୍ତି। କିନ୍ତୁ ଯଦି ଆପଣ ଚାହିଁବେ ଘରୋଇ ଉପାୟ ସାହାଯ୍ୟରେ ଏହାକୁ ଭଲ କରିପାରିବେ। ଏଥିରେ ସ୍କିନ ପାଇଁ ଦରକାର ଥିବା ଭିଟାମିନ ବହୁଳ ମାତ୍ରାରେ ରହିଥାଏ। ଏହା ସହିତ ଆଣ୍ଟି ଅକ୍ସିଡାଣ୍ଟ ସ୍କିନକୁ ସୁସ୍ଥ ରଖିଥାଏ।
Share your comments