1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ଚା' ପିଅନ୍ତୁ ମଧୁମେହ ଓ ଉଚ୍ଚ ରକ୍ତଚାପଠୁ ଦୁରେଇ ରୁହନ୍ତୁ

ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି | ଏଭଳି ରୋଗଠୁ ସମ୍ପୂର୍ଣ ଦୁରେଇ ରହିବାକୁ ହେଲେ ଆମେ ଆମ ପ୍ରତିଦିନ ଖାଦ୍ୟ ପେୟରେ ହର୍ବାଲ ଚା' ଯୋଡି ପାରିବା |

Rajashree
Rajashree
know health benefits of hebal tea

know health benefits of hebal tea

ଆଜି କାଲିର ରୋଗ ପାଇଁ ବୟସ ସୀମା ନାହିଁ | ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଆଜି କାଲି ସବୁ ବର୍ଗର ବ୍ୟକ୍ତିଙ୍କ ପାଖରେ ସାଧାରଣ ଦେଖାଯାଉଛି | ଏଭଳି ରୋଗଠୁ ସମ୍ପୂର୍ଣ ଦୁରେଇ ରହିବାକୁ ହେଲେ ଆମେ ଆମ ପ୍ରତିଦିନ ଖାଦ୍ୟ ପେୟରେ ହର୍ବାଲ ଚା' (herbal tea) ଯୋଡି ପାରିବା | ହର୍ବାଲ ଚା' ସାଧାରଣ ଚା' ହେଲେ ମଧ୍ୟ ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଛି ଯାଦ୍ୱାରା ଏହା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗ ଠାରୁ ଶରୀରକୁ ରକ୍ଷା କରିଥାଏ।

ପୁଦିନା ଚା’ –

ପୁଦିନା ପତ୍ର ପେଟ ପାଇଁ ବହୁତ ଲାଭଦାୟକ | ଏଥିରେ ମଧ୍ୟ ବହୁ ପରିମାଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ପୁଦିନାରେ (Mint leaves)ଭିଟାମିନ ଏ, ମାଗ୍ନେସିୟମ, ଆଇରନ ଅଧିକ ମାତ୍ରାରେ ରହିଛି | ଏହା ଖାଦ୍ୟକୁ ସୂଚାରୁରୂପେ ହଜମ କରିବାରେ ସହାୟକ ହୋଇଥାଏ। ହଜମ ପାଇଁ ଆବଶ୍ୟକ ହେଉଥିବା ପାଚନ ରସକୁ ଏହା ବୃଦ୍ଧି କରିଥାଏ | ଫୁଟୁଥିବା ପାଣିରେ ୨ ଚାମଚ ପୁଦିନା (Mint leaves)ପକାଇ ୮ରୁ ୧୦ ମିନିଟ ଫୁଟାନ୍ତୁ | ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ | ନିଜ ପସନ୍ଦ ମୁତାବକ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ |

ସତେଜ ଗୋଲାପ ପାଖୁଡ଼ାର ଚା’ –

ଏହି ଚା’ ପିଇବା ଦ୍ୱାରା ମୁହଁର ଚମକ ବୃଦ୍ଧି ପାଇଥାଏ | ଏଥିରେ ବହୁ ପ୍ରକାରର ଭିଟାମିନ ରହିଛି | ଅଧ କପ ପାଣିରେ କିଛି ଗୋଲାପର (Rose tea)ପାଖୁଡ଼ା ପକାନ୍ତୁ | ଏହାପରେ ଗ୍ୟାସରେ ୩ ମିନିଟ ଏହାକୁ ଫୁଟାଇ ଛାଣି ଦିଅନ୍ତୁ |

ପିଆଜର ଚା’ –

ଅଧ କପ ପାଣିରେ ଅଳ୍ପ ପିଆଜ (Onion tea)ପକାଇ ଫୁଟାନ୍ତୁ | ଏହାପରେ ଛାଣି ଏକ ମିନିଟ ରଖି ଦିଅନ୍ତୁ | ୧ ମିନିଟ ପରେ ଏଥିରେ କିଛି ଗ୍ରୀନ ଟି ପକାଇ ପିଅନ୍ତୁ | ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ |

ଗ୍ରୀନ ଟି –

ଗ୍ରୀନ ଟି (Green tea)ରେ ବହୁ ମହତ୍ତ୍ୱପୂର୍ଣ୍ଣ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି | ଯାହା ପାଚନ କ୍ରିୟାକୁ ସଠିକ ରଖେ | ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ | କର୍କଟ, ମଧୁମେହ, ହୃଦ ଜନିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ | ରାତିରେ ଗ୍ରୀନ ଟି (Green tea)ପିଇକି ଶୋଇବା ଦ୍ୱାରା ଭଲ ନିଦ ହୋଇଥାଏ |

ସକାଳୁ କପେ ହଳଦୀ ଚା!

ଗଙ୍ଗା କୂଳରେ ହର୍ବାଲ ପ୍ଲାଣ୍ଟର କରିଡର ନିର୍ମାଣ କରାଯିବ, ସାତ ହଜାର ପ୍ରଜାତିର ଔଷଧୀୟ ବୃକ୍ଷ ରୋପଣ କରାଯିବ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments