1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଭାରତୀୟଙ୍କୁ ହୃଦରୋଗ୍‌ର ଆଶଙ୍କା ବେଶୀ!

ହାର୍ଟ ଆଟାକ୍ (heart attack) କେବଳ ବଡ ଲୋକଙ୍କଠାରେ ଦେଖାଦିଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି । ଏହି ରୋଗ ଛୋଟ ଛୁଆଙ୍କ ଠାରେ ବି ଦେଖାଦେଇ ପାରେ । ଏହାସହିତ ଆମ ଦେଶରେ ଛୋଟ ଛୁଆଙ୍କୁ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି ।

Sudesna Nayak
Sudesna Nayak
indians are high risk of heart disease symptoms

indians are high risk of heart disease symptoms

ହାର୍ଟ ଆଟାକ୍ (heart attack) କେବଳ ବଡ ଲୋକଙ୍କଠାରେ ଦେଖାଦିଏ ବୋଲି ଅନେକ ଲୋକଙ୍କର ଧାରଣା ରହିଛି । ଏହି ରୋଗ ଛୋଟ ଛୁଆଙ୍କ ଠାରେ ବି ଦେଖାଦେଇ ପାରେ । ଏହାସହିତ ଆମ ଦେଶରେ ଛୋଟ ଛୁଆଙ୍କୁ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି ।

ଜାଣିଛନ୍ତି କି, ଭାରତରେ ହୃଦ୍‌ରୋଗ (heart disease symptoms) ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍‌ ହେବା ଯୋଗୁ ଲୋକେ କୋରୋନାରୀ ଆର୍ଟରୀ ଡିଜିଜ୍‌(ଏକ ହୃଦ୍‌ରୋଗ) ର ଶିକାର ହୁଅନ୍ତି । କିନ୍ତୁ ଏକ ରିପୋର୍ଟ ଏହାକୁ ଖଣ୍ଡନ କରିଛି । ରିସର୍ଚ୍ଚ ଅନୁସାରେ, ବ୍ୟକ୍ତି ଶରୀରର ପୃଷ୍ଠ କ୍ଷେତ୍ରଫଳ କମ୍‌ ହେବା ଯୋଗୁ ଏହା ହୋଇଥାଏ। କୋରୋନାରୀ ଆର୍ଟରୀ ଡିଜିଜ୍‌ (ସିଏଡି) ଏଭଳି ଏକ ହୃଦ୍‌ରୋଗ, ଯେଉଁଥିରେ ହୃତ୍‌ପିଣ୍ଡର ଆବଶ୍ୟକ ଧମନୀ ଅଚଳ ହୋଇଯାଏ । ଏହାର ସାଧାରଣ କାରଣ ଧମନୀରେ ଚର୍ବି ଜମିବା । ଏହା ଦ୍ୱାରା ରକ୍ତ ପ୍ରବାହ ହ୍ରାସପାଏ, ଯାହା ଛାତିରେ ଯନ୍ତ୍ରଣାଠୁ ଆରମ୍ଭ କରି ହୃଦ୍‌ଘାତ (heart disease symptoms)ର କାରଣ ହୋଇପାରେ ।

ହୃଦରୋଗ କିପରି ହୁଏ ଜାଣିଛନ୍ତି କି ?

ଅଧିକାଂଶ ଲୋକ ଛାତିର ଯନ୍ତ୍ରଣା ଓ ହୃଦରୋଗ (heart disease symptoms)ର ଯନ୍ତ୍ରଣାକୁ ଜାଣିପାରନ୍ତି ନାହିଁ । ଆଜି ଆମେ ଜାଣିବା ଛାତିର ଯନ୍ତ୍ରଣା ହୃଦଘାତ (heart disease symptoms)କିମ୍ବା ଆଉ କଣ । ଯଦି ହିଁ କୌଣସି ବ୍ୟକ୍ତିର ଛାତିର ମଝିରେ ଯନ୍ତ୍ରଣା ଆସେ ବୋଲି କୁହେ ତେବେ ତାହା ହୃଦଘାତ ଅଟେ।ଯଦି ପୁରା ଛାତି, ନାହିର ତଳେ ଯନ୍ତ୍ରଣା,ପେଟ ପୋଡ଼ିବା ଓ ବାନ୍ତି ଏ ସବୁ ପେଟ ଖରାପର ଲକ୍ଷଣ। ଯେତେବେଳେ ହୃୟସ୍ପର୍ଶୀ ରୋଗର ଯନ୍ତ୍ରଣା ହୁଏ ତେବେ ରୋଗୀ କେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ଜାଣିପରିନଥାଏ ଓ ଛାତି ବହୁତ୍ ଭାରି ଲାଗିଥାଏ । କିଛି ଲୋକ ମଧ୍ୟ କୁହନ୍ତି ଯେପରି ତାଙ୍କ ଛାତିରେ କିଏ ପାଦ ରଖିଦେଲା ଭଳି ତାଙ୍କୁ ଲାଗେ।

ହାର୍ଟ ସୁସ୍ଥ ପାଇଁ ଛୋଟ ଛୁଆଙ୍କ ଖାଦ୍ୟ ଉପରେ ନଜର ରଖନ୍ତୁ ...

ହାର୍ଟ ସୁସ୍ଥ ପାଇଁ ଛୋଟ ଛୁଆଙ୍କ ଖାଦ୍ୟ ପେୟର ଅଭ୍ୟାସରେ ଧ୍ୟାନ ଦେବା ଉଚିତ୍ । ସେଥିପାଇଁ ଛୋଟ ଛୁଆଙ୍କୁ ପ୍ରାରମ୍ଭରୁ କଦାପି ବର୍ଗର, ପିଜା ଭଳି ଜଙ୍କ ଫୁଡ୍ ଆଜି ଜମା ହିଁ ଦିଅନ୍ତୁ ନାହୁଁ । ଏହାସହିତ ଛୋଟ ଛୁଆଙ୍କୁ ଖାଇବା ପାଇଁ ପନିପରିବା, ଭାତ, ଡାଲି, ମାଛ, ଦହି ଆଦି ଦିଅନ୍ତୁ । ଏହାଦ୍ୱାରା ସେମାନଙ୍କର ହାର୍ଟ (heart)ସୁସ୍ଥ ରହିବ ।

ମଧୁମେହକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ

ଗ୍ରୀନ କଫି ନିୟନ୍ତ୍ରଣ କରିବ ଡାଏବେଟିସ ଏବଂ ରକ୍ତ ଚାପ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments