
Benefits of Watered Rice
ଓଡ଼ିଆଙ୍କ ପାଇଁ ପଖାଳ ଭାତ(Watered Rice) କେବଳ ଏକ ଖାଦ୍ୟ ନୁହେଁ ବରଂ ଏକ ଭାବନା କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ପଖାଳର ଉପକାରିତା ଏବେ ବୈଜ୍ଞାନିକ ସ୍ତରରେ ପ୍ରମାଣିତ ହୋଇଛି ।ପଖାଳ ଭାତ ଓ ଏହାର ତୋରାଣୀ ରୋଗ ପ୍ରତିରୋଧକ(Immunity System) ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ଅଟେ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର ଅଟେ । ଏହାର ଲାଭ ବିଷୟରେ ଜାଣିଲେ ଆପଣ ଆଉ କେବେ ବି ଏହାକୁ ଫୋପାଡିବେ ନାହିଁ । କହିବାକୁ ଗଲେ ଆମେ ଯେତେବେଳେ ଭାତକୁ ରୋଷେଇ କରିଥାଉ ତେବେ ସେହି ୧୦୦ ଗ୍ରାମ ଭାତରେ ଆଇରନ(Iron) ମାତ୍ର ୩.୪ ମିଲିଗ୍ରାମ ଥାଏ । କିନ୍ତୁ ଯଦି ଏହି ଭାତରେ ପାଣି ଦେଇ ଅତି କମରେ ଯଦି ଏହାକୁ ୧୨ ଘଣ୍ଟା ରଖିଦେବେ, ତେବେ ସେଥିରେ ଥିବା ଆଇରନର ମାତ୍ର ୭୩.୯୧ ମିଲିଗ୍ରାମ ବଢିଯିବ । ସେହିଭଳି ଅନ୍ୟ କିଛି ପୋଷାକ ତତ୍ତ୍ୱର ମାତ୍ରା ବି ବଢିଯାଇଥାଏ।
ଯେମିତି କି ସୋଡିୟମ ୪୭୫ ମିଲିଗ୍ରାମରୁ କମି ଯାଇ ୩୦୩ ମିଲିଗ୍ରାମ ହୋଇଯାଏ । ପୋଟାସିୟମ ୮୩୯ ମିଲିଗ୍ରାମ ଓ କ୍ୟାଲସିୟମ ୨୧ ମିଲିଗ୍ରାମ ବଢି ୮୫୦ ମିଲିଗ୍ରାମ ହୋଇଯାଏ । ସାଧା ଭାତରେ ଥିବା ଫ୍ୟାଟିକ ଯୋଗୁ ଆପଣଙ୍କୁ ହଜମ କରିବାରେ ଅସୁବିଧା ହୋଇଥାଏ। କିନ୍ତୁ ପଖାଳକୁ ହଜମ କରିବାରେ ସହଜ ହୋଇଥାଏ। କେବଳ ଏତିକି ନୁହେଁ ପଖାଳରୁ ଆମକୁ ସବୁଠୁ ଅଧିକ ଶକ୍ତି ମିଳିଥାଏ । ସକାଳ ଭୋଜନରେ ପଖାଳ ଭାତ ଖାଇଲେ ଶରୀରରେ ସ୍ପୃତି ଆସିବା ସହ ପେଟରେ ଅଳସର ଭଳି ସମସ୍ୟା ଥିଲେ ତାହା ବି ଦୂରେଇ ଯିବ।
ପଖାଳ ଭାତକୁ ନେଇ ଭୁବନେଶ୍ୱର ଏମ୍ସର ମାଇକ୍ରୋ ବାୟୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ବାଲାମୁରୁଗାନ୍ ରାମଦାସ ୨୦୧୯ରୁ ପଖାଳର ଉପକାରିତା ନେଇ ଗବେଷଣା କରୁଛନ୍ତି । ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ବାସି ପଖାଳ ଓ ତୋରାଣୀ ସଂଗ୍ରହ କରିଥିଲେ । ରାମଦାସ କହିଛନ୍ତି ଯେ, ବାସି ପଖାଳ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ତୋରାଣି ମଧ୍ୟ ହିତକାରୀ । ଏଥିରେ ଥିବା ଲାକ୍ଟୋ-ବାସିଲିସ୍ ନାମକ ବ୍ୟାକ୍ଟେରିଆରୁ ପୋଷଣ ମିଳିଥାଏ ବୋଲି ଡାକ୍ତର ରାମଦାସଙ୍କ କହିଛନ୍ତି । ଡାକ୍ତରଙ୍କ ରାମଦାସଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ପଖାଳକୁ ନେଇ ଗବେଷଣା କରାଯାଇଥିଲା ।
ନିକଟରେ ବାସି ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗବେଷଣା କରାଯଇଥିଲା। ଗବେଷଣାରୁ ଜଣାପଡ଼ିଲା, ଭାତକୁ ରାତି ସାରା ପାଣିରେ ଭିଜାଇ ରଖି ଅର୍ଥାତ୍ ପଖାଳ କରି ଖାଇଲେ ତାହା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।
Share your comments