1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ହାଇ କୋଲେଷ୍ଟ୍ରଲ ସମସ୍ୟା ଦୂର କରିଥାଏ ଏହି ସବୁ ଖାଦ୍ୟ...

Priyambada Rana
Priyambada Rana
High Cholesterol

High Cholesterol

ଶରୀରରେ ହାଇକୋଲେଷ୍ଟ୍ରଲ(Cholesterol) ବଢିଚାଲିଥିଲେ ବି ଏହାର କୌଣସି ଲକ୍ଷଣ ନଜର ଆସିନଥାଏ। କିନ୍ତୁ କୋଲେଷ୍ଟ୍ରଲ ବଢିବା କାରଣରୁ ବହୁତ ବଡ଼ କ୍ଷତି ହୋଇଥାଏ  । ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ ହାଇ କୋଲଷ୍ଟ୍ରଲ ସମସ୍ୟାର ସାମ୍ନା କରୁଛନ୍ତି  । ତେଣୁ ଶରୀରରେ କୋଲଷ୍ଟ୍ରଲ ଅଛି କି ନାହିଁ ତୁରନ୍ତ ଚେକ୍‌ କରି ନିଅନ୍ତୁ ।

କୋଲେଷ୍ଟ୍ରଲ ଦୁଇ ପ୍ରକାରର ଥାଏ  । ଗୋଟିଏ ହେଉଛି ଗୁଡ୍‌ କୋଲଷ୍ଟ୍ରଲ ଅନ୍ୟଟି ହେଉଛି ବ୍ୟାଡ୍‌ କୋଲଷ୍ଟ୍ରଲ । ଗୁଡ୍‌ କୋଲେଷ୍ଟ୍ରଲକୁ ହାଇ-ଡେଂସିଟି ଲିପୋପ୍ରୋଟିନ୍‌ କୁହାଯାଇଥାଏ । ଏହା ଆମର ବ୍ଲଡ୍‌ ଫ୍ଲୋ ଏବଂ କୋଶିକା ପାଇଁ ଉପକାରୀ ହୋଇଥାଏ  । ସେହିଭଳି ବ୍ୟାଡ୍‌ କୋଲେଷ୍ଟ୍ରଲ ଲୋ-ଡେଂସିଟି ଲିପୋପ୍ରୋଟିନ୍‌ କୁହାଯାଇଥାଏ  । କାହିଁକି ନା ଏହା ଶରୀରର ରକ୍ତ କୋଶିକାରେ ଜମିଥାଏ । ଏବଂ ରକ୍ତ ସଂଚାଳନରେ ବାଧା ସୃଷ୍ଟି କରିଥାଏ ଏପରିକି ରକ୍ତ ସଂଚାଳନକୁ ବନ୍ଦ ମଧ୍ୟ କରିଦେଇଥାଏ  । କେବଳ ଏତିକି ନୁହେଁ, ହାର୍ଟକୁ ଅକ୍ସିଜେନ୍‌ ଏବଂ ବ୍ଲଡ୍‌ ସର୍କୁଲେସନ୍‌ ବନ୍ଦ ମଧ୍ୟ କରିଦେଇଥାଏ ବ୍ୟାଡ୍‌ କୋଲେଷ୍ଟ୍ରଲ । ଯେଉଁଥିପାଇଁ ହାର୍ଟ ସମସ୍ୟା ବା ହୃଦଘାତ ଭଳି ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡିଥାଏ  । ତେଣୁ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ଜାଣିବା ପାଇଁ ଏବଂ କୋଲେଷ୍ଟ୍ରଲକୁ ସନ୍ତୁଳନ କରି ପଖିବା ପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ ରହିଛି । ଡାକ୍ତରଙ୍କୁ ପରାମର୍ଶ କରି ଖାଇଲେ କୋଲଷ୍ଟ୍ରଲ ସନ୍ତୁଳିତ ହୋଇ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବିନା ଔଷଧରେ ବି ଆପଣ କୋଲେଷ୍ଟ୍ରଲକୁ ସନ୍ତୁଳିତ କରି ରଖିପାରିବେ  ।

କେମିତି, ଆସନ୍ତୁ ଜାଣିବା…

ହେଲ୍‌ଦି ଡାଏଟ୍‌ : ନିତିଦିନିଆ ଜୀବନଶୈଳିରେ ହେଲଦି ଡାଏଟ୍‌ ନେବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ  । କିନ୍ତୁ ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଚାହାନ୍ତି ତାହେଲେ ନିହାତି ଆପଣଙ୍କୁ ହେଲ୍‌ଦି ଡାଏଟକୁ ଅନୁଶରଣ କରିବାକୁ ପଡିବ  । ଆମ ଆଖପାଖରେ ଅନେକ ସାରା ଖାଦ୍ୟ ପଦାର୍ଥ ରହିଛି ଯାହାକୁ ବ୍ୟବାହାର କରି ଆପଣ ଶରୀରର କୋଲେଷ୍‌ଟ୍ରୋଲ ଲେବୁଲକୁ ସନ୍ତୁଳନ କରିପାରିବେ  । ଏଥିପାଇଁ ଆପଣଙ୍କୁ ପ୍ରଥମେ କମ୍‌ ତେଲ, ମସଲାଜାତୀୟ ଖାଦ୍ୟ, ଲୁଣ ଏବଂ ଚିନି ଖାଇବା କମାଇବାକୁ ପଡିବ  । ଓଟମିଲ୍‌, ବିନ୍ସ ମଞ୍ଜି ବା ରାଜମା, ସେଓ ଏବଂ ଅନ୍ୟାନ ଫଳମୂଳ କୋଲେଷ୍‌ଟ୍ରୋଲ କମାଇବାରେ ସହାୟକ ହୋଇଥାଏ  ।

 ଡାଏରୀ ପ୍ରଡକ୍ଟରୁ ଶରୀରକୁ ଗୁଡ୍‌ କୋଲଷ୍ଟ୍ରଲ ମିଳିଥାଏ । ଓମେଗା-୩ ଜାତ ଖାଦ୍ୟ ଯେପରି ସାଲମନ୍‌, ଅଖରୋଟ୍‌ ଏବଂ ଅଳଶୀ ଭଳି ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ  । ଏହା ସହିତ ମଦ୍ୟପାନ, ଧୂମପାନ ନିହାତି ଛାଡିବାକୁ ପଡିବ । ଶରୀରର ଓଜନ କମାଇବାକୁ ପଡିବ  । ନିୟମିତ ବ୍ୟାୟାମ କରିବା ଶରୀର ପାଇଁ ହିତକର ହୋଇଥାଏ ।

ଖାଆନ୍ତୁ ଏହି ୫ଟି ଫଳ, ଭଲ ହୋଇଯିବ ‘High Blood Pressure’

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News