1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପତଳା ଶରୀରକୁ ନେଇ ଚିନ୍ତିତ କି ? ଜାଣନ୍ତୁ କିପରି ହେବେ ମୋଟା…

ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଫୁଡ୍‌ ସପ୍ଲିମେଣ୍ଟ, ପ୍ରୋଟିନ୍‌ ପାଉଡର ଆଦି ଖାଇଲେ ଶୀଘ୍ର ଓଜନ ବୃଦ୍ଧି ହୋଇଯିବ ଭାବି ଅନେକେ ପ୍ରତିଦିନ ଏଭଳି ଖାଦ୍ୟ ଖାଆନ୍ତି। ହେଲେ ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ।

Priyambada Rana
Priyambada Rana
How to get fit Body ?

How to get fit Body ?

ସୁନ୍ଦର ଏବଂ ସ୍ଲିମ୍‌ ଫିଗର କାହାକୁ ବା ଭଲ ନ ଲାଗେ। ହେଲେ ଆବଶ୍ୟକରୁ ଅଧିକ ପତଳା ହେବା ଦ୍ୱାରା ବି ସୁନ୍ଦରତା କମାଇଦିଏ। ଏ କ୍ଷେତ୍ରରେ ଅନେକେ ଓଜନ ବୃଦ୍ଧି କରି ସାଉଣ୍ଡ ଫିଗର ପାଇବା ଲାଗି ବିଭିନ୍ନ ଖାଦ୍ୟଠାରୁ ଆରମ୍ଭକରି ଔଷଧ ସେବନ କରିବାକୁ ବି ପଛାଇ ନଥାନ୍ତି; ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ତେଣୁ ପ୍ରାକୃତିକ ଉପାୟରେ ଓଜନ ବଢ଼ାଇବା ଲାଗି ଆପଣାନ୍ତୁ କେତେକ ଉପାୟ…

ତେଲ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌, ଫୁଡ୍‌ ସପ୍ଲିମେଣ୍ଟ, ପ୍ରୋଟିନ୍‌ ପାଉଡର ଆଦି ଖାଇଲେ ଶୀଘ୍ର ଓଜନ ବୃଦ୍ଧି ହୋଇଯିବ ଭାବି ଅନେକେ ପ୍ରତିଦିନ ଏଭଳି ଖାଦ୍ୟ ଖାଆନ୍ତି। ହେଲେ ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ତେଣୁ ସୁଷମ ଆହାର ଗ୍ରହଣ କରନ୍ତୁ। ଖାଦ୍ୟ ତାଲିକାରେ ସବୁ ପ୍ରକାର ପୌଷ୍ଟିକ ଖାଦ୍ୟକୁ ସାମିଲ କରନ୍ତୁ। ଖାଦ୍ୟରେ କ୍ୟାଲୋରି ମାତ୍ରା ବଢ଼ାନ୍ତୁ। ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଯେତେ ଅଧିକ ଗ୍ରହଣ କରିବେ ସେତେ ଶୀଘ୍ର ଲାଭ ପାଇବେ।

ଖାଦ୍ୟ, ଫଳ, ପନିପରିବା ଆଦିରେ ପର୍ଯ୍ୟାପ୍ତ ପରିମାଣରେ କାର୍ବୋହାଇଡ୍ରେଟ୍‌ ରହିଛି। ତେଣୁ ଏହାକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲକଲେ ଓଜନ ବଢ଼ିବାରେ ସାହାଯ୍ୟ କରିବ।
ମଧ୍ୟରେ ଓଜନ ବଢ଼ାଇବା ଲାଗି କଦଳୀ ସବୁଠୁ ଭଲ। ପ୍ରତିଦିନ ଦୁଇଟି ପାଚିଲା କଦଳୀ ଖାଆନ୍ତୁ। ନ ହେଲେ ସକାଳୁ ଏହାର ସେକ୍‌ ପିଇପାରିବେ। କ୍ଷୀର କଦଳୀ ଚକଟି ଖାଇବା ବି ଲାଭଦାୟକ।
ବିଭିନ୍ନ ଆଇଟମ୍‌ ଖାଆନ୍ତୁ। ସେହିପରି ଆମିଷ ଖାଇବା ବି ଓଜନ ବଢ଼ାଇବାରେ ସାହାଯ୍ୟ କରିଥାଏ।

ଜଳଖିଆରେ ବ୍ରେଡ୍‌ ସହ ୨ଟି ସିଝା ଅଣ୍ଡା କିମ୍ବା ଆମ୍‌ଲେଟ୍‌ ଖାଆନ୍ତୁ। ଏହା ଖୁବ୍‌ ଶୀଘ୍ର ଆପଣଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ତାଲିକାରେ ବଟର ସାମିଲ କରନ୍ତୁ। ବିଶେଷକରି ପିନଟ୍‌ ବଟରରେ ଥିବା ମୋନୋସାଚୁରେଟେଡ୍‌ ଫ୍ୟାଟ୍‌ ଆପଣଙ୍କ ଓଜନ ଶୀଘ୍ର ବଢ଼ାଇବ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଜନ ବଢୁଛି କି ନାହିଁ ଜାଣିବା ଲାଗି ମାସକୁ ଥରେ ମାପିବାକୁ ଭୁଲନ୍ତୁ ନାହିଁ। ନଚେତ୍‌ ଆବଶ୍ୟକରୁ ଅଧିକ ମୋଟା ହେବା ଦ୍ୱାରା ବି ଅସୁବିଧା ହୋଇପାରେ।

ଖରାଦିନେ ଏହା କରନ୍ତୁ ସେବନ ; କମିବ ଓଜନ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments