
Home made Face Packs
ତ୍ୱଚାର ପ୍ରାକୃତିକ ଚମକ(Natural Glow) କମିଯାଇ ତ୍ୱଚାରେ ଡାର୍କନେସ ଆସୁଥିଲେ , ଏଥିପାଇଁ କେମିକାଲ ଯୁକ୍ତ ପ୍ରଡକ୍ଟ ନୁହେଁ, ବରଂ ଘରୋଇ ଫେସ୍ ପ୍ୟାକ ଅଧିକ ଲାଭଦାୟକ ହୋଇଥାଏ।ବଜାରରୁ କେମିକାଲ ଯୁକ୍ତ ପ୍ରଡକ୍ଟ କିଣିବା ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହୋଇଥାଏ ,ଘରୋଇ ଫେସପ୍ୟାକ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡି ନଥାଏ। ତେବେ ଆସନ୍ତୁ ତ୍ୱଚାରୁ ଡାର୍କନେସ ଦୂର କରିବା ପାଇଁ ଜାଣିବା ,ଏକ ଘରୋଇ ଫେସପ୍ୟାକ ବିଷୟରେ :
ମହୁ ସ୍ୱାସ୍ଥ୍ୟ ପାଇଁ ଯେପରି ଉପକାରୀ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ। ଅନେକ ପୁରାତନ କାଳରୁ ମହୁର ବ୍ୟବହାର କରାଯାଉଛି। ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହା ଏକ ଉତ୍ତମ ବିକଳ୍ପ। ଘରେ ମଧ୍ୟ ମହୁ ଫେସିଆଲ କରିପାରିବେ। ତ୍ୱଚାରୁ ଦାଗ ଦୂର ସହ ଚମକ ବୃଦ୍ଧି ପାଇଁ ଏହାକୁ କିଭଳି ବ୍ୟବହାର କରିବେ ଜାଣନ୍ତୁ ..
ପ୍ରଥମେ ମହୁର ଏକ ପତଳା ସ୍ତର ମୁହଁରେ ଲଗାନ୍ତୁ। ୧୦ ରୁ ୧୫ ମିନିଟ ଏହାକୁ ମୁହଁରେ ଲଗାଇ ରଖନ୍ତୁ। ଶୁଖିଯିବା ପରେ ପାଣି ମୁହଁରେ ଲଗାଇ ମାଲିସ କରନ୍ତୁ। କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ।ମହୁରେ ଚାଉଳ ଗୁଣ୍ଡ ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ଏହା ମୁହଁରୁ ସମସ୍ତ ପ୍ରକାର ଅପରିଷ୍କାର ବାହାର କରି ଦେଇଥାଏ। ମୁହଁର ଦାଗ ମଧ୍ୟ ଦୂର କରିଥାଏ।
ତୃତୀୟରେ ମହୁ ସହ କଦଳୀ କିମ୍ବା ଅମୃତଭଣ୍ଡା ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ୧୦ ରୁ ୧୫ ମିନିଟ ରଖି ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।ଫେସିଆଲ୍ ପରେ ମୁହଁ ଗୋରା ହେବା ସହ ଅନ୍ୟ ଏକ ପ୍ରକାର ଫେସ୍ ପ୍ୟାକ୍ ଲଗାନ୍ତୁ। ମହୁରେ ଅଳ୍ପ ଅଟା,ଗୋଲାପ ଜଳ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଶୁଖି ଯିବା ପରେ ଧୋଇ ଦିଅନ୍ତୁ। ତ୍ୱଚା ପାଇଁ କୌଣସି ବରଦାନରୁ କମ୍ ନୁହେଁ ଏହି ମହୁ ଫେସିଆଲ୍।
-ଏକ ପାତ୍ରରେ କିଛି ଚିୟା ସିଡ୍ସ, ବେସନ, ଅଲିଭ ଅଏଲ, ଗୋଲାପ ଜଳ ନେଇ ଭଲଭାବେ ମିକ୍ସ କରିବେ। ଏହି ମିଶ୍ରଣକୁ ୧୦ ରୁ ୧୫ ମିନିଟ ପାଇଁ ଛାଡିବେ। ଏହାପରେ ସେଥିରେ ଅଳ୍ପ ମୁଲତାନି ମାଟି ପକାଇ ଗୋଳାଇବେ। ତାପରେ ତ୍ୱଚାକୁ ଭଲଭାବେ ସଫା କରି, ଏହି ମିଶ୍ରଣ ଲଗାଇବେ। ଏହା ଶୁଖିବା ପରେ, ଏହାକୁ ଧିରେ ଧିରେ ମସାଜ କରି ତ୍ୱଚାକୁ ଧୋଇବେ ।
ଏପରି କରିବା ଦ୍ୱାରା, ଏହା ତ୍ୱଚାରୁ ଡାର୍କନେସ ଦୂର କରି, ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ ।
Share your comments